୪୦ ବର୍ଷ ପରେ ରୀତିନୀତି ଅନୁସାରେ ମହାସତୀ ତୁଳସୀ ଓ ଶ୍ରୀକୃଷ୍ଣଙ୍କ ବିବାହ

ଜୟପୁର: ମହାସତୀ ତୁଳସୀ ଓ ଶ୍ରୀକୃଷ୍ଣଙ୍କ ବିବାହ । ୪୦ ବର୍ଷ ପରେ ଏହି ବିବାହ ଏକ ବିଶେଷ ଉତ୍ସବ । ବିବାହ ରିତିନିତୀ ଅନୁସାରେ ଦିଅଁ ମଙ୍ଗୁଳା ମେହେନ୍ଦୀ ସଜବାଜ ଭିତରେ ଭୋଜିଭାତ ତା ସହ ବରଯାତ୍ରୀ ପ୍ରୋସେସନ ଆଉ ବେଦୀରେ ଶଙ୍ଖ ହୁଳହୁଳି ଭିତରେ ପଡ଼ିଥିଲା ହାତଗଣ୍ଠି । ମହାସତୀ ତୁଳସୀଙ୍କ ବିବାହ ଆଉ ବାହାଘର ପରେ ବିରାଟ ଶୋଭାଯାତ୍ରାରେ ପୁଅ ବୋହୁଙ୍କୁ ନେଇ ଫେରିଛନ୍ତି ଦମ୍ପତି ପରିବାର ।

ସକାଳୁ ସକାଳୁ ମନ୍ଦିରରେ ନାମ ସଙ୍କୀର୍ତ୍ତନ ସହ ଦେବାଳୟରେ ପୂଜାର୍ଚ୍ଚନା । କୋରାପୁଟ ଜିଲ୍ଳା ଜୟପୁର ସହରରେ ଦୀର୍ଘ ୪୦ବର୍ଷ ପରେ ପୁଣି ତୁଳସୀ ବିବାହ ଉତ୍ସବ ଯାହାକି ତୁଳସୀ ଦେବୀଙ୍କ ସହ ଶ୍ରୀକୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତା ପୂର୍ବରୁ ଯାହା ରୀତିନୀତି ରହିଛି ସେ ଅନୁସାରେ କାର୍ଯ୍ୟକ୍ରମ ଜାରି ରହିଛି । ସେପଟେ ବିବାହ ଉତ୍ସବ ସ୍ଥଳ ସଜେଇ ହୋଇଥିବା ବେଳେ କନ୍ୟା ପକ୍ଷ ଓ ବର୍ ପକ୍ଷ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ବେଶ ଉତ୍ସାହରେ ଏହି ଧାର୍ମିକ ଉତ୍ସବ ଆୟୋଜନ କରିଛନ୍ତି କୃଷ୍ଣ ଚୈତନ୍ୟ ସଂଘ ।

ଏପରି ଦୃଶ୍ୟ ଦେଖିବା ପରେ ଲାଗୁଛି ସାଧାରଣ ପରିବାରରେ ଯେମିତି ବିବାହ ପ୍ରସ୍ତୁତ ହୁଏ ଠିକ୍ ସେହିପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏପରିକି ବାଟବରଣ ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା । ମହିଳା, ପୁରୁଷ ନାଚି ନାଚି ସହର ପରିକ୍ରମା କରିଥିଲେ । ତୁଳସୀ ଦେବୀ ଓ କୃଷ୍ଣଚନ୍ଦ୍ର ଦେବଙ୍କ ବିବାହ ଉତ୍ସବ ସରିବା ପରେ ପ୍ରିତିଭୋଜନ ବା ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।

ପରମ୍ପରା ଆଉ ରିତିନିତୀ ଅନୁସାରେ ଯେଉଁଭଳି ନବ ଦମ୍ପତି ଦେବ ଦର୍ଶନ କରନ୍ତି ଠିକ ସେଭଳି ଶୋଭାଯାତ୍ରାରୁ ଫେରିବା ପରେ ଉଭୟ ତୁଳସୀ ଓ ଶ୍ରୀକୃଷ୍ଣ ମନ୍ଦିର ପରିସରରେ ମା ଭଗବତୀ ମହାପ୍ରଭୁ ଚତୁର୍ଦ୍ଧାମୁର୍ତ୍ତି ଓ ନାରାୟଣଙ୍କ ଦର୍ଶନ ସହ ମନ୍ଦିରକୁ ଫେରିଥିଲେ । ସେପଟେ ବରଯାତ୍ରୀ ନାଚଗୀତ ସହ ଢୋଲ ବାଇଦ ଶଙ୍ଖ ହୁଳହୁଳି ଶବ୍ଦ ଭିତରେ ବାହାଘର ସମ୍ପୂର୍ଣ୍ଣ ହୋଇଥିଲା।

You might also like