ଧୁମଧାମରେ ଅନୁଷ୍ଠିତ ହୋଇଛି ଗୋରେଖନାଥଙ୍କ ପୀଠରେ ମହାଯଜ୍ଞ, ମୃଦଙ୍ଗ ତାଳରେ କମ୍ପି ଉଠିଲା ମନ୍ଦିର ପରିସର

ପ୍ରତ୍ୟେକ ଦିନ ଯଜ୍ଞ ଆହୁତି ସହିତ ମଧ୍ୟାହ୍ନରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ସହିତ ପ୍ରସାଦ ସେବନର ବି ବ୍ୟବସ୍ଥା କରାଯାଇଛି । ଏହା ସହିତ ମନୋରଞ୍ଜନ ପାଇଁ ମୀନା ବଜାର ଓ ଅପେରା ପାର୍ଟିର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବିଭୁତି କ୍ଷେତ୍ର ବାବା ଗୋରେଖନାଥଙ୍କ ପୀଠରେ ବିଶ୍ୱର ଶାନ୍ତି ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଦୂର ଦୂରାନ୍ତରରୁ ଭକ୍ତମାନେ ଛୁଟି ଆସିଥିଲେ । ଭକ୍ତଙ୍କ ଉପସ୍ଥିତିରେ ମନ୍ଦିରରେ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଘଣ୍ଟ ଘଣ୍ଟା ମୃଦଙ୍ଗର ତାଳରେ କମ୍ପି ଉଠିଥିଲା ମନ୍ଦିର ପରିସର । ଭକ୍ତମାନେ ଆନନ୍ଦ ମନରେ ପ୍ରଭୁଙ୍କ କୃପା ଭିକ୍ଷା ପାଇଁ ମନ୍ଦିରରେ ଆସି ପୂଜାର୍ଚ୍ଚନା କରିଥିଲେ । ତେବେ ପ୍ରସିଦ୍ଧ ଗୋରେଖନାଥ ପୀଠର ରହିଛି ଖାସ୍‌ ମହତ୍ତ୍ୱ । ଏଠାରେ ଭକ୍ତମାନେ ଯାହା ବି ମାନସିକ କରନ୍ତି, ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।

ପ୍ରତ୍ୟେକ ଦିନ ଯଜ୍ଞ ଆହୁତି ସହିତ ମଧ୍ୟାହ୍ନରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ସହିତ ପ୍ରସାଦ ସେବନର ବି ବ୍ୟବସ୍ଥା କରାଯାଇଛି । ଏହା ସହିତ ମନୋରଞ୍ଜନ ପାଇଁ ମୀନା ବଜାର ଓ ଅପେରା ପାର୍ଟିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୋରେଖନାଥ ନାଥଙ୍କ ଯଜ୍ଞ ପାଇଁ ପ୍ରତ୍ୟେକ ଦିନ ଶତାଧିକ ଭକ୍ତଙ୍କ ସମାଗମ ହେଉଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ପାଇଁ ଗୋରେଖନାଥ ପୀଠରେ ଜଳସେବା ଶିବିର ଖୋଲାଯାଇଛି । ହଜାର ହଜାର ଭକ୍ତ ଯୋଗ ଦେଇ ପ୍ରଭୁ କୃପା ଲାଭ କରୁଛନ୍ତି ।

ବିଶେଷ କରି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଯଜ୍ଞ ଅନୁଷ୍ଠିତ କରାଯାଏ । କିନ୍ତୁ ବିଶ୍ୱଶାନ୍ତି ମହାଯଜ୍ଞ ବିଶ୍ୱ ତଥା ଜନସାଧାରଣଙ୍କ ମଙ୍ଗଳ ପାଇଁ କରାଯାଇଥାଏ । ଶାନ୍ତି ଯଜ୍ଞ ଅର୍ଥାତ୍‌ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି ଯଜ୍ଞ କରାଯାଇଥାଏ । ଯଜ୍ଞର ମୂଳ ମନ୍ତ୍ର ହେଉଛି ସମାଜରେ ଶାନ୍ତି ପ୍ରତିଷ୍ଠା କରିବା । ଆଉ ଏହି ଯଜ୍ଞକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ଭରି ରହିଥାଏ । ଯଜ୍ଞକୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଥାଆନ୍ତି ଲୋକେ । ଭକ୍ତିରେ ପ୍ରଭୁଙ୍କୁ କାମନା କରିଥାଆନ୍ତି । ସମାନ ଭାବେ ବାବା ଗୋରେଖନାଥଙ୍କ ପୀଠରେ ମଧ୍ୟ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ଯଜ୍ଞ ଦ୍ୱାରା ସମାଜରେ ଶାନ୍ତି ପ୍ରତିଷ୍ଠା ହେବ । ଲୋକଙ୍କର ମଙ୍ଗଳ ହେବ ।

ବାବା ଗୋରେଖନାଥଙ୍କ ମହିମା ଅପାର । ଭକ୍ତ ନିଜର ମନୋବାଞ୍ଚା ପୂରା କରିବା ପାଇଁ ବାବାଙ୍କ ନିକଟକୁ ଆସନ୍ତୁ । ନିଜର ଦୁଃଖକୁ ବାବାଙ୍କ ଆଗରେ ପ୍ରକାଶ କରନ୍ତି । ବିଶ୍ୱାସ ରହିଛି ଏହି ସ୍ଥାନରେ ବାବାଙ୍କୁ ପୂଜା କଲେ ଭକ୍ତ କେବେ ନିରାଶ ହୋଇ ଫେରିନଥାଏ ।

Leave A Reply

Your email address will not be published.