ସାବଧାନ୍‌ ! ଆଇନ୍‌ ଭାଙ୍ଗିଲେ ଜେଲ୍‌ ଓ ଜରିମନା, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ବିରୋଧରେ ଲଢ଼େଇକୁ ରାଜ୍ୟ ସରକାର ଆହୁରି ଜୋରଦାର କରିଛନ୍ତି । ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏ ସମ୍ପର୍କିତ ସବିଶେଷ ବିବରଣୀ ଦେଇଛନ୍ତି । ରାଜ୍ୟରେ ୬ ହଜାର କୋଭିଡ୍‌ ବେଡ୍‌ କରାଯିବ ବୋଲି ସେ କହିବା ସହ ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ହସପିଟାଲ ଓ ବେଡ୍‌ ସଂଖ୍ୟା କେତେ ଏବଂ ନିକଟରେ ଆଉ କେତୋଟି ଜାଗାରେ ନୂଆ କୋଭିଡ୍‌ ହସପିଟାଲ ଖୋଲିବାକୁ ଯାଉଛି ସେ କଥା କହିଥିଲେ ।

PPE

ସେହିପରି ଆବଶ୍ୟକ ପରିମାଣର ରାଜ୍ୟରେ ଟେଷ୍ଟ କିଟ୍‌, ପିପିଇ ବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପୋଷାକ ମହଜୁଦ ରହିଥିବା କହିଛନ୍ତି । ଏଭଳି ଆବଶ୍ୟକ ସାମଗ୍ରୀ ଦେଶ ବାହାରୁ ମଧ୍ୟ କିଣିବୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଆହୁରି ମଧ୍ୟ ଖୁବ୍‌ ଶୀଘ୍ର ୧ ଲକ୍ଷ ଆଣ୍ଟିବଡି ରାପିଡ୍‌ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ଆୟୁଷ ଡାକ୍ତର, ମେଡିକାଲ ପଢୁଥିବା ଚତୁର୍ଥ ଓ ପଞ୍ଚମ ବର୍ଷ, ବେସରକାରୀ ଡାକ୍ତରଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ ତାଲିମ ଦିଆଯାଉଛି ।

MASK

କେତେ ବର୍ଷ ଜେଲ୍‌, କେତେ ଜରିମନା ?

ରାଜ୍ୟରେ ଏପିଡେମିକ୍‌ ଡିଜିଜେସ୍‌ ଆକ୍ଟ-୧୮୯୭ରେ ସଂଶୋଧନ କରି ଲାଗୁ କରାଯାଇଛି । ଏହି ଆଇନ୍‌ ଭାଙ୍ଗିଲେ ୨ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମନା ହେବ। ସେହି ଅନୁସାରେ ଘର ବାହାରେ ମାସ୍କ ନପିନ୍ଧିଲେ ୨୦୦ ଟଙ୍କା ଜରିମନା କରାଯିବ । ତିନି ଥର ସେହି ଭୁଲ କଲେ ୫୦୦ ଟଙ୍କା ଜରିମନା ହେବ ବୋଲି ସେ କହିଛନ୍ତି ।
ସେହିପରି ଓଡ଼ିଶା କଣ୍ଟିଜେନସି ଫଣ୍ଡକୁ ବଢ଼ା ଯାଇ ୨ ହଜାର କୋଟି କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.