ଆଧ୍ୟାତ୍ମିକ

ଏଠାରେ ପଡିଥିଲା ମାତାଙ୍କ ହୃଦୟ

ପୁରାଣ ବର୍ଣ୍ଣିତ ମାତା ସତୀଙ୍କ ଦେହାନ୍ତ ପରର କଥା, ଯାହା ପରେ ମାତାଙ୍କ ଶରୀର ଏକାବନ ଖଣ୍ଡ ହୋଇ ଧରା ପୃଷ୍ଠରେ ପଡିଥିଲା। ଯେଉଁ ସବୁ ସ୍ଥାନରେ ମାତା ଙ୍କର ଶରୀର ଖଣ୍ଡ ଅଂଶ ପଡିଛି ସେଠାରେ ମାତା ଙ୍କ ଶକ୍ତି ପୀଠ ନିର୍ମାଣ ହୋଇଛି । ଆଜି ଜାଣିବା ମାତା ଙ୍କ ହୃଦୟ ପଡିଥିବା ସ୍ଥାନ ବିଷୟରେ.. ଦେଶରେ ଏହି ମନ୍ଦିର ବହୁ ପ୍ରତକ୍ଷ ମନ୍ଦିର ।

ଗୁଜରାଟ ଏବଂ ରାଜସ୍ଥାନ ସୀମାରେ ବନାସକାଂଠ ଜିଲ୍ଲାର ଦାଂତା ତାଲୁକାରେ ଅମ୍ବାଜୀଙ୍କ ମନ୍ଦିର ନିର୍ମାଣ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଏହା ଏକ ପ୍ରାଚୀନ ମନ୍ଦିର। ଏହି ମନ୍ଦିର ୫୧ଟି ଶକ୍ତିପୀଠ ମଧ୍ୟରୁ ସ୍ୱତନ୍ତ୍ର। ମାନ୍ୟତା ଅନୁଯାୟୀ ଏହା ସେହି ସ୍ଥାନ ଯେଉଁଠାରେ ଦେବୀ ମାଁ ସତୀଙ୍କ ହୃଦୟ ପଡିଥିଲା। ଏହାର ଉଲ୍ଲେଖ ‘‘ତନ୍ତ୍ର ଚୂଡାମଣି’’ ରୁ ମିଳିଛି। ଏହାବ୍ୟତୀତ ଏଠାରେ ମାଁଙ୍କ ଏକ ଶ୍ରୀଯନ୍ତ୍ର ମଧ୍ୟ ସ୍ଥାପନା କରାଯାଇଛି। ଏହି ଶ୍ରୀଯନ୍ତ୍ରକୁ ଏଭଳି ଭାବେ ସଜାଯାଇଥାଏ କି ଦେଖିବାକୁ ଆସିଥିବା ଲୋକମାନଙ୍କୁ ଲାଗିଥାଏ ସତରେ ଯେପରି ମାଁ ଏଠାରେ ବିରାଜମାନ କରିଛନ୍ତି। ଅମ୍ବାଜୀ ମନ୍ଦିର ବିଷୟରେ କୁହାଯାଇଥାଏ, ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଣ୍ଡନ ସଂସ୍କାର ସମ୍ପନ୍ନ ହୋଇଥିଲା। ସେହିଭଳି ଭଗବାନ ରାମ ମଧ୍ୟ ଶକ୍ତିଙ୍କ ଉପାସନା ପାଇଁ ଏଠାକୁ ଆସିଥିଲେ।

ସେହିଭଳି ଗବ୍ଦର ପର୍ବତ ଶିଖରରେ ରହିଥିବା ଦେବୀଙ୍କ ଏକ ଛୋଟ ମନ୍ଦିରର ପଶ୍ଚିମ ଭାଗରେ କାନ୍ଥ ନିର୍ମାଣ କରାଯାଇଛି। ଏଠାରେ ୯୯୯ ସିଢି ଚଢିବା ପରେ ଆପଣ ମାଁଙ୍କ ମନ୍ଦିରରେ ପହଞ୍ଚିପାରିବେ। ମାତା ଶ୍ରୀ ଅରାସୁରୀ ଅମ୍ବିକାଙ୍କ ମନ୍ଦିରରେ ଶ୍ରୀ ବୀଜଯନ୍ତ୍ର ସାମ୍ନାରେ ଏକ ପବିତ୍ର ଜ୍ୟୋତି ସର୍ବଦା ପ୍ରଜ୍ୱଳିତ ହୋଇ ରହିଥାଏ।

ଅମ୍ବାଜୀଙ୍କ ମନ୍ଦିର ଗୁଜରାଟ-ରାଜସ୍ଥାନ ସୀମାରେ ଅବସ୍ଥିତ ଅରାବଳୀ ଶୃଙ୍ଖଳାର ଆରାସୁର ପର୍ବତ ଉପରେ ଅବସ୍ଥିତ, ଯାହା ଦେଶର ଏକ ପ୍ରାଚୀନ ମନ୍ଦିର। ବର୍ତ୍ତମାନ ଶ୍ରୀ ଅମ୍ବାଜୀ ମନ୍ଦିରର ସଂରଚନା ବିଷୟରେ କୁହାଯାଇଥାଏ କି ୧୪ଶ ଶତାଦ୍ଦୀରେ ଭଲ୍ଲଭୀର ସୂର୍ଯ୍ୟବଂଶୀ ରାଜା ଅରୁଣ ସେନ୍‌ କରିଥିଲେ। କିନ୍ତୁ ଯଦି ଏହି ମନ୍ଦିର କିମ୍ବାର ଏହାର ପୂର୍ବ ଇତିହାସ ବିଷୟରେ କୁହାଯାଏ ତେବେ ଜାଣିବାକୁ ମିଳେ ୧୨୦୦ଖ୍ରୀଷ୍ଟାଦ୍ଦରେ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା, ଯାହା ମୋଗଲମାନେ ଲୁଟପାତ ପରେ ନଷ୍ଟ କରିଦେଇଥିଲେ।

ଏହାପରେ ଏହି ମନ୍ଦିରର ଜୀର୍ଣୋଦ୍ୱାରର ମରାମତି କାମ ୧୯୭୫ ମସିହାରୁ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଶ୍ୱେତ ସଂଗମରମର ଠାରୁ ନିର୍ମିତ କରାଯାଇଥିବା ଏହି ମନ୍ଦିର ବହୁତ ଭବ୍ୟ। ଏହି ମନ୍ଦିରର ଶିଖର ଏକ ଶହ ତିନି ପୁଟ ଉଚ୍ଚା। ଏଥିସହ ମନ୍ଦିରର ଶିଖର ଉପରେ ୩୫୮ ସ୍ୱର୍ଣ୍ଣ କଳସ ସୁସଜ୍ଜିତ କରାଯାଇଛି। ଯାହା ମନ୍ଦିରର ସୁନ୍ଦରତା ବଢାଇଥାଏ। ଏଠାରେ ବିଦେଶରୁ ମଧ୍ୟ ଅନେକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ଏସବୁ ବ୍ୟତୀତ ମନ୍ଦିରର ପଛରେ ପ୍ରାଚୀନ କାଳର ପବିତ୍ର ମାନସରୋବର ପୋଖରୀ ମଧ୍ୟ ରହିଛି। କୁହାଯାଇଥାଏ ଏହି ପୋଖରୀର ନିର୍ମାଣ ଅହମଦାବାଦର ଶ୍ରୀ ତପିଶଂକର ୧୫୮୪ ବର୍ଷରୁ ୧୫୯୪ ବର୍ଷ ମଧ୍ୟରେ କରାଯାଇଥିଲା।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago