ଶ୍ରାବଣ ମାସରେ ରୁଦ୍ରାକ୍ଷର ମହତ୍ୱ,ଏହାକୁ ଧାରଣ କଲେ ବହୁ ସମସ୍ୟାରୁ ମିଳେ ମୁକ୍ତି

ଧାର୍ମିକ ତଥ୍ୟ ଅନୁସାରେ ରୁଦ୍ରାକ୍ଷକୁ ଧାରଣ କରିବା ବା ପିନ୍ଧିବା ଦ୍ୱାରା ଭଗବାନ ଶିବଙ୍କର କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହା ସହିତ ଜୀବନରେ ଜଡିତ ରହିଥିବା ଯେକୈାଣସି ସମସ୍ୟାର ସମାଧାନ ମିଳିଯାଇଥାଏ । ଶିବ ଭଗବାନଙ୍କ ପ୍ରିୟ ମାସ ହେଉଛି ଏହି ଶ୍ରାବଣ ମାସରେ । ତେବେ କିଭଳି ଏହି ରୁଦ୍ରାକ୍ଷ କୁ ଆପଣ ପିନ୍ଧିବେ ସେଥିପାଇଁ ଆପଣଙ୍କୁ କିଛି ନୀୟମ ଉପରେ ଧ୍ୟାନ ଦେବାକୁ ପଡିବ ।
ଦେବ ଦେବ ମହାଦେବଙ୍କର ପ୍ରିୟ ମାସ ହେଉଛି ଏହି କାର୍ତିକ ମାସ । ରୁଦ୍ରାକ୍ଷ କୌଣସି ରତ୍ନ ଠାରୁ କମ ନୁହେଁ । କାରଣ ଏହି ମାସରେ ଶିବଙ୍କ ଭକ୍ତମାନେ ଶିବଙ୍କୁ ସନୁଷ୍ଟ କରିବା ପାଇଁ ପୂଜାପାଠ ବହୁତ ଧ୍ୟାନର ସହ କରିଥାନ୍ତି । ଯାହା ଫଳରେ ଏହି ପବିତ୍ର ମାସରେ ଶିବ ଆରାଧାନ କଲେ କିମ୍ବା ଉପାସନା କଲେ ମନସ୍କାମନା ପୁର୍ଣ୍ଣ ହୋଇଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଥାଏ ।
ରୁଦ୍ରାକ୍ଷ ହେଉଛି ଶିବଙ୍କର ପ୍ରିୟ ଅଳଙ୍କାର । ଏହି ଶ୍ରାବଣ ମାସରେ ରୁଦ୍ରାକ୍ଷ ପିନ୍ଧିଲେ ଭଗବାନ ଶିବ ଭକ୍ତ ମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି । କିନ୍ତୁ ଆପଣ ରୁଦ୍ରାକ୍ଷ ପିନ୍ଧିବା ପୁର୍ବରୁ କିଛି ନୀୟମ ଜାଣିବା ଦରକାର । ଯଦି ଆପଣ କୈାଣସି ଭୁଲ ଉପାୟରେ ଏହି ରୁଦ୍ରାକ୍ଷକୁ ଧାରଣ କରନ୍ତି ତାହେଲେ ଆପଣଙ୍କ ଜୀବନରେ ସମସ୍ୟା ହୋଇପାରେ । ତାହେଲ କେମିତି ପିନ୍ଧିବେ ରୁଦ୍ରାକ୍ଷ ଆସନ୍ତୁ ଜାଣିବା
ରୁଦ୍ରାକ୍ଷ ଧାରଣ କରିବାର ପ୍ରକୃଷ୍ଟ ସମୟ ହେଲା ପ୍ରାତ କାଳ । ଏହି ସମୟରେ ବାତାବରଣ ଶୁଦ୍ଧ, ଶାନ୍ତି ହୋଇଥାଏ । ଯାହା ଫଳରେ ରୁଦ୍ରାକ୍ଷର ଶକ୍ତି ଠିକ ଭାବରେ ମିଳିଥାଏ । ରୁଦ୍ରାକ୍ଷ ଧାରଣ କରିବା ପୁର୍ବରୁ ଏହାକୁ ଆପଣ ପଞ୍ଚାମୃତ ଓ ଗଙ୍ଗାଜଳରେ ଶୁଦ୍ଧ କରିବେ । ଏହା ପରେ ଏକ ପରିଷ୍କାର କପଡାରେ ରୁଦ୍ରାକ୍ଷକୁ ପୋଛିବେ । ଏହା ପରେ ଏହି ରୁଦ୍ରାକ୍ଷରେ ଏକ ତିଳକ ଲଗାଇବେ । ଏହା ପରେ ଧୂପ ଦେବେ । ୧୦୮ ଥର ନମଃ ଶିବାୟ ମନ୍ତ୍ର ଜପକୁ ସମାପ୍ତ କଲାପରେ ଆପଣ ରୁଦ୍ରାକ୍ଷକୁ ଧାରଣ କରିପାରିବେ ।
ପୁରୋହିତଙ୍କ ଅନୁସାରେ ରୁଦ୍ରାକ୍ଷ କୌଣସି ମୁଲ୍ୟବାନ ରତ୍ନ ଠାରୁ କମ ନୁହେଁ । ଏହାକୁ ପିନ୍ଧିବା ପାଇଁ ଆପଣ ରୁଦ୍ରଙ୍କ ଭଳି ପବିତ୍ର ରହିବାକୁ ହୋଇଯାଏ । ଏହା ଶ୍ରାବଣ ମାସର କୌଣସି ସୋମବାର କିମ୍ବା ଶିବରାତ୍ରୀ ଦିନ ରୁଦ୍ରାକ୍ଷ ପିନ୍ଧିବା ଅତ୍ୟଧିକ ଶୁଭ ଓ ମଙ୍ଗଳମୟ ହୋଇଥାଏ । ଏହାପରେ ରୁଦ୍ରାକ୍ଷକୁ ଏକ ନାଲି କପଡାରେ ବାନ୍ଧି ପୂଜାପାଠ କିମ୍ବା ଶିବଲିଙ୍ଗ ଉପରେ ରଖନ୍ତୁ । ତାପରେ ପଞ୍ଚକ୍ଷରିଆ ଶିବଙ୍କ ନାମକୁ ଜପ କରନ୍ତୁ । ରୁଦ୍ରାକ୍ଷକୁ ଆପଣ ବେକରେ କିମ୍ବା ହାତରେ ପିନ୍ଧି ପାରିବେ । ଯଦି ଏହା ଅପଣ ହାତରେ ଧାରଣ କରୁଛନ୍ତି ତ ୧୨ଟି ରୁଦ୍ରାକ୍ଷରେ ନିର୍ମିତ ମାଳ ଓ ବେକରେ ୫୪ଟି ରୁଦ୍ରାକ୍ଷରେ ତିଆରି ହୋଇଥିବା ମାଳକୁ ଆପଣ ପିନ୍ଧି ପାରିବେ । ଯେଉଁମାନେ ହାତରେ ରୁଦ୍ରାକ୍ଷ ପିନ୍ଧିଛନ୍ତି ସେମାନେ ସର୍ବଦା ସାତ୍ୱିକ ଖାଦ୍ୟ ଖାଇବା ଦରକାର । ଏହାକୁ ଧାରଣ କରିଥିବା ବ୍ୟକ୍ତି କେବେ ମାଂସ କିମ୍ବା ମଦକୁ ସ୍ପର୍ଶ କରିବା କି ପାନୀୟ ଭାବେ ବ୍ୟବହାର କରିପାରିବେ ନାହିଁ ।
ଯେତେବେଳ ଆପଣ ଏହି ରୁଦ୍ରାକ୍ଷକୁ ଧାରଣ କରିଛନ୍ତି ୨୭ ରୁଦ୍ରାକ୍ଷ ରହିବା ଦରକାର ଯଦି କମ ସଂଖ୍ୟକ ରୁଦ୍ରାକ୍ଷ ପିନ୍ଧିଛନ୍ତି ତାହେଲେ ଶିବ ଦୋଷ ଲାଗିପାରେ । ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ମନକୁ ଶକ୍ତି ମିଳିଥାଏ । ପୋରାଣିକ ତଥ୍ୟ ଅନୁସାରେ ଏହାକୁ ପିନ୍ଧିବା ଦ୍ୱାରା ଦୀର୍ଘାୟୁ ହେବାର ଆର୍ଶିବାଦ ମିଳିଥାଏ । ଏହା ସହ ବୁଦ୍ଧି ବଢିଥାଏ । ଶିବଙ୍କ କୃପା ମିଳିଥାଏ । ଏହାଛଡା ଶନି,ରାହୁ , କେତୁ ଗ୍ରହ ଠାରୁ ମୁକ୍ତି ମିଳିଥାଏ । ଏହା ପିନ୍ଧିବା ଦ୍ୱାରା ଧନ ବଢିଥାଏ । ଆପଣଙ୍କର ନକରାତ୍ମକ ଚିନ୍ତା କମିଥାଏ । ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଭଗବାନଙ୍କର ଆର୍ଶିବାଦ ମିଳିଥାଏ ।