ବାରିପଦାରେ ନିଆରା ଭାବରେ ପାଳିତ ହୁଏ ରଥଯାତ୍ରା, ଜାଣନ୍ତୁ କେମିତି
ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା କଳା ଓ ସଂସ୍କୃତିର ସହର ହେଉଛି ବାରିପଦା । ରଥଯାତ୍ରାର ରହିଛି ଅନେକ ସ୍ଵତନ୍ତ୍ରତା ରଥଯାତ୍ରା ପାଇଁ ବାରିପଦା ଏବେ ବେଶ ଚଳଚଞ୍ଚଳ ଆସନ୍ତୁ ଜାଣିବା । ବାରିପଦା ରଥଯାତ୍ରାର ବିଶେଷତ୍ତ୍ୱ ।
ଦୋଳ ଉତ୍ସବରେ ମହାପ୍ରଭୁଙ୍କ ଦୋଳ ଗୋବିନ୍ଦ ରୁପ,ଚନ୍ଦନ ସମୟରେ ଚାପରେ ମଧୁସୁଦନ ରୁପ ଏବଂ ଶ୍ରୀଗୁଣ୍ଡିଚାରେ ରଥ ଉପରେ ମହାପ୍ରଭୁଙ୍କର ବାମନ ରୁପ ଦର୍ଶନ କଲେ ମନୁଷ୍ୟ ଆଉ ପୂନର୍ଜନ୍ମ ଲାଭ କରେନାହିଁ । ପୁଣିଥରେ ଏ ପୃଥିବୀରେ ଜନ୍ମଲାଭ କରି ପାପପୂଣ୍ୟର ହିସାବରେ ଘ।ଣ୍ଟି ହୁଏ ନାହିଁ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରତ୍ନ ସିଂହାସନରୁ ଓହ୍ଲାଇଆସି ମହାପ୍ରଭୁ ଭକ୍ତଙ୍କ ମେଳରେ ଏକକାର ହୋଇଯାନ୍ତି ।
ଶ୍ରୀକ୍ଷେତ୍ର ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରହିଛି ଅନେକ ସ୍ଵତନ୍ତ୍ରତା । ସେଥି ମଧ୍ୟରୁ ଶ୍ରଦ୍ଧା ଲଡୁ ପରମ୍ପରା ନିଆରା । ରଥ ଉପରୁ ମହାପ୍ରଭୁଙ୍କ ପ୍ରସାଦ ଭକ୍ତଙ୍କ ପାଇଁ ବିତରଣ କରାଯାଇଥାଏ । ରାଜତନ୍ତ୍ର ଅମଳରୁ ଚାଲି ଆସୁଥିବା ଏହି ପରମ୍ପରାର ରହିଛି ବହୁ ସ୍ଵତନ୍ତ୍ରତା ।
ଅନ୍ୟ ପଟେ ଏହା ପଛରେ ବିଭିନ୍ନ ପ୍ରକାରର ବିଶ୍ଵାସ ରହିଛି । ସାଧାରଣତଃ ବନ୍ଧୁ ଘରକୁ ଗଲେ ଯେପରି ବନ୍ଧୁ ମିଷ୍ଠାନ୍ନ ନେବାକୁ ପସନ୍ଦ କରିଥାଏ ସେହିଭଳି ଜଗନ୍ନାଥ ମହାପ୍ରଭୁ ମାଉସୀ ଘରକୁ ଯିବା ବେଳେ ସାଙ୍ଗରେ ମିଷ୍ଠାନ୍ନ ସ୍ଵରୁପ ଏହି ଶ୍ରଦ୍ଧାଲଡୁ ନେଇଥାନ୍ତି ବୋଲି ବିଶ୍ଵାସ ରହିଛି । କେବଳ ଲଡୁ ଭୋଗର ବିଧି ନୁହଁ ବରଂ ଏକ ଭିନ୍ନ ପରମ୍ପରା ରହିଛି । ରଥ ଉପରୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏହି ଲଡୁ ଫିଙ୍ଗା ଯାଇଥାଏ।
ବଡଦାଣ୍ଡରେ ହଜାର ହଜାର ଭକ୍ତମାନଙ୍କ ଉପରକୁ ରଥ ଉପରୁ ଏହି ଲଡୁ ଫିଙ୍ଗାଯିବାର ଦୃଶ୍ୟ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥାଏ । ବର୍ଷକରେ ଥରେ ମିଳିଥାଏ ଏହି ଲଡୁ ତାହା ପୁଣି ମହାପ୍ରଭୁଙ୍କ ପ୍ରସାଦ। ସେଥିପାଇଁ ଭକ୍ତମାନଙ୍କ ଆନନ୍ଦ କହିଲେ ନ ସରେ।
କେବଳ ସେତିକି ନୁହେଁ ଏହି ଶ୍ରଦ୍ଧାଲଡୁର ତିଆରି ଶୈଳୀ ଓ ସ୍ଵାଦ ମଧ୍ୟ ଭକ୍ତମାନଙ୍କୁ କିଭଳି ଭାବେ ପ୍ରସାଦ ମିଳିବ ସେଥାପାଇଁ ଲଡୁ ଗୁଡିକୁ ସ୍ଵତନ୍ତ୍ର ଭାବେ ପ୍ୟାକ କରାଯାଇଥାଏ ଯେମିତି ତଳେ ପଡି ନଷ୍ଟ ହେବନାହିଁ । ଶ୍ରଦ୍ଧାଲଡୁ ପାଇବାପାଇଁ ବାରମ୍ୱାର ହାରିଯାଉଥିଲେବି ଭକ୍ତଟିଏ ଭୋଗ ଛଡାଇ ନେବାକୁ ଯେଉଁ ଉଦ୍ୟମ କରୁଥାଏ ତାହା ଏକ ଭକ୍ତିଭାବର ନିଦର୍ଶନ ପାଲଟିଥାଏ ।