ବ୍ରାହ୍ମଣ ସମାଜରେ ବଞ୍ଚି ରହିଛି ଗୀତଗୋବିନ୍ଦ, ସନ୍ଧ୍ୟା ହେଲେ ଆରମ୍ଭ ହୁଏ ହରି ଭଜନ

ସୋରଡ଼ା: ଆଜିକାଲି ସମସ୍ତେ ଧର୍ମ ଶାସ୍ତ୍ରକୁ ପଛରେ ପକାଇ ଆଧୁନିକତାକୁ ଜାବୁଡି ଧରିଛନ୍ତି । ନିଜ ନିଜର ଧର୍ମ ସଂସ୍କୃତିକୁ ପାସୋରି ଦେଲେଣି । ଧର୍ମ ନାଁରେ ଅଧର୍ମ କରି ଲୋକଙ୍କୁ ଠକୁଛନ୍ତି କିନ୍ତୁ ଏବେବି କିଛି ଲୋକ ଅଛନ୍ତି ପୁରାଣ ଶାସ୍ତ୍ର ଭଜନ ଗୀତ ଗୋବିନ୍ଦକୁ ଛାଡି ନାହାନ୍ତି । ସନ୍ଧ୍ୟା ହୋଇଗଲେ ମଠ ମନ୍ଦିର କିମ୍ବା ଭାଗବତ ଟୁଙ୍ଗିରେ ଭଜନ ଗୀତଗୋବିନ୍ଦ କରୁଛନ୍ତି । ସେହିଭଳି ଗାଁ ଅଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ତିଳତମାପୁର ଶାସନ ଗାଁ । ଏହି ଗାଁରେ ଅଧିକାଂଶ ପରିବାର ବ୍ରାହ୍ମଣ ଲୋକ । ସେହି ସମୟରେ ଧରାକୋଟ ରାଜା ରାଜ୍ୟର ଭଲ ମନ୍ଦ ବିଚାର କରିବା ପାଇ ନବ ଶାସନ ବସାଇଥିଲେ ।

ଗଙ୍ଗାପୁର ଶାସନ ,ରାଜେନ୍ଦ୍ରପୁର ଶାସନ ,ତିଳୋତମାଦେବୀ ଶାସନ ,ଶ୍ୟାମଘନପୁର ଶାସନ ,ନାରାୟଣପୁର ଶାସନ ,ରାମଚନ୍ଦ୍ରପୁର ଶାସନ ,ଗୋବର୍ଧନପୁରଶାସନ ,ପଞ୍ଚଶୀଘପୁର ଶାସନ ଓ ଦାମଦରପୂର ଶାସନ ବସାଇ ଥିଲେ । ଏହି ଗ୍ରାମ ଗୁଡିକରେ କେବଳ ବ୍ରାଂହନ ପରିବାର ର ଲୋକ ରହୁଥିଲେ । ରାଜା ଙ୍କୁ ସତ ଉପଦେଶ ଦେବା ସହିତ ଭଲ ମନ୍ଦ ବାଛ ବିଚାର କରୁଥିଲେ । କିନ୍ତୁ ପର୍ଯ୍ୟାୟ କ୍ରମେ ରାଜ ତନ୍ତ୍ର ଚାଲିଗଲା ଏବଂ ବ୍ରାଂହନ ମାନେ ନିଜର ପେଟ ପୋଷିବା ପାଇ କୌଳିକ ବୃତି ଛାଡି ଅନ୍ୟ ପନ୍ଥା ଧରିଲେ କିନ୍ତୁ ନିଜ ଧର୍ମକୁ ଭୁଲି ନାହାନ୍ତି ।

