ଭକ୍ତ ମାନେ ନିଜସ୍ୱ ଦାନ ଅର୍ଥରେ ନିର୍ମାଣ କଲେ ୨ଟି ମନ୍ଦିର

ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ଚରମ୍ପା ବରଳାପୋଖରୀ ଠାରେ କାହିଁ କେଉଁ କାଳରୁ ପାତାଳରୁ ହନୁମାନ ବାହାରି ପୂଜା ପାଇ ଆସୁଛନ୍ତି । ତେବେ ଏହି ପାତାଳି ହନୁମାନ ଙ୍କର ମୃତ୍ତିର ଉଚତା ବର୍ଷ କୁ ବର୍ଷ ବଢୁଥିବା ଭକ୍ତ ମାନେ କୁହନ୍ତି । ଏହି ହନୁମାନଙ୍କ ପାଖରେ ଶ୍ରୀ ଶ୍ରୀ ବୃଧେଶ୍ୱର ମନ୍ଦିର ରହିଛି । ଏହି ହନୁମାନ ମନ୍ଦିରକୁ ଭକ୍ତ ମାନେ ଆସି ନିଜର ମନସ୍କାମନା ଜଣାଇଲେ ହନୁମାନଜୀ ସେମାନେଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରୁଥିବା ବିଶ୍ୱାସ ରହିଛି । ତେଣୁ ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ସଂଖ୍ୟାରେ ଭକ୍ତ ମାନେ ଆସି ପ୍ରଥମେ ହନୁମାନଜୀଙ୍କୁ ଦର୍ଶନ କରିବା ପରେ ପାଖରେ ଥିବା ବୃଧେଶ୍ୱର ମହାଦେବ ଙ୍କୁ ଦର୍ଶନ କରି ପରମ ଆନନ୍ଦ ପାଇଥାନ୍ତି ।

ତେବେ ହନୁମାନ ଜୀଙ୍କ ଏହି ପ୍ରସିଦ୍ଧ ପୀଠର ଉନ୍ନତି କିଛି ହୋଇ ନ ଥିଲା କୀ ହନୁମାନ ଙ୍କର ଭବ୍ୟ ମନ୍ଦିର ଟିଏ ନିର୍ମାଣ ହୋଇ ନଥିଲା । ତେଣୁ ଭକ୍ତ ମାନେ ବାରମ୍ବାର ତତ୍କାଳୀନ ମନ୍ତ୍ରୀ, ବିଧାୟକ,ସାଂସଦ ଓ ପ୍ରଶାସନ ଙ୍କ ପାଖରେ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ସହାୟତା କରି ନ ଥିଲେ । କେବଳ ପ୍ରତିଶୃତି ଦେଉଥିଲେ । ଶେଷରେ ଭକ୍ତ ମାନେ ସମସ୍ତ ଙ୍କ ଠାରୁ ଆଶା ଛାଡି ନିଜେ ସହଯୋଗର ହାତ ବଢ଼ାଇ ମନ୍ଦିର ନିର୍ମାଣ କରିବେ ତାହା ସ୍ଥିର କରିଲେ । ଶେଷରେ ଗତ ବର୍ଷ ଜାନୁଆରୀ ମାସରେ ଏହି ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଠିକ ଗୋଟାଏ ବର୍ଷରେ ହନୁମାନ ଜୀ ଓ ବାବା ବୃଧେଶ୍ୱର ମହାଦେବ ଙ୍କ ଦୁଇ ଗୋଟି ବିରାଟ ମନ୍ଦିର ନିର୍ମାଣ କରାଇଦେଲ ଭକ୍ତ ମାନେ । ସବୁଠୁ ବଡ଼ କଥା ହେଲା ମନ୍ଦିର ନିର୍ମାଣ ପାଇଁ କାହାକୁ ଟଙ୍କାଟିଏ ମାଗି ନାହାଁନ୍ତି । କିନ୍ତୁ ଖବର ପାଇ ଭକ୍ତ ମାନେ ଆସି ଯଥା ସମ୍ଭବ ମନ୍ଦିର ନିର୍ମାଣ ପାଇଁ ଦାନ ଅର୍ଥ ଦେଲେ ।

ତେଣୁ ଗୋଟାଏ ବର୍ଷ ଭିତରେ ମନ୍ଦିରର ନିର୍ମାଣ ସହିତ ପ୍ରତିଷ୍ଠା ମଧ୍ୟ ହୋଇଛି । ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ନୟାଗଡ ଓ ରାଜସ୍ତାନ ଅଞ୍ଚଳରୁ କାରିଗର ମାନେ ଆସି ଏହି ଭବ୍ୟ ମନ୍ଦିର ନିର୍ମାଣ କଲେ । ବଡ଼ ଆଶ୍ଚର୍ଯ୍ୟର କଥା ପ୍ରାୟ ସାଢେ ୪ କୁଇଣ୍ଟାଲ ର ପିତ୍ତଳରେ ନିର୍ମିତ ଗଦା ମଧ୍ୟ ଏଠାରେ ରଖାଯାଇଛି । ଯାହା ଅନ୍ୟତ୍ ବିରଳ ସେହିପରି ହନୁମାନଙ୍କ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ମଧ୍ୟ ବେଶ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର କମିଟି ପକ୍ଷରୁ କାହାକୁ ନିମଂତ୍ରଣ ମଧ୍ୟ କରାଯାଇ ନ ଥିବା ବେଳେ ଦୈନିକ କିନ୍ତୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଶ୍ରଦ୍ଧାଳୁ ମାନେ ହନୁମାନ ଜୀଉ ଓ ବୃଧେଶ୍ୱରଙ୍କ ଦର୍ଶନ କରି ନାହିଁ ନ ଥିବା ଆନନ୍ଦ ଅନୁଭବ କରିବା ସହିତ ହନୁମାନ ଜୀ ଙ୍କ ମହିମା ବଖାଣି ଥିଲେ ।

ସେହିପରି ଭାବେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ୩ ଦିବାସୀୟ ମହାଯଂଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ମହିଳା ଏଥିରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ଛୋଟ ଛୋଟ ପିଲାମାନଙ୍କୁ ରାମ ହନୁମାନ ବେଶରେ ପିଲାମାନଙ୍କୁ ସଜିତ କରାଯାଇ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା । ଯାହା ବେଶ ଆକର୍ଷଣୀୟ ଥିଲା । ସେହିପରି ସେଠାରେ ୩ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଶାନ୍ତି, ଶୃଙ୍ଖଳା ରକ୍ଷା ସହିତ ବିଭିନ୍ନ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ସ୍ୱତସ୍ପୃତ ଭାବେ ସ୍ଵଚ୍ଛା ସେବୀ ମାନେ କାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ହନୁମାନ ଙ୍କ ମହିମା ଯୋଗୁଁ ଏହି ପୀଠରେ ଏହିଭଳି ମନ୍ଦିର ନିର୍ମାଣ ସହିତ ପ୍ରତିଷ୍ଠା ଉତ୍ସବ ଆଡ଼ମ୍ଭର ସହ ହୋଇପାରିଲା ବୋଲି କର୍ମକର୍ତ୍ତା ମାନେ କହିଛନ୍ତି ।

 

You might also like