କ୍ବାରେଣ୍ଟାଇନ୍ ଗୃହରୁ ବାହାରି ଘରକୁ ଫେରିଲେ ମହାରାଷ୍ଟ୍ରରୁ ଯାଜପୁର ସାଇକେଲରେ ଆସିଥିବା ଯୁବକ

ଯାଜପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ଲକଡାଉନ କଟକଣା । ସାଇକେଲରେ ୧୭ ଶହ କିଲୋମିଟର ଆସିଥିଲେ ଯାଜପୁରର ୨୦ ବର୍ଷର ଯୁବକ । ସେ ମହାରାଷ୍ଟ୍ର ସଙ୍ଗ୍‌ଲିରେ ଏକ କମ୍ପାନୀରେ କାମ କରୁଥିଲେ । ଲକଡାଉନ ଯୋଗୁ ସେ ମାସିକ ଦରମା ପାଇନଥିଲେ । ଫଳରେ ସେ ଆବଶ୍ୟକ ମୁତାବକ ଖାଦ୍ୟରୁ ବଞ୍ଚିିତ ଥିଲେ । ଏଥିପାଇଁ ସେ ନିଜ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଅନେକ ବାଧାବିଘ୍ନ ପରେ ଶେଷରେ ଏପ୍ରିଲ ୭ରେ ସେ ଯାଜପୁରରେ ପହଞ୍ଚିଥିଲେ । ଏହାପରଠାରୁ ସେ କ୍ବାରେଣ୍ଟାଇନରେ ଥିଲେ । ଖୁସିର କଥା ଗତକାଲି ସେ କ୍ବାରେଣ୍ଟାଇନରୁ ବାହାରି ନିଜ ଘରକୁ ଫେରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.