ଆସୁଛି ମକର ପର୍ବ, ସଜେଇ ହେଲାଣି ମା ଦପା ନାୟକାଣି ପୀଠ
ଚାନ୍ଦବାଲି: ଆଉ ଦିନ କେଇଟା ପରେ ମକର ପର୍ବ। ଏବେ ଠୁ ସଜେଇ ହେଲାଣି ମାଆ ଦପା ନାୟକାଣି ପୀଠ। ଭଦ୍ରକ ଜିଲା ତିହିଡି ବ୍ଲକ ଇଶରପୁର ପଂଚାୟତର ମାଆ ଦପା ନାୟକାଣି ପୀଠ। ମକର ପର୍ବ ଆସିଲେ ଚଳ ଚଞ୍ଚଳ ହୋଇଉଠିଥାଏ ମା’ଙ୍କ ପୀଠ। ତେଣୁ ମକର ପର୍ବକୁ ଜାକଜମକରେ ପାଳନ କରିବାକୁ ମନ୍ଦୀର ପ୍ରାଙ୍ଗଣ ରେ ମନ୍ଦିର କମିଟି, ବରିଷ୍ଠ ନାଗରିକ, ସମାଜସେବୀ, ପୀରହାଟ ପୋଲିସକୁ ନେଇ ମିଳିତ ଭବେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂଜାକୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବାର ନିଷ୍ପତି ହୋଇଥିଲା।
ଲୋକକଥା ଅନୁସାରେ ମାଆ ଦପା ନାୟକାଣି ତିନି ଶହ ବର୍ଷ ପୁରୁଣା । ମାଆଙ୍କ ଉପରେ ଲୋକଙ୍କର ପ୍ରଗାଢ଼ ବିଶ୍ୱାସ। ମାଙ୍କର ପ୍ରସିଦ୍ଧ ପର୍ବ ମକର ହୋଇଥିବାରୁ ହଜାର ହଜାର ଭକ୍ତ ଙ୍କ ର ଭିଡ ଜମିଥାଏ। ମକର ପାଇଁ ମାଆଙ୍କ ମନ୍ଦିରର ରଙ୍ଗ କାର୍ଯ୍ୟ ଶେଷ ହୋଇଥିବା ବେଳେ ମନ୍ଦିରର ଅନ୍ୟାନ୍ୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୧୩ ତାରିଖରୁ ମା ଙ୍କ ପୂଜା ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହେବ। ଏହି ପାଞ୍ଚ ଦିନ ମାଆଙ୍କ ପାଖରେ ବିଶେଷ ପୂଜା ଅନୁଷ୍ଠିତ ହେବା ସହ ଦୋକାନ ବଜାର ମଧ୍ୟ ବସିବ। ଏହା ସହ ବିଶ୍ରୁଂଙ୍ଖଳିତ ଲୋକଙ୍କ ଉପରେ ନଜର ରଖିବ ସିସିଟିଭି ।