ମଙ୍ଗଳବାର ଦିନ କରନ୍ତୁ ଏହି କାମ, ହନୁମାନଜୀ ଦୂର କରିବେ ସବୁ ସମସ୍ୟା

ମଙ୍ଗଳବାର ଦିନରେ ହନୁମାନଜୀଙ୍କୁ ପୂଜା କରାଯାଏ । ମଙ୍ଗଳବାର ଦିନ ହନୁମାନଜୀଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ହନୁମାନ ଚାଳିସା ପାଠ କଲେ ସବୁ ସମସ୍ୟା ଦୂର ହୋଇଥାଏ । ଆପଣ ମନ୍ଦିରକୁ ଯାଇ ହନୁମାନଙ୍କ ଦର୍ଶନ ମଧ୍ୟ କରିପାରିବେ । ଯଦି ଆପଣ କୌଣସି ଅସୁବିଧାରେ ଅଛନ୍ତି ତେବେ ନିଶ୍ଚିତ ଭାବରେ ମଙ୍ଗଳବାର ଦିନ ଏହି ପ୍ରତିକାରଗୁଡିକ କରିବାକୁ ଚେଷ୍ଟା କରନ୍ତୁ ।

୧. ଯଦି ଆପଣ ନିଜ ବଡ ଭାଇ ସହିତ ସମ୍ପର୍କ ଭଲ ରଖିବାକୁ ଚାହୁଁଛନ୍ତି, ତେବେ ମଙ୍ଗଳବାର ଦିନ ଦୁଇଟି ପଥର ଖଣ୍ଡ ନେଇ ଏହାକୁ ଲାଲ ରଙ୍ଗ କରନ୍ତୁ ପରେ ଏହାକୁ ନିଜ ଭାଇକୁ ଛୁଆଁନ୍ତୁ । ପରେ ଗୋଟିଏ ପଥରକୁ ପାଣିରେ ଭସାଇଦେବେ ଏବଂ ଅନ୍ୟ ପଥରକୁ ସବୁବେଳେ ନିଜ ପାଖରେ ରଖିବେ ।

୨. ଯଦି ଆପଣ ଋଣ ଭାରରେ ଅଛନ୍ତି ତେବେ ଆପଣ ମଙ୍ଗଳବାର ଦିନ ଅତି କମରେ ଗୋଟିଏ ଟଙ୍କା ଋଣଦାତାଙ୍କୁ ଫେରସ୍ତ କରନ୍ତୁ । ଏହା ଦ୍ୱାରା ଆପଣ ଋଣ ଭାରରୁ ଶୀଘ୍ର ବାହାରି ପାରିବେ ।

୩. ଯଦି ଆପଣ କାର୍ଯ୍ୟରେ ସଫଳତାକୁ ନେଇ ଚିନ୍ତାରେ ରହୁଛନ୍ତି କିମ୍ବା ଆପଣଙ୍କ କାମ ଶେଷ ନହେବା ପର୍ଯ୍ୟନ୍ତ ଚିନ୍ତାରେ ରହୁଛନ୍ତି ତେବେ ମଙ୍ଗଳବାର ଦିନ ନିଜ ମା’ଙ୍କ ଠାରୁ ଆଶୀର୍ବାଦ ଭାବରେ ମୁଠାଏ ଚାଉଳ ଗ୍ରହଣ କରନ୍ତୁ ଏବଂ ଚାଉଲକୁ ଏକ କପଡ଼ାରେ ବାନ୍ଧି ରଖନ୍ତୁ ।

୪ . ଯଦି ଆପଣ ଘରେ ସୁଖ ଏବଂ ସମୃଦ୍ଧି ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ମନ୍ଦିରରେ କ୍ଷୀର ଦାନ କରନ୍ତୁ ଏବଂ ଘରର ବଡ଼ ଲୋକଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ ।

୫. ଯଦି ଆପଣ ସନ୍ତାନ ପ୍ରାପ୍ତିର ସୁଖ ପାଇବାକୁ ଚାହୁଁଛନ୍ତି, ତେବେ ମଙ୍ଗଳବାର ଦିନ ଗାଧୋଇବା ପରେ ଏକ ନଡ଼ିଆ ଏବଂ ଦେଢ଼ ମିଟର ର ଲାଲ୍ କପଡା ନିଅନ୍ତୁ । ସେହି ଲାଲ୍ କପଡାକୁ ନଡ଼ିଆରେ ବାନ୍ଧି ଦିଅନ୍ତୁ । ପରେ ହନୁମାନଜୀଙ୍କ ମନ୍ଦିରରେ ଲାଲ କପଡ଼ାରେ ବନ୍ଧାଥିବା ନଡ଼ିଆକୁ ଅର୍ପଣ କରନ୍ତୁ । ଏହା ପରେ ମନ୍ଦିରର ଏକ ଉପଯୁକ୍ତ ସ୍ଥାନରେ କିମ୍ବା ନିଜ ଘରେ ବସି ହନୁମାନଷ୍ଟକ ପାଠ କରନ୍ତୁ ।

୬. ଯଦି ଆପଣ ପରିବାରର ସୁଖ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ମଙ୍ଗଳବାର ଦିନ ଗାଧୋଇବା ପରେ କିଛି ମଲ୍ଲୀ ଫୁଲ ସଂଗ୍ରହ କରନ୍ତୁ । ପରେ ସେହି ଫୁଲର ଏକ ମାଳ ତିଆରି କରି ହନୁମାନ ମନ୍ଦିରକୁ ଯାଆନ୍ତୁ ଏବଂ ସେହି ମାଳକୁ ଭଗବାନଙ୍କ ନିକଟରେ ଅର୍ପଣ କରନ୍ତୁ । ପରିବାରର ସୁଖ ପାଇଁ ପ୍ରାର୍ଥନା କରିବା ସମୟରେ ଏକ ଧୂପ ମଧ୍ୟ ଲଗାନ୍ତୁ ।
୭. ଗତ କିଛି ଦିନ ଧରି ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ସେମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମଙ୍ଗଳବାର ଦିନ ବେସନରେ କିଛି ମିଠା ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ରଥମେ ଭଗବାନଙ୍କୁ ଅର୍ପଣ କରନ୍ତୁ । ପରେ ଅବଶିଷ୍ଟ ପ୍ରସାଦକୁ ଛୋଟ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରନ୍ତୁ । ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ପ୍ରସାଦ ଦିଅନ୍ତୁ ।

୮. ଯଦି ଆପଣଙ୍କର ଚାକିରିରେ ପଦୋନ୍ନତି ହେଉ ନାହିଁ ତେବେ ମଙ୍ଗଳବାର ଦିନ ସ୍ନାନ ସାରି ମା’ ସରସ୍ୱତୀଙ୍କୁ ପୂଜା କରନ୍ତୁ ଏବଂ ଧଳା ଫୁଲ ଅର୍ପଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.