ତିଳୋତମାଦେବୀପୁର ଶାସନ ଗାଁରେ ରହିଛି ମା ଦକ୍ଷିଣକାଳୀ ମନ୍ଦିର । ଯାହାକି ଶହ ଶହ ବର୍ଷ ଧରି ଏଠାରେ ମା ପୂଜା ପାଉଛନ୍ତି । ଏପରି ମୂର୍ତି ଜିଲ୍ଲା କିମ୍ବା ଜିଲ୍ଲା ବାହାରେ ଦେଖିବାକୁ ମିଳିବ ନାହିଁ । ମା ଦେଖିବାକୁ ଯେତେ ସୁନ୍ଦର ସେତିକି ଭକ୍ତର ଦୁଖ ଦୂର କରନ୍ତି । ଯେଉଁ ଭକ୍ତ ନିଜ ଦଃଖକୁ ମା’ ଙ୍କ ଆଗରେ ଜଣାଏ ସେହି ଭକ୍ତର ମନସ୍କାମନା ପୂରଣ ହୁଏ । ମାଙ୍କ ପାଖରେ ପ୍ରତିଦିନ ଅନ୍ନପ୍ରସାଦ ଭୋଗ ହୁଏ । ନବରାତ୍ର , ଆଶ୍ବିନ ମାସରେ ଷୋଡ଼ଷ ପୂଜା କାଳୀ ପୂଜା ବଡ ଧୂମ ଧାମ ରେ ପାଳିତ ହୁଏ । ଚଣ୍ଡୀ ପାଠ ଏଠାରେ କରାଯାଏ । ଏଠିକାର ବୟସ୍କ ଲୋକମନେ ପ୍ରତିଦିନ ମା’ଙ୍କ ଆଗରେ ଗୀତ ଗୋବିନ୍ଦ ପାଠ କରନ୍ତି । ଏହା ଆଜିକାଲିର ନୁହେଁ ବାପା ଜେଜେବାପା ଅମଳରୁ ଏଠାରେ ଏହି ଭଜନ ଚାଲି ଆସୁଛି ।

କୃଷ୍ଣଙ୍କ ଦଶ ଅବତାର ଗୀତା ତାଳ ମୁରଦୁଙ୍ଗ ବଜାଇ ବୋଳିଥାନ୍ତି ତାହା ଶୁଣିବାକୁ ଅତି ମଧୁର ଲାଗେ । ସତେ ଯେପରି ଏଠିକାର ପରିବେଶ ନିଜ ମନକୁ ଶାନ୍ତି ମିଳିଥାଏ । ମା’ ଙ୍କ ଭକ୍ତ ସନ୍ତୋଷ ଶତପଥି କୁହନ୍ତି ସେ ଜଣେ ରୋଗୀ ହାର୍ଟ ଅପରେସନ ହେବା ସହିତ ବ୍ରେନଟ୍ୟୁମରରେ ଆକ୍ରାନ୍ତ ହୋଇ ମା’ଙ୍କ ସ୍ଵପ୍ନା ଆଦେଶରୁ ଭଲ ହୋଇ ଆଜି ସମାଜରେ ରହିଛନ୍ତି ତେଣୁ ପ୍ରତିଦିନ ମାଙ୍କ ପାଖରେ ବାଜା ବଜାଇ ଭଜନ ଗାଇଥାନ୍ତି । ବିଭନ୍ନ ଭଜନ ,ଛନ୍ଦ ଚଉପଦୀ ବୋଲି ଏଠିକାର ଲୋକଙ୍କୁ ଆକୃଷ୍ଟ କରିଥାନ୍ତି । ନିଜେ ଏହି ଗୀତଗୋବିନ୍ଦକୁ ବଞ୍ଚାଇ ରଖିବା ସହିତ ଆଗାମୀ ଯୁବ ପିଢୀକୁ ମଧ୍ୟ ଶିଖାଇଛନ୍ତି । ଏହା ଦ୍ଵାରା ନିଜକୁ ଶାନ୍ତି ମିଳିବା ସହିତ ଦେଶର ସୁରକ୍ଷା ହୋଇପାରିବ । ମା ଙ୍କ ଦୟାରୁ ଗାଁର ଓ ଅଞ୍ଚଳରେ ସମସ୍ତେ ଭଲରେ ରହିଛନ୍ତି । ପ୍ରତେକ ବିପଦ ସମୟରେ ମା ରକ୍ଷା କରନ୍ତି । ମା’ ଙ୍କ ନାମ ଧରି ଯାତ୍ରା ଆରମ୍ଭ କଲେ ସୁଫଳ ମିଳେ । ସେଥିପାଇଁ ଏହି ସ୍ତାନ ବର୍ଷ ବର୍ଷ ଧରି ବିଖ୍ୟାତ ।

You might also like