Odisha News
.

ସିଆରପିଏଫ୍‌ଙ୍କ ଯୋଗୁଁ ମୋ ଜୀବନ ବଞ୍ଚିଗଲା : ଅମିତ ଶାହ

ନୂଆଦିଲ୍ଲୀ : ଗତକାଲି ପଶ୍ଚିମବଙ୍ଗରେ ଘଟିଥିବା ହିଂସାକାଣ୍ଡକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସେ କହିଛନ୍ତି ଗତକାଲି ରୋଡ୍‌ ସୋ ବେଳେ ଯେଭଳି ପରିସ୍ଥିତି ଘଟିଲା ସେଥିରେ ମୋ ଜୀବନ ଚାଲି ଯାଇଥାନ୍ତା । ସିଆରପିଏଫ୍‌ ଯୋଗୁଁ ମୁଁ ଅଳ୍ପକେ ବଞ୍ଚି କୋଲକତାରୁ ଫେରି ପାରିଲି । ଏହି ହିଂସାକାଣ୍ଡ ପାଇଁ ସେ ତୃଣମୂଳ କଂଗ୍ରେସର ସମର୍ଥକଙ୍କୁ ଦାୟୀ କରିଛନ୍ତି । ଏମିତିକି ସେଠାକାର କଲେଜ ଭିତରେ ଥିବା ବିଦ୍ୟାସାଗରଙ୍କ ପ୍ରତିମୂତର୍ତିକୁ ମଧ୍ୟ ସେମାନେ ଭାଙ୍ଗିଥିବା ଶାହ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନ୍‌ଙ୍କ ନିକଟରେ ଦାବି କରିଛନ୍ତି ।

Loading...

Leave A Reply

Your email address will not be published.