ଘରେ ରଖନ୍ତୁ ନାହିଁ ଏହିସମସ୍ତ ଦେବଦେବୀଙ୍କ ମୂର୍ତ୍ତି, ଆଶିର୍ବାଦ ବଦଳରେ ପଡ଼ିଯାଏ ଅଭିଶାପ

କିଛି ଲୋକ ସମୟ ଅଭାବରୁ ଘରେ ହିଁ ମନ୍ଦିର ତିଆରି କରି ସେଥିରେ ବିଭିନ୍ନ ଦେବଦେବୀଙ୍କୁ ସ୍ଥାପିତ କରି ପୂ ଜା କରୁଛନ୍ତି। ତେବେ ଅନେକ ଲୋକ ଏହାକୁ ନେଇ ଥିବା ନିୟମ ସମ୍ପର୍କରେ ଜାଣିନଥାନ୍ତି। କିଛି ଜଣ ଏହାକୁ ମାନନ୍ତି ନାହିଁ। ଯାହାକାରଣରୁ ସେମାନଙ୍କ ପୂଜା ସାର୍ଥକ ହୋଇ ନଥାଏ। ଘର ମନ୍ଦିରରେ ପ୍ରକୃତରେ କିଛି ଦେବଦେବୀଙ୍କ ରଖି ପୂଜା କରିବା ଉଚିତ ନୂହେଁ। ଏହି ଦେବଦେବୀଙ୍କ ମୂର୍ତ୍ତି ଘରେ ରଖିବା ମନା। 

ସନାତନ ଧର୍ମରେ ଏବେ ପ୍ରାୟ ସମସ୍ତଙ୍କ ଘରେ ମନ୍ଦିର। ଯେଉଁଠି ଆପଣ ସବୁ ପ୍ରକାର ଦେବଦେବୀ ରହିଥିବାର ଦେଖିବାକୁ ପାଇବେ। ଏଠାରେ ପ୍ରତ୍ୟେକ ଘରେ ଥିବା ଛୋଟ ମନ୍ଦିରରେ ଭଗବାନ, ଦେବାଦେବୀଙ୍କୁ ପୂଜା କରାଯାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଘରର ମନ୍ଦିରରେ କିଛି ଦେବଦେବୀଙ୍କ ମୂର୍ତ୍ତିକୁ ରଖି ପୂଜା କରିବାକୁ ବାରଣ କରାଯାଇଛି।

ହିନ୍ଦୁ ଧର୍ମରେ ଭଗବାନଙ୍କ ଉପରେ ଆସ୍ଥା ରଖି ଲୋକମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି । ତେବେ କିଛି ଲୋକ ସମୟ ଅଭାବରୁ ଘରେ ହିଁ ମନ୍ଦିର ତିଆରି କରି ସେଥିରେ ବିଭିନ୍ନ ଦେବଦେବୀଙ୍କୁ ସ୍ଥାପିତ କରି ପୂ ଜା କରୁଛନ୍ତି। ତେବେ ଅନେକ ଲୋକ ଏହାକୁ ନେଇ ଥିବା ନିୟମ ସମ୍ପର୍କରେ ଜାଣିନଥାନ୍ତି। କିଛି ଜଣ ଏହାକୁ ମାନନ୍ତି ନାହିଁ। ଯାହାକାରଣରୁ ସେମାନଙ୍କ ପୂଜା ସାର୍ଥକ ହୋଇ ନଥାଏ। ସେମାନେ କିଛି ଫଳ ପାଆନ୍ତି ନାହିଁ। ଏହାସହ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ। ଘର ମନ୍ଦିରରେ ପ୍ରକୃତରେ କିଛି ଦେବଦେବୀଙ୍କ ରଖି ପୂଜା କରିବା ଉଚିତ ନୂହେଁ। ଏମାନଙ୍କ ପୂଜା ବାହାରେ କରିବା ଭଲ। ଜାଣନ୍ତୁ େସେହି ସବୁ ଦେବଦେବୀଙ୍କ ବିଷୟରେ..ଯାହାକୁ ଘରେ ରଖି ପୂଜା କରିବା ମନା..

ଶନିଦେବ:
ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ସେ ହେଉଛନ୍ତି କର୍ମଫଳ ଦାତା। କୁହାଯାଏ ଶନିଙ୍କ କ୍ରୁର ଦୃଷ୍ଟି ପଡ଼ିଲେ ଜୀବନ ବର୍ବାଦ ହୋଇଯାଏ। ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ଘରେ ରଖି ପୂଜା କରିବାକୁ ବାରଣ କରାଯାଇଛି।

ମହାକାଳୀ:
ହିନ୍ଦୁ ଧର୍ମରେ ମହାକାଳୀଙ୍କୁ ମାଆ ପାର୍ବତୀଙ୍କ ରୂପ ମନାଯାଏ। କୁହାଯାଏ ମାତା ପାର୍ବତୀ ଙ୍କ ର ସବୁଠୁ ଭୟଙ୍କର ରୂପ ହେଉଛି ମାଆ ମହାକାଳୀ। ତେଣୁ ଘରେ ଏହି ୁପ୍ରକାରର ଫଟୋ କିମ୍ବା ମୂର୍ତ୍ତି ଆଦୌ ରଖନ୍ତୁ ନାହିଁ। ଏମିତି ଯଦି ଅଛି ତେବେ ତୁରନ୍ତୁ ହଟାନ୍ତୁ।

ଭୈରବନାଥ:
ଜ୍ୟୋତିଷ ଶାସ୍ତ୍ରରେ ଭୈରବନାଥଙ୍କୁ କାଳଭୈରବଙ୍କ ନାମ ରେ ଜଣାଯାଏ। ଏ ହେଉଛନ୍ତି ଭଗବାନ ଶିବଙ୍କ ରୈାଦ୍ର ଅବତାର। କୁହାଯାଏ ଭୈରବନାଥଙ୍କ ପୂଜା ଘର ବାହାରେ କରାଯାଏ। ମାନ୍ୟତା ରହିଛି ଘରେ ଏମିତି ଫଟୋ ରହିଲେ ବାସ୍ତୁ ଦୋଷ ସୃଷ୍ଟି ହୁଏ। ଯାହାର ପ୍ରଭାବ ଘରର ସମସ୍ତ ସଦସ୍ୟଙ୍କଉପରେ ପଡ଼େ।

ରାହୁ-କେତୁ:
ଜ୍ୟୋତିଷ ଶାସ୍ତ୍ରରେ ରାହୁ କେତୁ ଙ୍କୁ ଛାୟା ଗ୍ରହ ମନାଯାଏ। ଏମାନଙ୍କ ପୂଜା ଗ୍ରହମାନଙ୍କ ରୂପେ କରାଯାଏ। ଶାସ୍ତ୍ର ଅନୁସାରେ ଏମାନେ ରାକ୍ଷସ ଥିଲେ। ଯିଏକ ି ଛଳନାରେ ଅମୃତପାନ କରି ଅମର ହୋଇଯାଇଥିଲେ। ଏମାନଙ୍କ ପ୍ରତିମା ଘର ବାହାରେ ରଖିପାରିବେ। କିନ୍ତୁ ଭୁଲରେ ବି ଏହାକୁ ଘରେ ରଖନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.