ଆଧ୍ୟାତ୍ମିକ

ଭକ୍ତି ଭାବରେ ମହାପ୍ରଭୁଙ୍କ ନିମନ୍ତେ ନଡିଆ,ଗୁଆ,ଚାଉଳ ପଠାଉଛନ୍ତି ଶ୍ରଦ୍ଧାଳୁ

ଆଳି(କେନ୍ୟୁଜ): ଗାଁ ଗାଁରେ ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ଚଳିତ ବର୍ଷ ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ହେବ । ଏହି ପରିପ୍ରେକ୍ଷୀରେ ସମସ୍ତ ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଜଗନ୍ନାଥଙ୍କ ଆଜ୍ଞା ମାଳ ସହ ପରିକ୍ରମା ରଥ ପରିଭ୍ରମଣ କରୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥ ଏବେ ସବୁ ଗାଁରୁ ଗାଁକୁ ବୁଲୁଥିବାବେଳେ, ଚାରିଆଡେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ୩୪ଟି ପଂଚାୟତ ପରିକ୍ରମା କରି ମୁଠିଚାଉଳ ଓ ଗୁଆ ସଂଗ୍ରହ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆଳି ବ୍ଲକ ନିଆଳ ପଂଚାୟତ ଗୌଡ଼ପାଟଣା ଓ ନିଆଳ ଗାଁରେ ଅର୍ପଣ ରଥ ପରିକ୍ରମାରେ ସାମିଲି ହୋଇଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ନିଜେ ଉପସ୍ଥିତ ରହି ଘରକୁ ଘର ବୁଲି ମୁଠିଚାଉଳ ଓ ଗୁଆ ସଂଗ୍ରହ କରିଥିଲେ । ପ୍ରତ୍ୟେକ ଗାଁ ଗାଁ ରେ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରିକ୍ରମା ରଥ ବୁଲି ବୁଲି ଶ୍ରଦ୍ଧାଳୁ ମାନଙ୍କୁ ଭେଟୁଛି । ଅକ୍ଷତ,ନଡିଆ,ଗୁଆ, ଟଙ୍କା ମହାପ୍ରଭୁଙ୍କ ନିମନ୍ତେ ଶ୍ରଦ୍ଧାଳୁ ମାନେ ଭକ୍ତି ଭାବରେ ପଠାଉଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆଳି ବିଡ଼ିଓ ନିଆଳ ପଞ୍ଚାୟତରୁ ଶୁଭାରମ୍ଭ କରିବା ପରେ ପ୍ରତ୍ୟେକ ପଞ୍ଚାୟତକୁ ପରିଭ୍ରମଣ ପାଇଁ ବାହାରି ଥିଲେ ରଥ ଗୁଡିକ । ପ୍ରତ୍ୟେକ ଗାଁ ଗାଁ ଶ୍ରଦ୍ଧାଳୁ ମନେ ହରିନାମ ସଂକୀର୍ତ୍ତନ ଧୂପ ଦିପ ଲଗାଇ ରଥକୁ ବନ୍ଦାପନା କରିଥିଲେ ଶହଶହ ଶ୍ରଦ୍ଧାଳୁ।ଗାଁ ଦାଣ୍ଡରେ ଲୋକାରନ୍ୟ ହୋଇ ପଡିଥିଲା । ମହିଳା ଶ୍ରଦ୍ଧାଳୁ ମାନେ ହୁଳହୁଳି ଶଙ୍ଖ ବଜାଇ ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଗାଁ ଗାଁରେ ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହେଉଥିଲା । ପ୍ରତ୍ୟେକ ଗାଁରେ ଏକ ଭାବ ବିହୋଳ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ମନ୍ତ୍ରୀ ପ୍ରତାପ ଦେବଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଆଉ ଅପେକ୍ଷା କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଦିନକୁ ।

 

 

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

28 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

36 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

51 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

57 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago