ପଟିଆ ରେଳ ଷ୍ଟେସନ୍‌ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ରେଳଧାରଣା କଡ଼ରୁ ମୃତଦେହ ଉଦ୍ଧାର । ଆଜି ଜଣେ ଅଜଣା ଯୁବକର ମୃତ ଶରୀର ଭୁବନେଶ୍ୱର ପଟିଆ ରେଳ ଷ୍ଟେସନରୁ ନିକଟରୁ ମିଳିଛି। ତାଙ୍କ ବୟସ ପାଖା ପାଖି ୩୦ରୁ୩୫ ବର୍ଷ ହେବ। ତେବେ ପ୍ରାଥମିକ ତଦନ୍ତରୁ ସେ ଟ୍ରେନ୍‌ ଧକ୍କାରେ ମରିଥିବା ଜଣାପଡ଼ିଛି । ହେଲେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି କି ଦୁର୍ଘଟଣାର ଶିକାର ହୋଇଛନ୍ତି ତାହା ଜଣାପଡ଼ିନାହିଁ । ତାଙ୍କ ଦେହରେ ଏକ ଜିନ୍‌ ପ୍ୟାଣ୍ଟ ଏବଂ ଚେକ୍‌ ସାର୍ଟ ରହିଛି । ପାଦରେ ନୀଳ ରଙ୍ଗର ଜୋତା ଅଛି ।

ଘଟଣା ସମ୍ପର୍କରେ ରେଳବାଇ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଛି । ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ଯୁବକଙ୍କ ପରିଚୟ ପାଇବାକୁ ପ୍ରୟାସ କରୁଛି । ମୃତଦେହ ବ୍ୟବଚ୍ଛେଦ ପରେ କ୍ୟାପିଟାଲ ହସ୍ପିଟାଲରେ ରଖା ଯାଇଛି। ଯଦି କୌଣସି ବ୍ୟକ୍ତି ମୃତ ଯୁବକଙ୍କର ପରିଚୟ ପାଆନ୍ତି ତେବେ 7846941227 ଫୋନ ନମ୍ବରକୁ ଜଣାଇବାକୁ ଅନୁରୋଧ କରାଯାଇଛି ।

 

 

Leave A Reply

Your email address will not be published.