ଆଧ୍ୟାତ୍ମିକ

ପ୍ରଥମ ଥର ସାବିତ୍ରୀ ବ୍ରତ କରୁଛନ୍ତି କି? ଜାଣନ୍ତୁ ଏହାର ପୂଜା ବିଧି

ଆସନ୍ତା କାଲି ପବିତ୍ର ସାବିତ୍ରୀ ଅମାବାସ୍ୟା । ହିନ୍ଦୁ ଧର୍ମରେ ସାବିତ୍ରୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି । ସାବିତ୍ରୀବ୍ରତ ପ୍ରତ୍ୟକ ଓଡିଆ ନାରୀ ପାଇଁ ବହୁପ୍ରତିକ୍ଷିତ ତିଥିଟିଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସୁଖୀ ଦାମ୍ପତ୍ୟ ଜୀବନ ଏବଂ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପଳନ କରିଥାନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମାଆ ସାବିତ୍ରୀ । ସାବିତ୍ରୀ ହେଉଛନ୍ତି ଗାୟତ୍ରୀ ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ।

ସେ ଏହି ମନ୍ତ୍ର ଜପ କରି ସ୍ୱାମୀ ସତ୍ୟବାନଙ୍କୁ ଜମରାଜାଙ୍କ ପାଖରୁ ଛଡାଇ ଆଣିଥିଲେ ବୋଲି କିମ୍ବଦନ୍ତି ରହିଛି । ସେହିଦିନ ଠାରୁ ଏହାକୁ ପାଥେୟକରି ଆଜିର ନାରୀ ସମାଜ ପାଳନ କରିଆସୁଛନ୍ତି ସାବିତ୍ରୀ ବ୍ରତ । ମହିଳାମାନେ ମନ୍ଦିରରେ ମାଆ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି । ନୂଆ ଶାଢି, ନାଲି ଶଙ୍ଖା, ସିନ୍ଦୁର, ଫଳମୂଳ ଆଦି ପୂଜା କରିଥାନ୍ତି । ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ କିପରି ମୃତ୍ୟୁ କବଳରୁ ଫେରାଇ ଆଣିଥିଲେ ତାହା ଏହି ବ୍ରତର ମହତ୍ତ୍ୱ ।

ସାବିତ୍ରୀ ବ୍ରତ ରଖୁଥିବା ମହିଳା ସକାଳୁ ଉଠି ସ୍ନାନ କରିବା ପରେ କିଛି ବି ଭୋଜନ କରି ନଥାନ୍ତି । ଏମିତି କି ପାଣି ଟୋପେ ବି ପିଇନଥାନ୍ତି । ପୂରା ନିଷ୍ଠା ଓ ଭକ୍ତିର ସହ ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ବ୍ରତରେ ମହିଳାମାନେ ଘରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ମିଠା, ଫଳ, କାକୁଡ଼ି, ସେଓ, ତରଭୁଜ, ସପୁରୀ, ଆମ୍ବ, ପଣସ ଆଦିକୁ ଭୋଗ କରିଥାନ୍ତି । ବ୍ରତ ରଖିବା ବେଳେ ମହିଳା ମାନେ କୌଣସି ଜିନିଷ ସେବନ କରିନଥାନ୍ତି ।

ଯେଉଁ ସବୁ ଦ୍ରବ୍ୟକୁ ପୂଜା କରି ମହିଳାମାନେ ଘରକୁ ଆଣିଥାନ୍ତି ସନ୍ଧ୍ୟାରେ ବ୍ରତ ଭାଙ୍ଗିବା ପରେ ପରିବାର ସହ ମିଶି ତାହାକୁ ସେବନ କରିଥାନ୍ତି । ଯେଉଁମାନେ ପୂରା ଦିନ ଉପବାସ ରଖିପାରନ୍ତି ନାହିଁ, ସେମାନେ ସାବିତ୍ରୀ ବ୍ରତରେ ସାଗୁ ପଣା, ଦହି ସରବତ, ଫଳ ରସ ଆଦି ସେବନ କରିଥାନ୍ତି । ସାବିତ୍ରୀ ବ୍ରତ ଦିନ ମହିଳାମାନେ ସାଧାରଣତଃ ରନ୍ଧା ଖାଦ୍ୟ ଖାଇନଥାନ୍ତି ।

ସଧବା ନାରୀମାନେ ଏହି ବ୍ରତ ଦିନ ପ୍ରାତଃରୁ ଉଠି ସ୍ନାନ ସାରି ବଟ ବୃକ୍ଷକୁ ପୂଜା କରି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି । ଅଖଣ୍ଡ ସୌଭାଗ୍ୟବତୀ ଓ ପୁତ୍ରବତୀ ହେବାକୁ କାମନା କରି ରଖାଯାଉଥିବା ଏହି ବ୍ରତକୁ ଅଧିକାଂଶ ସଧବା ମହିଳା କରିଥାନ୍ତି । ଆଜି ମହିଳାମାନେ ଷୋହଳ ଶୃଙ୍ଗାର କରି ବିଧି ବିଧାନ ମୁତାବକ ପୂଜା, ଅର୍ଚ୍ଚନା ଓ ଆରତୀ କରିଥାନ୍ତି । ଏହି ସାବିତ୍ରୀ ବ୍ରତ ରୀତିନୀତି ଅନୁଯାୟୀ ପୂଜା କରି ଆପଣ ଅନେକ ଅସୁବିଧାରୁ ମୁକ୍ତି ପାଇପାରିବେ । ଏହି ଦିନ, ଉପବାସ ଏବଂ ଉପାସନା ସହିତ, ସମସ୍ତ ମହିଳା ସାବିତ୍ରୀ ବ୍ରତ କାହାଣୀ ପଢିବା ମଧ୍ୟ ଆବଶ୍ୟକ ।

Srujanika Panda

Recent Posts

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

15 mins ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

28 mins ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

47 mins ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

2 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

3 hours ago

ସତରେ ଭବିଷ୍ୟତ କହିପାରେ କି ଶୁଆ? ଜାଣନ୍ତୁ କଣ ରହିଛି ଖାସ

ଶୁଆକୁ ସବୁଠାରୁ ଚାଲାକ ପକ୍ଷୀ କୁହାଯାଏ । ମଣିଷର କଥାକୁ ଶୁଆ ଅତି ସହଜରେ ବୁଝିପାରେ ଏବଂ କହିପାରେ ।…

3 hours ago