ଆଧ୍ୟାତ୍ମିକ

ଶୁକ୍ରବାର ଦିନ କରନ୍ତୁ ଏହି ସବୁ ପ୍ରତିକାର, ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ କ୍ୟାରିୟରରେ ମିଳିବ ସଫଳତା

ଗୁରୁବାର ପରି ଶୁକ୍ରବାର ବି ମାଆ ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ସହିତ ପୂଜା କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ସମସ୍ତ କାର୍ଯ୍ୟରେ ସିଦ୍ଧି ମିଳିଥାଏ। ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଆଜି ଶ୍ରାବଣ ଶେଷ ଶୁକ୍ରବାର। ଖାସ୍ କରି ଶୁକ୍ର ଗ୍ରହ ସହିତ ଦେବୀ ଲକ୍ଷ୍ମୀଙ୍କ ସମ୍ପର୍କକୁ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଗୁରୁବାର ପରି ଶୁକ୍ରବାର ବି ମାଆ ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ସହିତ ପୂଜା କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ଜୀବନରେ ସମସ୍ତ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ। ଯଦି ଆପଣଙ୍କ ଜୀବନରେ ଆର୍ଥିକ ସ୍ଥିତି ଖରାପ ଅଛି । କ୍ୟାରିୟରରେ ଅସଫତା ପାଉଛନ୍ତି । ତେବେ ଶୁକ୍ରବାର ଦିନ ଆପଣ ଏହି ସବୁ ଉପାୟ କରିବା ଦ୍ବାରା ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ।

୧- ମାଆ ଲକ୍ଷ୍ମୀଙ୍କ ପ୍ରିୟ ରଙ୍ଗ ହେଉଛି ଧଳା ଏବଂ ଲାଲ୍ । ଯଦି ଆପଣଙ୍କ ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହୁଛନ୍ତି ତେବେ, ଆପଣ ଶୁକ୍ରବାର ଦିନ ନାଲି କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍। ଏହି ଦିନ ସଂନ୍ଧ୍ୟା ସମୟରେ ପୂଜା ଘରେ ବା ଠାକୁର ଘରେ ଆପଣ ସୁଦ୍ଧ ଘିଅରେ ଏକ ଦୀପ ଜଳାଇବା ଉଚିତ୍ । ଖାସ୍ କରି କର୍ପୁରରେ ଆରତି କରିବା ଉଚିତ୍ । ଏହା କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି । ଏହାସହ ଆପଣ ତୁଳସୀ ଚଉଁରା ମୂଳରେ ଏକ ଦୀପ ମଧ୍ୟ ପ୍ରଜ୍ଜଳନ କରିପାରିବେ ।

୨- ଏହି ଦିନ ମାଆ ଲକ୍ଷ୍ମୀଙ୍କ ସହିତ ଭଗବାନ ଗଣେଶଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ମାଆ ଲକ୍ଷ୍ମୀ ଧନର ଦେବୀ ହୋଇଥିବା ବେଳେ ଗଣେଶ ଜଣେ ବ୍ୟକ୍ତିର ସମସ୍ତ ବାଧାବିଘ୍ନ ଦୂର କରନ୍ତି। ସେଥିପାଇଁ ତାଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ । ତେଣୁ ଶୁକ୍ରବାର ଦିନ ଗଣେଶଙ୍କ ସହ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଏକ କଳସରେ ନଡିଆ ରଖନ୍ତୁ । ପୂଜା ପରେ ସେହି ନଡିଆକୁ ନେଇ ଆପଣ ନିଜ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ରାତିରେ ସେହି ନଡିଆକୁ ନେଇ ଗଣେଶ ମନ୍ଦିରରେ ଦେଇ ଦିଅନ୍ତୁ । ଏହା କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯାଏ । ଆପଣଙ୍କ ଘରେ ଧନ ସମୃଦ୍ଧି ଆସିବ।

୩- ସେହିପରି ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ଆପଣ ଶଙ୍ଖ ସହିତ ମାଆ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରନ୍ତୁ । କ୍ଷୀରି ଭୋଗ ଲଗାନ୍ତୁ । ଶୁକ୍ରବାର ଦିନ ଏଭଳି ପୂଜା କରିବା ଦ୍ବାରା ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିଥାଏ । ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।

୪- ଖାସ୍ କରି ଶୁକ୍ରବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ନାଲି ଫୁଲ ଚଢାଇ ମାଆଙ୍କୁ ନିଜ ମନକଥା କୁହନ୍ତୁ । ପୂଜା ପରେ ସେହି ଫୁଲକୁ ନେଇ ଆପଣ ନିଜ ଆଲମୀରାରେ ରଖନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ। କେବେବି ଆପଣଙ୍କୁ ଅର୍ଥର ଅଭାବ ରହିବ ନାହିଁ। ଏବଂ ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।

୫- ସେହିପରି ଆପଣ ମାଆ ଲକ୍ଷ୍ମୀଙ୍କ ପାଇଁ ଶୁକ୍ରବାର ଦିନ ଉପବାସ ମଧ୍ୟ କରିପାରିବେ। ଯାହା ଦ୍ବାରା ଆପଣ ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago