ମା ସମଲେଶ୍ୱରୀଙ୍କ ଦର୍ଶନ ପାଇଲେ ପୂରଣ ହୁଏ ସମସ୍ତ ମନୋବାଞ୍ଛା

ସମ୍ବଲପୁର: ମା ସମଲେଶ୍ୱରୀ ହେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ l ମା’ଙ୍କ ପ୍ରତି କେଵଳ ଓଡିଶା ନୁହେଁ ରାଜ୍ୟ ବାହାରର ଲୋକଙ୍କ ଅଖଣ୍ଡ ବିଶ୍ୱାସ ରହିଛି l ମା ହେଉଛନ୍ତି ପ୍ରତ୍ୟେକ୍ଷ ଦେବୀ l ସେଥିପାଇଁ ଏଠାରେ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥାଏ l ପ୍ରାୟତଃ ମା’ ସମଲେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚନା ହୋଇଥାଏ l ତେବେ ନୁଆଁଖାଇ ଓ ଦଶହରା ସମୟରେ ଏଠାରେ ସ୍ୱତନ୍ତ୍ର ପୂଜାର୍ଚନା ହୋଇଥାଏ l

ମା’ଙ୍କ ପୂଜା ମଧ୍ୟରୁ ନୁଆଁଖାଇ ପର୍ବ ହେଉଛି ସ୍ୱତନ୍ତ୍ର ପର୍ବ l ମାଁ ସମଲେଶ୍ୱରୀଙ୍କ ମନ୍ଦିର ରାଜା ବଳରାମ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା l ଏହାସହ ମା ସମଲେଶ୍ୱରୀଙ୍କ ପୀଠରେ ରାଜା ରାଜୁଡା ଅମଳରୁ ଷୋଡଶ ଉପଚାର ପୂଜା ହୋଇ ଆସୁଛି l ଏଠାରେ ମା’ଙ୍କ ୧୬ଟି ଜ୍ୟୋତି ସ୍ୱରୂପକୁ ପୂଜା କରାଯାଇଥାଏ l ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ଧରି ଏଠାରେ ପୂଜା ହୋଇଥାଏ l ଏହି ପୀଠରେ ମାଙ୍କ କେବଳ ୨ଟି ବେଶ ହୋଇଥାଏ ତାହା ହେଲା ଗଙ୍ଗା ବେଶ ବା ଧଵଳମୁଖୀ ବେଶ ଓ ରାଜରାଜେଶ୍ୱରୀ ବେଶ l ତେବେ ଏଠାରେ ମାଙ୍କ ଯଥାକ୍ରମେ ଦୁର୍ଗା, ନାରାୟଣୀ, ଈଶାନୀ, ବିଷ୍ଣୁମାୟା, ଶିବା, ସତୀ, ନିତ୍ୟା, ସତ୍ୟା, ଭଗବତୀ, ଶର୍ବାଣୀ, ସର୍ବ ମଙ୍ଗଳା, ଅମ୍ବିକା, ବୈଷ୍ଣବି, ଗୌରୀ, ପାର୍ବତୀ, ସନାତନୀ ସ୍ୱରୂପରେ ପୂଜା ହୋଇଥାଏ l ପ୍ରତ୍ୟେକ ଦିନ ରାତି ୮ଟାରେ ମାଙ୍କ ଆଳତୀ ସମୟରେ ଏହି ସ୍ୱରୂପଙ୍କୁ ପୂଜା କରାଯାଇଥାଏ l

ତେବେ ଏହି ପୀଠର ବୈଶିଷ୍ଟ୍ୟ ହେଉଛି ଏଠାରେ ବ୍ରାହ୍ମଣ ମାନେ ପୂଜା କରନ୍ତି ନାହିଁ ଏଠାରେ ସମ୍ବଲପୁର ରାଜାଙ୍କ ବଂଶଜ ରାଜପୁତ ସମ୍ପ୍ରଦାୟର ଲୋକେ ପୂଜା କରି ଆସୁଛନ୍ତି l ଏହା ସହ ଏଠାରେ ରାଜସିକ ପଦ୍ଧତିରେ ପୂଜା ହୋଇଥାଏ l ୧୬ଦିନ ଧରି ମାଙ୍କ ଯେଉଁ ୧୬ଟି ସ୍ୱରୂପର ପୂଜା ହୋଇଥାଏ, ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ଆଉ ଭିନ୍ନ ଭିନ୍ନ ଭୋଗ ଲାଗିଥାଏ l ଏଠାରେ କାକରା, ସରସତିଆ, ଖଇ, ଛେନା ଭୋଗ, ଫଳ, ଗୁଡ଼ ପିଠା ଆଦି ଭୋଗ ଲାଗିଥାଏ l

ମା ସମଲେଶ୍ୱରୀ ଯେବେଠାରୁ ସମ୍ବଲପୁର ରେ ପୂଜା ପାଇ ଆସୁଛନ୍ତି ସେବେଠାରୁ ପୁରା ପଶ୍ଚିମ ଓଡ଼ିଶାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ l ମାଁ ଙ୍କ ନିକଟକୁ ଯିଏ ଆସିଛି ସେ କେବେ ଖାଲି ହାତରେ ଫେରିନାହିଁ l ମାଁଙ୍କୁ ଯିଏ ଯେତେବେଳେ ଯାହା ମାଗିଛି ତାହା ସବୁବେଳେ ପୂରଣ ହେଇଛି l ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ପାଇଁ କାହିଁ କେତେ ଦୂର ଦୁରାନ୍ତରୁ ଭକ୍ତ ମାନେ ଆସିଥାନ୍ତି l ଦଶହରା, ଚୈତ୍ର ମାସରେ ମାଁଙ୍କ ମନ୍ଦିରରେ ପ୍ରବଳ ଭିଡ ହୋଇଥାଏ l

ମା’ଙ୍କର ଟିକେ ଦର୍ଶନ ପାଇବା ପାଇଁ ଭକ୍ତ ମାନେ ଭୋରରୁ ଭିଡ ଜମାଇଥାନ୍ତି l ସେହିପରି ମାଙ୍କର ମନ୍ଦିର ପ୍ରତେକ ଦିନ ଭୋର ୪ଟାରୁ ଖୋଲା ଯାଇ ମାଙ୍କର ରୀତିନୀତି ସମ୍ପନ୍ନ କରାଯାଇଥାଏ l ଭୋର ୫ଟାରେ ମାଙ୍କର ମଙ୍ଗଳ ଆଳତୀ କରାଯାଇଥାଏ l ସେହିପରି ଦିନ ୧୧.୩୦ ସମୟରେ ପହଡ଼ ପଡି ଥାଏ l ୧୨.୧୫ ମିନିଟରେ ପୁଣି ଭକ୍ତ ମାନେ ଦର୍ଶନ କରିଥାନ୍ତି l ଏହାପରେ ପୁଣି ରାତି ୭.୩୦ସମୟରେ ମାଙ୍କର ଆଳତୀ ହୋଇ ରାତି ୧୦.୩୦ ସମୟରେ ମନ୍ଦିର ବନ୍ଦ ହୋଇଥାଏ l

You might also like