ଶନିବାର ଦିନ କରନ୍ତୁ ନାହିଁ ଏହି ଭୁଲ, ନଚେତ ପଡ଼ିବ ଶନିଙ୍କ କୋପ ଦୃଷ୍ଟି

ହିନ୍ଦୁ ର୍ଧମରେ ଶନି ଦେବଙ୍କ ମହିମା ଅପାର । କିନ୍ତୁ ବେଳେବେଳେ ଆମେ ଏମିତି କିଛି ଭୁଲ କରି ବସୁ ଯାହା ଦ୍ୱାରା ଶନି ଦେବ କ୍ରୋଧିତ ହୁଅନ୍ତି । କୁହାଯାଏ ଶନି ଦେବଙ୍କ ଖରାପ ଦୃଷ୍ଟି ପଡ଼ିଲେ ମଣିଷର ଖରାପ ସମୟ ଆରମ୍ଭ ହୁଏ । ଜୀବନରେ ଅନେକ ବାଧାବିଘ୍ନ ଆରମ୍ଭ ହୁଏ । ଏଭଳି ପରିସ୍ଥିତିରେ ଶନିବାର ଦିନ କିଛି ଖାସ କଥା ମାନିବା ଆବଶ୍ୟକ । ୫ ଟି ଜିନିଷ ଏପରି ଅଛି ଯାହା ଶନିବାର ଦିନ ଭୁଲରେ ମଧ୍ୟ କରାଯିବା ଉଚିତ୍ ନୁହେଁ । ଏହି ଭୁଲ କଲେ ଜୀବନର ସୁଖ ଏବଂ ଶାନ୍ତି ଦୂର ହୋଇଯାଏ ।

ଲୁଣ କିଣନ୍ତୁ ନାହିଁ :
କୁହାଯାଏ ଯେ ଶନିବାର ଦିନ ଲୁଣ କିଣିବା ଉଚିତ୍ ନୁହେଁ । ଲୁଣ କିଣିଲେ ଘରେ ଅସନ୍ତୋଷ ପରିସ୍ଥିତି ସୃଷ୍ଟି ହୁଏ ଏବଂ ପରିବାର ମଧ୍ୟରେ ବିବାଦ ମଧ୍ୟ ବଢ଼ିଯାଏ । ଏଭଳି ପରିସ୍ଥିତିରେ ଶନିବାର ଦିନ ଲୁଣ କିଣନ୍ତୁ ନାହିଁ ।

ଜୋତା କିଣନ୍ତୁ ନାହିଁ :
ଶନିବାର ଦିନ ଜୋତା କିଣିବା ଉଚିତ୍ ନୁହେଁ । ସାଧାରଣତଃ ଲୋକମାନେ ଶନିବାର ଦିନ କିଛି ବି ଜିନିଷ କିଣିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଖାସ୍‌ କଥା ହେଉଛି ଆପଣ ଶନିବାର ଦିନ କଳା ରଙ୍ଗର ଜୋତା କିଣିବା ଉଚିତ୍ ନୁହେଁ । ଏଭଳି କରିବା ଆପଣଙ୍କ ସଫଳତାକୁ ବାଧା ଦେଇପାରେ ।

ବିରି କିଣନ୍ତୁ ନାହିଁ :
ଶନିବାର ଦିନ ବିରି କିଣନ୍ତୁ ନାହିଁ । ବିରି କିଣିବା ଦ୍ୱାରା ଶନି ଦଶା ବଢ଼ିଯାଏ ଏବଂ ଯନ୍ତ୍ରଣା ଦ୍ୱିଗୁଣିତ ହୁଏ । ଏହି ଦିନ ବିରି ଦାନ କରିବା ଲାଭଦାୟକ ଯାହା ଶନି ଦଶାକୁ ଦୂର କରେ ।

ଲୁହାଠାରୁ ଦୂରେଇ ରୁହନ୍ତୁ :
ଶନିବାର ଦିନ ଲୁହା କିଣିବା ଆଦୌଉଚିତ୍ ନୁହେଁ । ଯଦି ଆପଣ ଲୁହାରେ ନିର୍ମିତ ଜିନିଷ କିଣିବାକୁ ଚାହାଁନ୍ତି, ତେବେ ଆପଣ ଶନିବାର ଦିନ ଭୁଲରେ ଏହା କିଣନ୍ତୁ ନାହିଁ ।

ସୋରିଷ ତଲେ କିଣନ୍ତୁ ନାହିଁ :
ଶନି ଦୋଷକୁ ଦୂର କରିବା ପାଇଁ ସୋରିଷ ଏବଂ ରାଶି ତଲେ ଭଗବାନଙ୍କୁ ଅର୍ପଣ କରନ୍ତୁ କିମ୍ବା ଏହାକୁ ଦାନରେ ଦିଅନ୍ତୁ । କିନ୍ତୁ ଏହି ଦିନ ଭୁଲରେ ମଧ୍ୟ ସୋରିଷ ତଲେ କିଣନ୍ତୁ ନାହିଁ । ଏହା କିଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସମସ୍ୟା ମଧ୍ୟ ବଢ଼ାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.