ବଡ଼ ଆଶ୍ୱସ୍ତି: ଗତ ୨୪ ଘଣ୍ଟାରେ ଇଂଲଣ୍ଡ ଓ ସ୍କଟଲାଣ୍ଡରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ଜିରୋ

କେନ୍ଯୁଜ୍: କରୋନା ମହାମାରୀ ମଧ୍ୟରେ ଖୁସି ଖବର । ଗତ ୨୪ ଘଣ୍ଟାରେ ଇଂଲଣ୍ଡ ଓ ସ୍କଟଲାଣ୍ଡରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ନାହିଁ । ଯାହାକି ବଡ଼ ଆଶ୍ୱସ୍ତି ଆଣିଛି ।

୧୪ ମାସ ପରେ ଇଂଲଣ୍ଡରେ କୋଭିଡରେ କୌଣସି ମୃତ୍ୟୁ ଖବର ନାହିଁ । ଇଂଲଣ୍ଡ, ସ୍କଟଲାଣ୍ଡ ସହ ନଦର୍ଣ୍ଣ ଆୟରଲାଣ୍ଡରେ ସୋମବାର କୌଣସି ମୃତ୍ୟୁ ରିପୋର୍ଟ ଆସିନାହିଁ । ସଂକ୍ରମଣ ଏସବୁ ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ଖସୁଥିବା ଅନୁମାନ କରାଯାଉଛି । ଟିକା ବେଶ ପ୍ରଭାବଶାଳୀ ହେଉଥିବା ଜଣାପଡିଛି । ବ୍ରିଟେନରେ ଏକ ତୃତୀୟାଂଶ ବୟସ୍କ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.