ମାତ୍ର ୫ ଟଙ୍କା ଠାକୁରଙ୍କୁ ଲାଗି କରିବା ପରେ ଠାକୁରଙ୍କ ଆଜ୍ଞାରେ ମାନିସିକ ପୂରଣ ହୋଇଥାଏ

ପିପିଲି: ଭକ୍ତି ଭାବନା ଆମ ବିଶ୍ୱାସର କଥା । ଆପଣ ଦେଖୁଥିବା ଏହି ବରଗଛ ଟି କାହିଁ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଅଛି । ଯେଉଁ ବିଶ୍ୱାସ ଆଧାରରେ କାହିଁ କେତେ ଦୂରରୂ ଭକ୍ତମାନେ ମାନସିକ ପାଇଁ ଏହି ପୀଠକୁ ଆସିଥାନ୍ତି । ଭକ୍ତଙ୍କର ବିଶ୍ୱାସ ଆଉ ଭରସାର ଏହି ବରଗଛ । ଏହି ଗଛ ମୂଳରେ ନିଷ୍ଠା ଏବଂ ଭକ୍ତି ଭାବନାର ସହିତ ପୂଜା କଲେ ଅଭିଷ୍ଠ ପୂରଣ ହୋଇଥାଏ ଭକ୍ତମାନଙ୍କର । ଏଭଳି ବିଶ୍ୱାସକୁ ନେଇ ଗ୍ରାମ ତଥା ଗ୍ରାମ ବହାରରୁ ଅନେକ ଭକ୍ତ ଧାଇଁ ଆସିଥାନ୍ତି ଏହି ବର ଗଛକୁ ପୂଜା କରିବା ପାଇଁ । ମାତ୍ର ୫ ଟଙ୍କା ଠାକୁରଙ୍କୁ ଲାଗି କରିବା ପରେ ଠାକୁରଙ୍କ ଆଜ୍ଞାରେ ମାନସିକ ପୁରଣ ହୋଇଥାଏ । ଏହି ଗଛ ମୂଳରେ ୫ ଟଙ୍କା ରଖି ପୂଜାର୍ଚ୍ଚନା କଲେ ରୋଗ ମଧ୍ୟ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି ଭକ୍ତ ମାନଙ୍କର । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ବଳଙ୍ଗା ନିକଟ ତରବୋଇ ଶାସନ ଗାଁର । ପ୍ରତିଦିନ ଏଠାକୁ ଭକ୍ତମାନଙ୍କର ଆଗମନ ହୋଇଥାଏ ।

ମହାବାତ୍ୟା ପୂର୍ବରୁ ବର ଅଶ୍ୱତଥ କେନ୍ଦୁ ଖଜୁରୀ ଭଳି ଅନେକ ଗଛ ପ୍ରଭୁ ନୃସିହଂହ ଙ୍କ ନିକଟରେ ରହିଥିବା ବେଳେ ସମସ୍ତ ଗଛ ବର୍ଷା ପବନରେ ଭାଙ୍ଗି ପଡ଼ିଥିଲା । କିନ୍ତୁ ଏହି ବରଗଛ ଟିକ କିନ୍ତୁ ବଞ୍ଚି ଯାଇଥିଲା । ଠାକୁରଙ୍କ ଆର୍ଶିବାଦରେ ଭକ୍ତମାନେ ଏଠାକୁ ଆସିଥାନ୍ତି । ବର୍ଷ ତମାମ୍ ବିଭିନ୍ନ ପର୍ବପର୍ବାଣି ଏହି ପୀଠରେ ପାଳିତ ହୋଇଥାଏ । ଋତୁ ଅନୁସାରେ ସମସ୍ତ ନୀତି କରାଯାଇଥାଏ ଠାକୁରଙ୍କ ପାଇଁ । ଗାଁର ଆରାଧ୍ୟ ଠାକୁର ହେଉଛନ୍ତି ପ୍ରଭୁ ନୃସିଂହ ନାଥ । ସ୍ଥାନୀୟ ଅଂଚଳରେ ଠାକୁରଙ୍କ ବେଶ ମହାତ୍ମ୍ୟ ରହିଛି । ଭକ୍ତି ଭାବନା ସହିତ ଏକାଗ୍ରତାର ସହ ପ୍ରଭୁ  ନୃସିଂହଙ୍କୁ ମନରେ ସ୍ମରଣ କରି ନିଷ୍ଠାର ସହିତ ରହିଲେ ମନୁଷ୍ୟର ରୋଗ ଭଲ ହୋଇଯାଏ । ଠାକୁରଙ୍କ ନିକଟରେ ୫ ଟଙ୍କା ରଖି ବରଗଛର ଚତୁଃପାଶ୍ୱର୍ରେ ସୁତା ବାନ୍ଧି ସାତ ଘେରା ପରିକ୍ରମା କଲେ ମାନସିକ ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀମାନଙ୍କର ବିଶ୍ୱାସ ରହିଛି ।