ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ବିଶ୍ୱାସ କରାଯାଏ ଯେ ଯେଉଁମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ ସମୋନଙ୍କ ଜୀବନରେ କୌଣସି ସମସ୍ୟା ଆସେ ନାହିଁ । ମା’ ଲକ୍ଷ୍ମୀଙ୍କୁ ଧନ, ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ପୂଜା କରାଯାଏ । ଏହା ବ୍ୟତୀତ ଯଦି ଦେବୀ ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ଉପରେ କ୍ରୋଧ କରନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କୁ ଗରିବ ହବୋକୁ ଅଧିକ ସମୟ ଲାଗିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି, ଯାହାକୁ ନିୟମିତ ଭାବେ ପାଳନ କରାଯିବା ଉଚିତ୍ ।
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଦେବୀ ଲକ୍ଷ୍ମୀ ସ୍ୱଚ୍ଛତାକୁ ବହୁତ ଭଲ ପାଆନ୍ତି । ତେଣୁ ଘରର ପ୍ରବେଶ ଦ୍ୱାରକୁ ନିୟମିତ ସଫା ରଖନ୍ତୁ । ପ୍ରବେଶ ଦ୍ୱାରକୁ ପ୍ରତିଦିନ ସକାଳେ ପାଣିରେ ଧୋଇବା ଉଚିତ୍ । ଏହା ଦ୍ୱାରା ଦେବୀ ଲକ୍ଷ୍ମୀ ସନ୍ତୁଷ୍ଟ ହେବେ ଏବଂ ଘରେ ସୁଖ ଏବଂ ସମୃଦ୍ଧତା ବଢ଼ିବ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତିଦିନ ସନ୍ଧ୍ୟାରେ ଘରର ପ୍ରବେଶ ଦ୍ୱାରରେ ଏକ ଦୀପ ଜାଳିବା ଉଚିତ, ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଘର ଧନ ଧାନ୍ୟରେ ପୂରି ଉଠିବ ।
ଧାର୍ମିକ ବିଶ୍ୱାସ ଅନୁଯାୟୀ ସୂର୍ଯ୍ୟ ଭଗବାନଙ୍କ ଉପାସନର ବିଶେଷ ମହତ୍ତ୍ୱ ରହିଛି । ସୂର୍ଯ୍ୟ ଭଗବାନଙ୍କୁ ନିୟମିତ ଜଳ ଅର୍ପଣ କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧତା ବଜାୟ ରହିଥାଏ । ଏବଂ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ମଧ୍ୟ ଶକ୍ତିଶାଳୀ ହୋଇଥାଏ ।
ଧାର୍ମିକ ବିଶ୍ୱାସ ଅନୁଯାୟୀ ତୁଳସୀ ଗଛକୁ ପୂଜା କରିବା ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ହୋଇଥାଏ । ମା’ ଲକ୍ଷ୍ମୀଙ୍କ ପାଇଁ ତୁଳସୀ ପୂଜାର ବିଶଷେ ମହତ୍ତ୍ୱ ରହିଛି । ମା’ ଲକ୍ଷ୍ମୀ ସହେି ଘରେ ରୁହନ୍ତି ଯେଉଁ ଘରେ ତୁଳସୀ ପୂଜା ନିୟମିତ ଭାବେ କରାଯାଏ । ତଣେୁ ତୁଳସୀ ଗଛରେ ଜଳ ଅର୍ପଣ କରି ଦୀପ ଜଳାଇବା ଉଚିତ୍ ।