ରାଜ୍ୟରେ ଆସନ୍ତାକାଲିଠୁ ଅଫ୍‌ଲାଇନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲାରହିବ କାଉଣ୍ଟର

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଅଫ୍‌ଲାଇନ୍‌ରେ ମିଳିବ ମଦ।  ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ବାରରେ ମଦ କିଣି ନେଇପାରିବେ ଗ୍ରାହକ । ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କାଉଣ୍ଟର ଖୋଲାରହିବ । ଓ୍ଵାଇନ୍‌, ବିୟର, ଦେଶୀ ଓ ବିଦେଶ ମଦ ଗ୍ରାହକ କିଣିପାରିବେ । ଏନେଇ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ଧାର୍ଯ୍ୟ ମୂଲ୍ୟ ଅନୁସାରେ କାଉଣ୍ଟରରେ ମଦ ବିକ୍ରି ହେବ । ଭିଡ଼ରୁ ଦୁରେଇ ରହିବା ପାଇଁ ଓସ୍‌ବିସିରେ ସ୍ଲଟ ବୁକିଂ କରି ଇ-ଟୋକନ୍‌ ବ୍ୟବସ୍ଥା କରାଯିବ । ମୋବାଇଲ ଫୋନରେ ବି ସ୍ଲଟ ବୁକିଂ କରାଯାଇପାରିବ । କାଉଣ୍ଟର ଆଗରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ । ସାମାଜିକ ଦୂରତା ନେଇ ମାର୍କିଂ କରାଯିବ । ଦୋକାନୀ ଅଧିକ କର୍ମଚାରୀ ନିୟୋଜିତ କରିବେ । ମଦ ଦୋକାନ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ଦୋକାନା ପରିସରକୁ ବାରମ୍ବାର ସାନିଟାଇଜ୍‌ କରାଯିବ । ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତା ଉଲଂଘନ କରୁଥିବା ଗ୍ରାହକଙ୍କୁ ମଦ ଦିଆଯିବ ନାହିଁ । ଦୋକାନୀ ନିୟମ ମାନୁଛନ୍ତି କିମ୍ବା ନାହିଁ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ନଜର ରଖିବେ । ଉଲ୍ଲଂଘନ ନେଇ ଜିଲ୍ଲାପାଳ ସଂପୃକ୍ତ ମଦ ଦୋକାନକୁ ବନ୍ଦ କରିପାରିବ । ପୂର୍ବରୁ ମାସେ ହେଲା କେବଳ ଅନ୍‌ଲାଇନ୍‌ରେ ମଦ ବିକ୍ରି କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.