WHO ର ଚେତାବନୀ: ଓମିକ୍ରନ୍ ଅପେକ୍ଷା ଅଧିକ ବିପଜ୍ଜନକ ହେବ ଆଗକୁ ଆସିବାକୁ ଥିବା କୋଭିଡ୍ ଭାରିଏଣ୍ଟ
ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମଣ କମାଇବାକୁ ଲାଗିଛି କିନ୍ତୁ ୟାରୀ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଉ ଏକ ଚିନ୍ତାଜନକ ରିପୋର୍ଟ ଦେଇଛନ୍ତି । ‘ହୁ’ ର ଅଧିକାରୀମାନେ ଗତ ମଙ୍ଗଳବାର ଯେଉଁ ରେପୋର୍ଟ ଦେଇଛନ୍ତି ସେଥିରେ ସେମାନେ କହିଛନ୍ତି ଯେ କରୋନା ଭାଇରସର ପରବର୍ତ୍ତୀ ଭାରିଏଣ୍ଟ ଓମିକ୍ରନ୍ ଅପେକ୍ଷା ଅଧିକ ଖତରନାକ ହୋଇପାରେ। ଯାହାକି ଅଧିକ ସଂକ୍ରମଣ କରାଇବ।
ତେବେ କରୋନାର ଭାରିଏଣ୍ଟ ଓମିକ୍ରନ୍ ପୂର୍ବ ଡେଲ୍ଟା ଭାରିଏଣ୍ଟ ଅପେକ୍ଷା କମ୍ ବିପଜ୍ଜନକ ହୋଇଥିବା ବେଳେ ଆଗକୁ ଆସିବାକୁ ଥିବା ଭାରିଏଣ୍ଟ ବିପଦ ବଢ଼ାଇପାରେ । ତେବେ କୋଭିଡ୍ ଏକ୍ସପର୍ଟଙ୍କ ଅନୁଯାୟୀ ଆଗକୁ ଆସିବାକୁ ଥିବା ଭାରିଏଣ୍ଟ କେତେ ଖତରନାକ ହେବ ତାହା କହିବା ସମ୍ଭବ ନୁହେଁ କିନ୍ତୁ ବର୍ତ୍ତମାନ ଯଦି ବିଶ୍ଵବାସି କୋଭିଡ -୧୯ ର ସବୁ ଗାଇଡଲାଇନ୍ ମାନିବେ ତେବେ ହୁଏତ ଆଉ କାହାକୁ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ।
WHO ର ଜଣେ ନିର୍ଦ୍ଦେଶକ ଡାକ୍ତର ରିୟାନ୍ କହିଛନ୍ତି ଯେ ବର୍ତ୍ତମାନ କୋଭିଡ୍ ଭାଇରସ ନିଜର ରୂପ ପରିବର୍ତ୍ତନ କରିବାରେ ଲାଗିବ । ଏମିତି ଏହା ଏବେ ସିଜିନାଲ ଡିଜିଜ୍ ଅର୍ଥାତ ବର୍ଷା କିମ୍ବା ଖରା ଦିନରେ ପାଗ ପରିବର୍ତ୍ତନ ଅନୁଯାୟୀ ରୋଗୋପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ ପାଖରେ ଦେଖାଜିବ।