ଏହି ଉପାୟରେ ଦୂର ହୋଇଯିବ ସବୁ ସମସ୍ୟା

ସମସ୍ତ ବିଘ୍ନ ଦୂର ହେବା ପାଇଁ ପ୍ରତ୍ୟେକ ବାରରେ କରନ୍ତୁ ପ୍ରଭୁ ଗଣେଶଙ୍କ ଏହି ସ୍ୱତନ୍ତ୍ର ପୂଜା, ନିହାତି ପାଇବେ ଶୁଭଫଳ

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତା ଦେବୀଙ୍କୁ ସମର୍ପିତ ରହିଥାଏ। ବୁଧବାର ଦିନ ଭଗବାନ ଗଣେଶକୁ ବିଧି ବିଧାନରେ ପୂଜା କରିବା ଦ୍ୱାରା ଗଣେଶ ପ୍ରସନ୍ନ ହୋହଇଥାଏ। ଶ୍ରୀ ଗଣେଶ ପ୍ରସନ୍ନ ହେଲେ ବ୍ୟକ୍ତିର ଜାତକ ଉପରେ ବିଶେଷ କୃପା ପ୍ରଦାନ କରନ୍ତି। ଯାହା ପରେ ଆପଣଙ୍କ ଜୀବନରେ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ। ବୁଧବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଗଣେଶ ପ୍ରସନ୍ନ ହୋଇଥାନ୍ତି। ତେବେ ବୁଧବାର ଦିନ ଏହି ୭ଟି ସରଳ ଉପାୟ କରିବା ଦ୍ୱାରା ଗଣେଣ ପ୍ରସନ୍ନ ହୋଇଥାନ୍ତି।

ଏହା ବ୍ୟତୀତ ବୁଧବାର ଦିନ ବୁଧ ଗ୍ରହଙ୍କୁ ମଧ୍ୟ ସମର୍ପିତ ହୋଇଥାଏ। ଯଦି ଘରେ କୌଣସି ପ୍ରକାରର କଳି ଝଗଡ଼ା ଲାଗି ରହୁଛି, ତେବେ ବୁଧ ଗ୍ରହଙ୍କୁ ପୂଜା କଲେ ମୁକ୍ତି ମିଳିଥାଏ। ଏହା ସହ ଅଶୁଭ ଗ୍ରହର ପ୍ରଭାବ ମଧ୍ୟ ଦୂର ହୁଏ। ଏଥିପାଇଁ ବୁଧବାର ଦିନ ବ୍ରତର କେତେକ ନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ। ଏହି ଦିନ ଶ୍ରୀ ଗଣେଷଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ରିଦ୍ଧି-ସିଦ୍ଧି କିମ୍ବର ସମ୍ପନ୍ନତା ଏବଂ ସିଦ୍ଧିର ଦେବତା ବୋଲି କୁହାଯାଏ। ଯଦି କୌଣସି ବ୍ୟକ୍ତି କୌଣସି ରୋଗ, ଦରିଦ୍ରତା କିମ୍ବା ସଂକଟରେ ପୀଡିତ ଅଛନ୍ତି ତାହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଷଙ୍କୁ ଭକ୍ତିପୂର୍ବକ ପୂଜା କରିବା ବହୁତ ଲାଭଦାୟକ ହେବ।

ବୁଧବାର ଦିନ କରନ୍ତୁ ଏହି ଉପାୟ :

-ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ଉପବାସ କରାଯାଏ। ଯଦି ଆପଣ ବ୍ରତ କରିଥାନ୍ତି ତେବେ ସକାଳୁ ଜଲଦି ଉଠି ଗାଧେଇ ଗଣେଣକୁ ପୂଜା କରନ୍ତୁ।

-ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ଦୁବ ନିଶ୍ଚିତ ଚଢାନ୍ତୁ। ଏହା ବହୁତ ଶୁଭ ହୋଇଥାଏ।

-ଗାଈକୁ ଚାରା ଖାଇବାକୁ ଦେବା ଶୁଭ ଏବଂ ଲାଭକାରୀ ହୋଇଥାଏ। ତେଣୁ ଏହି ଦିନ ଗାଈକୁ ଖାଇବାକୁ ଦେଲେ ମଧ୍ୟ ଶୁଭ ହୋଇଥାଏ।

-ଭୋଜନ ଭାବେ ମୁଗ ଡାଲିର ହାଲଓ୍ଵା ଭୋଗ ଲଗାନ୍ତୁ। ଏହି ପ୍ରସାଦକୁ ନେଇ ସମସ୍ତଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ। ଏହାପରେ ସନ୍ଧ୍ୟାରେ ନିଜେ ଗାଧୋଇ ବ୍ରତୀ ନିଜେ ଖାଆନ୍ତୁ।

-ଭଗବାନ ଗଣେଶକୁ ପୂଜା କରିବା ପରେ ଗଣେଶ ଚାଳିସା ପାଠ କରିବା ଜରୁରୀ। ତେବେ ପୂଜା ସଂପନ୍ନ ହୋଇଥାଏ।

-ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଶେଷ ହୋଇଯାଏ।

-ଗଣେଶଙ୍କୁ ମନ୍ଦିର ଯାଇ ଗୁଡ ଭୋଗ ଲଗାନ୍ତୁ।