Sabuthi Sabubele Hata Muthare Khabar

ରାଜସ୍ଥାନର ଏହି ଜିଲ୍ଲାରେ କରୋନା ଭୟକୁ ଭୁଲି ମୃତକ ଭୋଜିରେ ଯୋଗ ଦେଲେ ଲୋକେ, ପରେ କ’ଣ ହେଲା ଜାଣନ୍ତୁ…

କରୋନା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ବ୍ୟବସ୍ଥା ଜାରି ହୋଇଛି । କୈାଣସି ସ୍ଥାନରେ ଅଧିକ ଲୋକ ରୁଣ୍ଡ ନହେବା କିମ୍ବା ଘରୁ ନ ବାହାରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ତଥାପି ଲୋକେ ସଚେତନ ହେଉନାହାଁନ୍ତି ।

ରାଜସ୍ଥାନର ଲକ୍‌ଡାଉନ୍‌ ଓ ୧୪୪ ଧାରା ଜାରି ସତ୍ତ୍ୱେ ଏକ ମୃତକ ଭୋଜିରେ ଯୋଗ ଦେବା ପାଇଁ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ଘଟଣା ଘଟିଛି ଭୀମ ଉପଖଣ୍ଡର ଜଣେ ପଞ୍ଚାୟତ ମୁଖ୍ୟଙ୍କ ଘରେ ।

ନିଜ ଶାଶୁଙ୍କ ମୃତ୍ୟୁ ଭୋଜିରେ ଯୋଗ ଦେବାକୁ ଶତାଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭୋଜି ଖାଇବାକୁ ଲୋକଙ୍କର ସମାଗମ ମଧ୍ୟ ହୋଇଥିଲା । ହେଲେ ଠିକ୍‌ ସମୟରେ ପ୍ରଶାସନ ପହଞ୍ଚି ଭୋଜିକୁ ରୋକିବା ସହ ଲୋକଙ୍କୁ ଘଉଡ଼ାଇଥିଲା ।

Leave A Reply

Your email address will not be published.