ଶିଖର ଧାଓ୍ଵନଙ୍କ ଦମଦାର ଅର୍ଦ୍ଧଶତକ ଆଗରେ ଫିକା ପଡିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ୯୯ ରନର ଇନିଂସ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଜିତିଲା ଦିଲ୍ଲୀ କ୍ୟାପିଟାଲସ୍‌ । ଶିଖର ଧାଓ୍ଵନଙ୍କ ଦମଦାର ଅର୍ଦ୍ଧଶତକ ଆଗରେ ଫିକା ପଡିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ୯୯ରନର ଇନିଂସ । ପଞ୍ଜାବ କିଙ୍ଗସକୁ ୭ ଓ୍ଵିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲସ୍‌ । ଏହି ବିଜୟ ସହ ଦିଲ୍ଲୀ ଅଷ୍ଟମ ମ୍ୟାଚରୁ ୬ଟି ବିଜୟ ସହ ପଏଣ୍ଟ ତାଲିକା ଉପରକୁ ଉଠିଛି । ଅନ୍ୟପଟେ ପଞ୍ଜାବର ଚଳିତ ସିଜିନରେ ନିରାଶଜନକ ପ୍ରଦର୍ଶନ ଜାରି ରହିଛି ।

ଦଳ ଅଷ୍ଟମ ମ୍ୟାଚରୁ ପଞ୍ଚମ ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍‌ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲଙ୍କ ଅପରାଜିତ ୯୯ ରନ ବଳରେ ୬ ଓ୍ଵିକେଟରେ କରିଥିଲା ୧୬୬ ରନ । ଜବାବରେ ଶିଖର ଧାଓ୍ଵନଙ୍କ ଦମଦାର ଅପରାଜିତ ୬୯ ରନ କରିଥିଲେ । ଦିଲ୍ଲୀ ୧୭.୪ ଓଭରରେ ୭ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ।

 

 

Leave A Reply

Your email address will not be published.