ଆଧ୍ୟାତ୍ମିକ

ପବିତ୍ର ସାବିତ୍ରୀ ବ୍ରତ ପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହା ସମସ୍ତ ସଧବା ନାରୀଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ମା’ ବିରଜା ସାବିତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ଏବଂ ଏଥିପାଇଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଓ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ମା’ ବିରଜାଙ୍କ ପୀଠ ।

ବଢି ଭୋରରୁ ମା’ଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି । ଆଜିର ଦିନରେ ସଧବାନାରୀ ମାନେ ବ୍ରତ ପାଳନ କଲେ ପତି ପରମେଶ୍ୱରଙ୍କର ଦୀର୍ଘାୟୁ ହେବାର ବିଶ୍ୱାସ ରହିଛି । ସେଥିପାଇଁ ସକାଳୁ ମହିଳା ମାନେ ନୂତନ ଶାଢ଼ି ପିନ୍ଧି, ହାତରେ ଭୋଗ ଦୀପ ନୈବେଦ୍ୟ ନେଇ ମାଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଛନ୍ତି । ପ୍ରବଳ ଖରା ସତ୍ତ୍ୱେ ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନ ପାଇଁ ଲମ୍ବା ଧାଡିରେ ଠିଆ ହୋଇଛନ୍ତି ।

ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଧାଡି ଦର୍ଶନର ବ୍ୟବସ୍ଥା ସହିତ ସାଧା ପୋଷାକରେ ପୋଲିସମାନଙ୍କୁ ମୁତୟନ କରାଯାଇଛି । ସାବିତ୍ରୀ ନିଜର ନିଷ୍ଠା ଓ ସତିତ୍ୱ ପାଇଁ ନିଜ ସ୍ୱାମୀ ସତ୍ୟବାନଙ୍କୁ ଜମପୁରରୁ ପେରାଇ ଆଣିବାକୁ ସକ୍ଷମ ହୋଇଥିଲେ । ଏହି ଦିନ ଶ୍ରଦ୍ଧାଳୁମାନେ ବିଭିନ୍ନ ପ୍ରକାରର ଫଳମୂଳ ଭୋଗ ଅର୍ପଣ କରି ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥାନ୍ତି । ପ୍ରବଳ ଖରା ପାଇଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଛାଇର ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ ମା’ ବିରଜାଙ୍କ ଦର୍ଶନ କରିଛନ୍ତି ଯାଜପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ସୁଜାତା ସାହୁ । ସୁଜାତା ସାଧାରଣ ଜନତାଙ୍କ ପରି ମାଙ୍କ ପହଞ୍ଚି ଦର୍ଶନ କରି ଯାଜପୁରବାସିଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି । ଡ୍ରାଇଭର ସଂଘ ପକ୍ଷରୁ ଖୋଲା ଯାଇଥିବା ଜଳଛତ୍ରରେ ସାମିଲ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଦହି ପାଣି ବଣ୍ଟନ କରିଥିଲେ । ଆଜି ଦିନ ତମାମ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବ ଏବଂ ସଂଧ୍ୟାରେ ମନ୍ଦିର ପରିସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।

Srujanika Panda

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago