ଟିକା ପଞ୍ଜିକରଣ ପାଇଁ ନେଇପାରିବେ ଜନସେବା କେନ୍ଦ୍ରର ସହାୟତା, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଟିକା ପଞ୍ଜିକରଣ ପାଇଁ ଯେଉଁମାନେ ଡିଜିଟାଲ ଆକ୍ସେସ୍‌ କରିପାରୁନାହାନ୍ତି, ସେମାନେ ସାଙ୍ଗ, ପରିବାର NGO ଓ ଜନସେବା କେନ୍ଦ୍ର ସହାୟତା ନେଇପାରିବେ । ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର।

ପୂର୍ବରୁ କୋୱିନ ଆପ୍‌ରେ ସହଜ ନଥିବା ଗ୍ରାମାଞ୍ଚଳର ବ୍ୟକ୍ତି ମାନେ କୋଭିଡ ଟିକା ପାଇଁ ଗ୍ରାମ ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ରର ସହାୟତା ନେଇପାରିବେ ବୋଲି କେନ୍ଦ୍ର ସରକାର ଜଣାଇଥିଲେ। ଏହା ସହ ନିଜ ପରିବାର, ସାଙ୍ଗ ଓ NGO ମାନଙ୍କର ସହାୟତା ନେଇପାରିବେ ।

ଏମାନଙ୍କ ସହାୟତାରେ କୋଓ୍ଵିନ୍‌ ଆପ୍‌ରେ ରେଜିଷ୍ଟ୍ରେସନ କରିପାରିବେ । କୋଭିଡ଼ ଟିକା ପାଇଁ କିନ୍ତୁ କୋଓ୍ଵିନ୍‌ ଆପ୍‌ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.