ଜୁନ ୨୯ରୁ ଯୋଗ ନିଦ୍ରାରେ ଯିବେ ଶ୍ରୀହରି ବିଷ୍ଣୁ

ଜୁନ ୨୯ରୁ ଆରମ୍ଭ ହେବ ଚତୁର୍ମାସ, ଆଗାମୀ ଚାରି ମାସରେ କରନ୍ତୁ ନାହିଁ କୌଣସି ଶୁଭ କାର୍ଯ୍ୟ, ମାନନ୍ତୁ ଏହି ସବୁ ନିୟମ

ଚଳିତ ବର୍ଷ ଜୁଲାଇ ୨୯ ଠାରୁ ଚତୁର୍ମାସ ଆରମ୍ଭ ହେଉଛି। ଏହି ଦିନ ଦେବଶୟନୀ ଏକାଦଶୀ ମଧ୍ୟ ପଡ଼ୁଛି। ଦେବଶୟନୀ ଏକାଦଶୀ ଦିନଠାରୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯିବେ ଏବଂ ସେ ୪ ମାସ ପର୍ଯ୍ୟନ୍ତ ଏହି ଯୋଗରେ ହିଁ ରହିବେ। ଭଗବାନ ବିଷ୍ଣୁ ଶୋଇଥିବା କାରଣରୁ ଏହି ୪ ମାସ କାଳ କୌଣସି ବି ମାଙ୍ଗଳିକ କାର୍ଯ୍ୟ ବା ଶୁଭ କାମ ହେବ ନାହିଁ । ଏହି ଚାରି ମାସ ଶ୍ରାବଣ, ଭାଦ୍ରବ, ଆଶ୍ୱିନ ଓ କାର୍ତିକ ମାସ ଚାଲେ । ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ଅର୍ଥାତ୍ ଦେବଶୟନ ଏକାଦଶୀ ଦିନ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ନିଦ୍ରା ଯାଇଥାନ୍ତି। ସେ ଶୋଇଥିବା କାରଣରୁ ଏହି ୪ ମାସ କୌଣସି ଶୁଭ କାମ କରିବା ମନା। ଏହି ସମୟ ମଧ୍ୟରେ ବିବାହ, ବ୍ରତ ଆଦି ଶୁଭ କାମ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି।

ଶାସ୍ତ୍ର ମୁତାବକ, ଚତୁର୍ମାସ ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଯାଏଁ ରହିବ। ଚଳିତବର୍ଷ ଆସନ୍ତା ଜୁନ ୨୯ ତାରିଖ ଠାରୁ ଚତୁର୍ମାସ ଆରମ୍ଭ ହେବାକୁ ଯାଉଛି। । ଏହି ଦିନ ଦେବୋତଥାନ ଏକାଦଶୀ ବ୍ରତ ପାଳିତ ହେବ।ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ସନାତନ ଧର୍ମରେ ପ୍ରତି ମାସ, ସପ୍ତାହ ଓ ତିଥି ସ୍ୱତନ୍ତ୍ର ହୋଇଥାଏ। ସବୁବାରର ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସ ସହ ଭିନ୍ନ ଭିନ୍ନ ମାନ୍ୟତା ଜଡ଼ିତ ରହିଛି। ଏଭଳି କିଛି ମାନ୍ୟତା ଚତୁର୍ମାସ ସହ ବି ରହିଛି। ଚତୁର୍ମାସ ଆରମ୍ଭ ହେଲେ ସବୁ ଶୁଭ କାର୍ଯ୍ୟ ବନ୍ଦ ହୋଇଯାଏ।

ଚତୁର୍ମାସରେ କରନ୍ତୁ ନାହିଁ ଏହି କାର୍ଯ୍ୟ:-

-ଚତୁର୍ମାସରେ ବିବାହ, ନିର୍ବନ୍ଧ, ମୁଣ୍ଡନ, ଗୃହ ପ୍ରବେଶ, ଉପନୟନ ସଂସ୍କାର ଆଦି ମାଙ୍ଗଳିକ କାର୍ଯ୍ୟ କରାଯାଇ ନ ଥାଏ। ଏହା ପାଳନ ନ କଲେ ଅଶୁଭ ଫଳ ମିଳିଥାଏ।

-ଏହି ୪ ମାସରେ ବ୍ରହ୍ମଚାର୍ଯ୍ୟ ନୀତି ପାଳନ କରିବା ଉଚିତ। ବ୍ରତର ନିୟମଗୁଡ଼ିକୁ ଅବମାନନା କରିବା ଉଚିତ ନୁହେଁ।

-ଯଦି ଆପଣ ବିବାହିତ/ବିବାହିତା, ତା’ ହେଲେ ଚତୁର୍ମାସରେ ନିଜ ସାଥୀଙ୍କ ସହ ସହବାସରୁ ଦୂରେଇ ରୁହନ୍ତୁ।

-ଯଦି ଆପଣ ଚତୁର୍ମାସ ବ୍ରତ କରୁଛନ୍ତି, ତା’ ହେଲେ ଏହି ସମୟରେ ପଲଙ୍କ କିମ୍ବା ଦରି ଉପରେ ଶୁଅନ୍ତୁ ନାହିଁ।

-ଚତୁର୍ମାସରେ ଶ୍ରାବଣ ମାସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହା ଭଗବାନ ଶିବଙ୍କ ପ୍ରିୟ ମାସ ହୋଇଥାଏ। ଏମିତିରେ ଯଦି ଆପଣ ବ୍ରତ ରଖୁଛନ୍ତି, ତା’ ହେଲେ ଏହି ମାସରେ କେଶ, ଦାଢ଼ି, ନଖ ଆଦି କାଟନ୍ତୁ ନାହିଁ।

-ଭଗବାନଙ୍କୁ ଭକ୍ତି କରନ୍ତୁ। କାହା ପ୍ରତି ଘୃଣା ମନୋଭାବ, କଟୁକଥା, ଲୋଭ, ମୋହ, ଘମଣ୍ଡ ଆଦି ରଖନ୍ତୁ ନାହିଁ।

-ଧାର୍ମିକ ମାନ୍ୟତା ଅନୁସାରେ, ଚତୁର୍ମାସରେ ଯଦି ଆପଣ ବ୍ରତ ପାଳନ କରୁଛନ୍ତି, ତା’ ହେଲେ ଦୂର ଯାତ୍ରା ଆଦିଠାରୁ ଦୂରେଇ ରୁହନ୍ତୁ।

-ଏହି ୪ ମାସରେ ଆପଣ ମାଂସ, ମଦ, ଧୂମପାନ, ପିଆଜ, ରସୁଣ ଆଦି ସେବନ କରନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

You might also like