ଜ୍ୟେଷ୍ଠ ମାସର ମଙ୍ଗଳବାର କାହିଁକି ଗୁରୁତ୍ୱପୂର୍ଣ?

ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ବହୁତ ବଡ ମହତ୍ତ୍ୱ ରହିଛି। ଚଳିତ ବର୍ଷ ଜ୍ୟେଷ୍ଠ ମାସ ଆରମ୍ଭ ହୋଇସାରିଛି । ସାଧାରଣରେ ଏହି ମାସକୁ ଜେଠ ମାସ ବି କୁହାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ମାସ ହେଉଛି ବର୍ଷର ଦ୍ଵିତୀୟ ମାସ । ଜ୍ୟେଷ୍ଠ ମାସର ବଡ଼ ମଙ୍ଗଳବାର ରେ ଏସବୁ ଉପାୟ ଆପଣାନ୍ତୁ, ପଡ଼ିବ ହନୁମାନଙ୍କ ଆଶିର୍ବାଦ

ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ବହୁତ ବଡ ମହତ୍ତ୍ୱ ରହିଛି। ଚଳିତ ବର୍ଷ ଜ୍ୟେଷ୍ଠ ମାସ ଆରମ୍ଭ ହୋଇସାରିଛି । ସାଧାରଣରେ ଏହି ମାସକୁ ଜେଠ ମାସ ବି କୁହାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ମାସ ହେଉଛି ବର୍ଷର ଦ୍ଵିତୀୟ ମାସ । ଏହି ଦିନ ମାନଙ୍କରେ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହୁଏ । ଲୁ ପ୍ରଭାବରେ ଦେଶର ଉତ୍ତରରେ ଥିବା ରାଜ୍ୟ ମାନଙ୍କରେ ପ୍ରବଳ ଗରମ ପବନ ବୋହିଥାଏ ।

ତେବେ ଶାସ୍ତ୍ର ଅନୁସାରେ ବି ଏହି ମାସର ଅନେକ ମହତ୍ତ୍ୱ ରହିଛି । କୁହାଯାଏ ଏହି ମାସ ବ୍ରହ୍ମାଙ୍କର ଅତି ପ୍ରିୟ ମାସ।ତେବେ ଜ୍ୟେଷ୍ଠ ମାସର ମଙ୍ଗଳବାରର ଗୁରୁତ୍ୱ ଅଧିକ ଥାଏ । ଏହାକୁ ବଡ ମଙ୍ଗଳ ବାର ବା ବୁଢ଼ା ମଙ୍ଗଳବାର କୁହାଯାଏ । ଏମିତିରେ ତ ମଙ୍ଗଳବାର ହନୁମାନଙ୍କୁ ସମର୍ପିତ ହୋଇଥାଏ ଏବଂ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ, ଯାହାଦ୍ୱାରା ଶୁଭ ଲାଭ ମିଳିଥାଏ। କିନ୍ତୁ ଜ୍ୟେଷ୍ଠ ମାସ ମଙ୍ଗଳବାର ହନୁମାନଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଥାଏ। ଏହି ମାସରେ ପଡୁଥିବା ମଙ୍ଗଳବାରକୁ ବଡ ମଙ୍ଗଳବାର କୁହାଯାଏ। ମାନ୍ୟତା ଅନୁସାରେ ଜ୍ୟେଷ୍ଠ ମାସରେ ପଡୁଥିବା ମଙ୍ଗଳବାରେ ବିଧି ବିଧାନ ଅନୁସାରେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ପ୍ରତ୍ୟେକ କଷ୍ଟ ଓ ବାଧାରୁ ମୁକ୍ତି ମିଳିଥାଏ।

ଆଜି ଜ୍ୟେଷ୍ଠ ମାସ ତୃତୀୟ ବଡ ମଙ୍ଗଳବାର। ଏହାବୁ ବଡ ମଙ୍ଗଳବାର ବା ବୁଢା ମଙ୍ଗଳବାର ବୋଲି କହିବାର ପୌରାଣିକ କଥା ପ୍ରଚଳିତ ରହିଛି। ପୌରାଣିକ କଥା ଅନୁଯାୟୀ, ମହାଭାରତ କାଳରେ ଯେତେବେଳେ ଭୀମଙ୍କୁ ନିଜ ଶକ୍ତି ନେଇ ଆତ୍ମଗର୍ବ ହୋଇଯାଇଥିଲା, ସେତେବେଳେ ହନୁମାନ ବୁଢା ବାନର ରୂପ ଧାରଣ କରି ଭୀମଙ୍କ ଆତ୍ମଗର୍ବକୁ ମଙ୍ଗଳବାର ଦିନ ଭାଙ୍ଗିଥିଲେ। ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ, ଜଙ୍ଗଲରେ ଭଗବାନ ଶ୍ରୀରାମ ବୁଲୁଥିବା ବେଳେ ହନୁମାନଙ୍କ ସାକ୍ଷାତ ପୁରୋହିତ ରୂପରେ ହୋଇଥିଲା।, ତେଣୁ ଜ୍ୟେଷ୍ଠ ମାସ ମଙ୍ଗଳବାରକୁ ବୁଢା ମଙ୍ଗଳ କିମ୍ବା ବଡ ମଙ୍ଗଳ ନାମରେ ଜଣାଯାଏ।

– ମଙ୍ଗଳବାର ଦିନ ଯଦି ଆପଣ ବଜରଙ୍ଗବାଣ ପାଠ କରୁଥାନ୍ତି, ତେବେ ଜୀବନରେ ସମସ୍ତ ଶତ୍ରୁ ନାଶ ହୋଇଥାଏ। ଏହି ପାଠ ୨୧ ଦିନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ସ୍ଥାନରେ ବସି କରିବା ଉଚିତ।

– ଯଦି କୌଣସି ବ୍ୟକ୍ତି ଶାରୀରିକ ଭାବେ ପୀଡିତ ଥାନ୍ତି, ତେବେ ମଙ୍ଗଳବାର ଦିନ ଏକ ପାତ୍ରରେ ଜଳ ଭରି ହନୁମାନଙ୍କ ପ୍ରତିମା ରଖିବା ଉଚିତ। ଏହା ସହିତ ହନୁମାନ ବାହୁକ ୨୧ କିମ୍ବା ୨୬ ଦିନ ପର୍ଯ୍ୟନ୍ତ ପାଠ କରିବା ଉଚିତ। ପାଠ ପୁରା ହେବା ପରେ ସେହି ଜଳକୁ ଗ୍ରହଣ କରି ସେଠାରେ ଅଲଗା ଜଳ ରଖିଦିଅନ୍ତୁ।

– ଯଦି ଆପଣଙ୍କୁ ଭୂତ-ପ୍ରେତ କିମ୍ବା ଅନ୍ଧାରକୁ ଡର ଲାଗିଥାଏ, ତେବେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରି ଓଁ ହଂ ହନୁମତେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

– ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଗୁଡ ଏବଂ ଚଣାର ପ୍ରସାଦ ଚଢାନ୍ତୁ। ଏବଂ ଏହି ପ୍ରସାଦକୁ ୨୧ ମଙ୍ଗଳବାର ପର୍ଯ୍ୟନ୍ତ ଚଢାନ୍ତୁ। ଏହା ପରେ ହନୁମାନଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ଏମିତି କଲେ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ।

– ହନୁମାନଙ୍କ ପ୍ରତିମା ସାମ୍ନାରେ ବସି ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କୁଣ୍ଡଳୀରେ ଆସିବାକୁ ଥିବା ମଙ୍ଗଳଦୋଷ ଶେଷ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.