ମାଆ ମଙ୍ଗଳାଙ୍କ ସ୍ଵପ୍ନାଦେଶ ପାଇବା ପରେ କୁମ୍ଭ ମେଳା ଅଭିମୁଖେ ଯାତ୍ରା ଆରମ୍ଭ କଲେ ସେବକ

କାକଟପୁର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ମଙ୍ଗଳା । ଓଡିଶାରେ ରହିଥିବା ବିର୍ଭିଣ୍ଣ ଶକ୍ତିପୀଠ ମଧ୍ୟରୁ କାକଟପୁର ର ମା ମଙ୍ଗଳାଙ୍କ ଶାକ୍ତିପୀଠ ହେଉଛି ପ୍ରମୁଖ ଶକ୍ତିପୀଠ ମା’ ମଙ୍ଗଳା କାହିଁ କେଉଁ ଆବହମାନ କାଳରୁ କାକଟପୁରରେ ଅଧିଷ୍ଠିତ ହୋଇ ଆସୁଛନ୍ତି । ମାଆ ମଙ୍ଗଳା ହେଉଛନ୍ତି ଆଦିମାତା ଏବଂ ମାଆ ମଙ୍ଗଳାଙ୍କ ଦ୍ୱାରା ହିଁ ସୃଷ୍ଟିର ସର୍ଜନା କରାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ସହ ମାଆ ମଙ୍ଗଳା ମନ୍ଦିର ଜଡିତ ହୋଇରହିଛି ।

ତେବେ ମାଆଙ୍କୁ ନେଇ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି । ପୌରଣିକ ମତ ଅନୁଯାୟୀ ପ୍ରତି ୧୨ ବର୍ଷରେ ପଡିଥାଏ କୁମ୍ଭ ମେଳା ଏବଂ ଚାରୋଟି କୁମ୍ଭରେ ଥରେ ପଡେ ମହାକୁମ୍ଭ । ଚଳିତ ବର୍ଷ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ପଡିଛି ମହାକୁମ୍ଭ ମେଳା । ଏଥିପାଇଁ ବିଶ୍ଵର କୋଣ ଅନୁକୋଣରୁ ବହୁ ସାଧୁ ସନ୍ୟାସୀ ମାନେ ଏହି ମେଳାରେ ବୁଡ ପକାଇବା ପାଇଁ ଧାଇଁ ଆସୁଛନ୍ତି । ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ମନ୍ଦିରରୁ ଜେନ ସେବକ ମାଆଙ୍କ ସ୍ଵପ୍ନାଦେଶ ପାଇବା ପରେ ହାତରେ ମାଆ ମଙ୍ଗଳାଙ୍କ ବେତ ଏବଂ ନେତକୁ ଧରି କୁମ୍ଭ ମେଳା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ସେଠାରେ ପହଁଚି ମାଆ ଗଙ୍ଗାଙ୍କୁ ବେତ ଏବଂ ନେତ ସମର୍ପଣ କରି ସେଠାରୁ ଗଙ୍ଗା ଜଳ ସାଙ୍ଗରେ ଆଣିବେ ଏବଂ ଶ୍ରୀପଞ୍ଚମୀ ବା ସରସ୍ଵତୀ ପୂଜା ଦିନ ମାଆ ମଙ୍ଗଳାଙ୍କ ଦେହରୁ ଘୋଡ ବସ୍ତ୍ର ବାହାର କରାଯାଇ ସେହି ଗଙ୍ଗା ଜଳରେ ମାଆ ମଙ୍ଗଳାଙ୍କୁ ସ୍ନାନ କରିବେ । ତେବେ କଣ ରହିଛି ଏହି ଯାତ୍ରାର ମହତ୍ଵ ମଙ୍ଗଳା ମନ୍ଦିର ପରିସରରୁ ସେବାୟତଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ କାକଟପୁର ରିପୋଟର ଲୋକନାଥ ସ୍ଵାଇଁ ।

ମାଆ ମଙ୍ଗଳାଙ୍କ ଆଦେଶ ପାଇବା ସେବକ ବାହାରି ପଡିଛନ୍ତି ମହାକୁମ୍ଭ ଅଭିମୁଖେ । ଶ୍ରୀପଞ୍ଚମୀରେ ସେଠାରୁ ଆଣିଥିବା ଗଙ୍ଗା ଜଳରେ ସ୍ନାନ କରିବେ ମାଆ । ତେବେ ମାଆଙ୍କ ସ୍ଵପ୍ନାଦେଶ ଘଟଣା ପ୍ରଚାର ହେବା ପରେ ମନ୍ଦିର ବେଢାରେ ଶହ ଶହ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ।

 

You might also like