ଆଜିଠାରୁ ମା ମଙ୍ଗଳାଙ୍କୁ ଲାଗିହେବ ଘୋଡଲାଗି ବେଶ, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଘୋଡ ବସ୍ତ୍ର

ମଣିଷ ଯେମିତି ଛଅ ଋତୁକୁ ଅନୁଭବ କରିଥାଏ ସେହିପରି ଦେବତାଙ୍କ ନିକଟରେ ମଧ୍ୟ ଋତୁ ଅନୁଯାଇ ସେବା ପୂଜା କରାଯାଇଥାଏ । ଗ୍ରୀଷ୍ମ ସମୟରେ ଶୀତଳତା ପ୍ରଦାନ ପାଇଁ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ , ସେହିପରି ଶୀତ ଦିନେ ମଧ୍ୟ ଶୀତ ଦାଉରୁ ରକ୍ଷା ପାଇଁ ଶୀତ ବସ୍ତ୍ର ପରିଧାନ କରିଥାନ୍ତି ଠାକୁର । ତେବେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମାନବୀୟ ଲୀଳାର ଅନନ୍ୟ ସେବା  ହେଉଛି ଘୋଡଲାଗି ବେଶ ବା ଘୋଡଲାଗି ପରମ୍ପରା  ।

ଓଢଣଷଷ୍ଠୀ ଠାରୁ ଶ୍ରୀ ପଞ୍ଚମୀ ପର୍ଯ୍ୟନ୍ତ ଏହି ଘୋଡଲାଗି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ମା ମଙ୍ଗଳାଙ୍କ ନିମନ୍ତେ ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ଭେଲଭେଟ କପଡାରେ ସ୍ଵତନ୍ତ୍ର ଘୋଡ ବସ୍ତ୍ର ପ୍ରସ୍ତୁତ କରାଯାଇଥାଏ । ଏହି ବସ୍ତ୍ର ପରିଧାନ କରି ମା ମଙ୍ଗଳାଙ୍କୁ ଶୀତ ଦାଉରୁ ରକ୍ଷା  କରାଯାଇଥାଏ । ମା’ ମଙ୍ଗଳାଙ୍କ ସହିତ ମଙ୍ଗଳା ମନ୍ଦିର ମଧ୍ୟରେ ରହିଥିବା ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ୟ ଘୋଡଲାଗି କରାଯାଇଥାଏ ।