ନିଆରା ଚୁଡାଖାଇ ଯାତ୍ରା, ଅଶ୍ଳୀଳ ଭାଷାରେ ଲୋକମାନେ ମାଁ ମାହେଶ୍ୱରୀଙ୍କ ମନ୍ଦିରରେ ପୂଜା କରିଥାନ୍ତି
ବୌଦ୍ଧ : ଭିନ ଏକ ସଂସ୍କୃତି ଭିନ୍ନ ଏକ ପରମ୍ପରାର ଏକ ଅନନ୍ୟ ଯାତ୍ରା ହେଉଛି ଚୁଡାଖାଇ ଯାତ୍ରା । ବର୍ଷର ପ୍ରଥମ ଶସ୍ୟ ଚୁଡାକୁ ମାଆଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି ଚୁଡାଖାଇ ଯାତ୍ରା । ଢୋଲ ନିସାନ, ତାସା, ମହୁରିର ତାଳେ ତାଳେ ଅଶ୍ଳୀଳ ଭାଷାରେ ଲୋକମାନେ ମାଁ ମାହେଶ୍ୱରୀଙ୍କ ମନ୍ଦିରରେ ପୂଜା କରିଥାନ୍ତି । ବିଶ୍ବାସ ରହିଛି ଅଶ୍ଳୀଳ ଭାଷା ନ ବୋଲିଲେ ଅମଙ୍ଗଳ ହୋଇଥାଏ । କୁହାଯାଏ କି ଅଶ୍ଳୀଳରେ ମଧ୍ୟ ଭକ୍ତି ଭାବନା ରହିଥାଏ ବୋଲି ଲୋକେ କୁହନ୍ତି ।
ବୌଦ୍ଧ ଜିଲ୍ଲାର ୫ଟି ମୈାଜାକୁ ନେଇ ଗଠିତ ହୋଇଥିବା ପଂଚରା । ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ଶେଷ ଗୁରୁବାରରେ ପାଳିତ ହୋଇଥାଏ ଏହି ଚୂଡାଖାଇ ଯାତ୍ରା ଅଥବା ମାଁ ମାହେଶ୍ୱରୀଙ୍କ ଯାତ୍ରା । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ଏଠି । ରୁଷିବନ୍ଧରେ ଥିବା ମାଁ ମାହେଶ୍ୱରୀଙ୍କ ପିଠରେ ଏହି ପୂଜା ବିଶେଷ ଭାବେ ୮ଟି କୁଲେଇରେ ମହିଳା ମାନେ ନୁଆଧାନର ଚୁଡା ମାଁ ମାହେଶ୍ୱରୀଙ୍କ ପୀଠରେ ଭୋଗଲାଗି ହୋଇଥାଏ । ପରେ ପରେ ଦେହେରି ପୁଜା କଲା ପରେ ମାଁ ମାହେଶ୍ୱରୀଙ୍କ ଛତି ଛତ୍ର ଧାରଣ କରି ରୁଷିବନ୍ଧ ଠାରୁ ଆରମ୍ଭ ହୋଇ ସାଣ୍ଢପାଲି,ଜାମୁପାଲି,ମନୁପାଲି,ଖଲିଆପାଲି,କୁମରକ।ନି ଏବଂ ଶେଷରେ ତାଳପଦରରେ ରିତୀନିତୀ ଅନୁସାରେ ସଂର୍ମ୍ପୂଣ୍ଣ ସ୍ୱତନ୍ତ୍ର ପୁଜାର୍ଚନା କରାଯାଏ । ଭକ୍ତ ମାନେ ନିଜର ମାନସିକ ପାଇଁ ନଡିଆ, ଉଖୁଡା, ଖିରି, ପିଠା, ସିନ୍ଦୁର, କଜ୍ଜଳ ଏବଂ ଛେଳି ,ମେଣ୍ଢା ଭୋଗ ଆଦି ଲାଗି ହୋଇଥାଏ ।
ଏହି ଯାତ୍ରାରେ ଢୋଲ ନିଶାନ ତାଳେ ତାଳେ ଭକ୍ତମାନେ ଅଶ୍ଳୀଳ ଶବ୍ଦ ବୋଲିଥାନ୍ତି କିଛି ସମୟ ପାଇଁ । ଅଶ୍ଳୀଳ ଶବ୍ଦ ନ ବୋଲିଲେ ଅମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏଇ ଚୁଡାଖାଇ ଯାତ୍ରା ଦେଖିବାପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମି ଥାଏ । ସେହିପରି ଯାତ୍ରା ଡଙ୍ଗର ରହିଛି ଏକ ବିଶେଷ ମହତ୍ତ୍ୱ । ଯାତ୍ରା ଡଙ୍ଗରର ପ୍ରାକୃତିକ ପରିବେଶରେ ଭରା ମନୋରମ ଦୁଶ୍ୟ ସାଙ୍ଗକୁ ଭିମଫାଟ, ଭିମପାଦ, ବାଘଗୁମ୍ଫା ଭଳି ଅନେକ ଅନେକ ମନରୋମ ଦୁଶ୍ୟ ଦେଖିବାକୁ ମିଲିଥାଏ ।
ସାତଟି ମନ୍ଦିରକୁ ଭକ୍ତମାନେ ଜରିଗଛ ସାହାଯ୍ୟରେ ଉପରକୁ ଉଠିଥାନ୍ତି । ମାଁ ମାହେଶ୍ୱରୀଙ୍କ ପାରମ୍ପାରିକ ରିତିରେ ଏକ ଭାର ସାହାଯ୍ୟରେ ନୁଆଁ ଧାନର ଚୁଡା ଭୋଗ ଯାତ୍ରା ଡଙ୍ଗର ପୀଠକୁ ଯାଉଥିବା ବେଳେ ଢୋଲ, ମୃଦଙ୍ଗ, ନିଶାଣର ତାଳେ ତାଳେ ଝୁମି ଉଠନ୍ତି ଲୋକମାନେ । ଏହି ଚୂଡାଖାଇ ପର୍ବର ବିଶେଷତ୍ୱ ହେଉଛି ଏହି ପର୍ବରେ ଫୁଲ ସ୍ଥାନରେ ମାଁଙ୍କୁ ଚୂଡାରେ ପୂଜାର୍ଚ୍ଚନା କରାଯାଏ ବୋଲି ଗବେଷକ ମତ ଦିଅନ୍ତି । ସେହିପରି ମନ୍ଦିର ଆକୃତିର ପାଞ୍ଚଟି ପଥର ରହିଛି l ଯାହା ଦେଖିବାକୁ ବେଶ ମନୋରମ l କିନ୍ତୁ ଏହି ସ୍ଥାନକୁ ଯିବା ପାଇଁ ଭଲ ରାସ୍ତା ନାହିଁ କି ବିଜୁଳି ବ୍ୟବସ୍ଥା ନାହିଁ l ତେଣୁ ଏହି ସ୍ଥାନର ଉନ୍ନତି କରାଗଲେ ଏହା ପର୍ଯ୍ୟଟନ ସ୍ଥଳୀ ହୋଇପାରନ୍ତି l