DCGI ପକ୍ଷରୁ ୩ଟି ଡୋଜର ସ୍ୱଦେଶୀ ଭ୍ୟାକସିନ “ଜାଇଡସ କାଡିଲା”କୁ ମିଳିଲା ଅନୁମତି

କରୋନା ଭାଇରସକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭାକ୍ସିନଠୁ ଆରମ୍ଭ କରି ଜନସନ ଆଣ୍ଡ ଜନସନ ଭଳି ଭ୍ୟାକସିନ ଲୋକଙ୍କ ସୁରକ୍ଷା ପାଇଁ ବାହାର କରାଯାଇଛି । ଏବେ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଜାଇଡସ କାଡିଲା ଟୀକାର ବ୍ୟବହାରକୁ ଅନୁମତି ମିଳିଛି ।

ଜାଇଡସ କାଡିଲା କରୋନା ଭ୍ୟାକସିନକୁ ଭାରତରେ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ମଞ୍ଜୁରୀ ମିଳିଛି । ୧୨ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଏହି ଡୋଜ ଦିଆଯିବ । ଜାଇଡସ କାଡିଲାର ଭ୍ୟାକସିନେସନ ନାମ ZyCoV-D  ରଖାଯାଇଛି । ଏହା ଡିଏନକୁ ଆଧାର କରି ପ୍ରସ୍ତୁତ କରାଯାଇଛି, ଯାହା ସ୍ୱଦେଶୀ ଭ୍ୟାକସିନ ଅଟେ । ଏହି ଭ୍ୟାକସିନକୁ ଡ୍ରଗ୍‌ସ କଣ୍ଟ୍ରୋଲ ଅଫ ଇଣ୍ଡିଆ (DCGI)  ମଞ୍ଜୁରି ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଏହାକୁ ମିଶନ କୋଭିଡ଼ ସୁରକ୍ଷା ଅନ୍ତର୍ଗତ ଭାରତ ସରକାରଙ୍କ ଜୈବ ପ୍ରାଦ୍ୟୋଗିକ ବିଭାଗ ସହ ମିଶି ତିଆରି କରାଯାଇଛି । ଏହା ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତତ ହୋଇଥିବା ପ୍ରଥମ ଭ୍ୟାକସିନ , ଯାହା ଡିଏନଏ ଆଧାରରେ ବାହାର କରାଯାଇଛି ।

covid12
pc: inside chronical

ସବୁଠୁ ବଡ଼ କଥା ହେଉଛି ଏହାର ଡୋଜ ୩ଟି ରହିଛି । ଏହାସହ ଡୋଜକୁ ଇଞ୍ଜେକସନ ଦ୍ୱାରା ଦିଆଯିବ ନାହିଁ । ତେଣୁ ଇନଫେସକନର କୌଣସି ସମସ୍ୟା ନାହିଁ । ଏହା ପ୍ରଥମ ପାଲାସ୍ଲିମଡ୍ DNA  ଭ୍ୟାକସିନ । ଏହାକୁ ଫର୍ମାଜେଟ ଟେକନିକ(PharmaJet needle free applicator)  ଅନ୍ତର୍ଗତ ଶରୀରକୁ ପ୍ରବେଶ କରାଯିବ ।

 

Leave A Reply

Your email address will not be published.