ମା’ ବଜ୍ରକାଳୀଙ୍କ ପୀଠରେ ହରିହାଟ, ଆଧ୍ୟାତ୍ମିକ ଆସରରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର

ମନ୍ଦିରରେ ସୁସଜ୍ଜିତ ହୋଇ ବିରାଜମାନ କରିଛନ୍ତି ମା’ ବଜ୍ର ମହାକାଳୀ । ମନ୍ଦିର ଭିତରୁ ଶୁଭୁଛି ଜୟ ଜଗଧିଶ ହରେ ବନ୍ଦନା । ଆଧ୍ୟାତ୍ମିକତାରେ ସାମିଲ ହେବାପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଆଧ୍ୟାତ୍ମିକ ଆସର ଓ ହରିହାଟ ଅନୁଷ୍ଠିତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପଣସୁଆପଡ଼ା ଗାଁରେ । ଆବାହମାନ କାଳରୁ ମା’  ବଜ୍ରକାଳୀଙ୍କ ପୀଠରେ ଏହି ବାର୍ଷିକ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି ।

କେନ୍ୟୁଜ୍‌(ବ୍ୟୁରୋ): ପଡ଼ିଛି ଝୋଟି ସାଙ୍ଗକୁ ମୁରୁଜ । ମୁରୁଜ ଉପରେ ପିଢା । ପିଢାରେ ବିରାଜ ମାନ କରିଛନ୍ତି ଠାକୁର । ଭକ୍ତିର ସହ ମହିଳା ଗାନ କରୁଛନ୍ତି ଠାକୁରଙ୍କ ସ୍ତୁତି । ଜଣେ କି ଦୁଇଜଣ ନୁହେଁ ମନ୍ଦିରର ବେଢା ଚାରିକଡ଼େ ମହିଳାମାନେ ବସି ଠାକୁରଙ୍କ ସ୍ତୁତି ଗାନ କରୁଛନ୍ତି । ମନ୍ଦିରରେ ସୁସଜ୍ଜିତ ହୋଇ ବିରାଜମାନ କରିଛନ୍ତି ମା’ ବଜ୍ର ମହାକାଳୀ । ମନ୍ଦିର ଭିତରୁ ଶୁଭୁଛି ଜୟ ଜଗଧିଶ ହରେ ବନ୍ଦନା । ସୃଷ୍ଟି ହୋଇଛି  ଭକ୍ତିମୟ ପରିବେଶ । ଆଧ୍ୟାତ୍ମିକତାରେ ସାମିଲ ହେବାପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଯିଏ ଯେମିତି ପାରିଲା ନିଜର ଭକ୍ତି ଜଣାଉଛି । ପିଲାଠୁ ବୁଢା ସମସ୍ତେ ଏଥିରେ ସାମିଲ ହୋଇଛନ୍ତି ।

ଚାଲିଛି ଘୃତଯଜ୍ଞ । ଯଜ୍ଞର ମନ୍ତ୍ରଧ୍ୱନୀରେ ଗୁଞ୍ଜରିତ ହେଉଛି ପୁରା ପରିବେଶ । ଯଜ୍ଞରେ ଦିଆଯାଉଛି ଆହୁତି । ଆହୁତିରୁ ଉଠୁଥିବା ଧୂଆଁରେ ପୁରା ପରିବେଶ ସୁବାଷିତ ହେଉଛି । ଯଜ୍ଞରେ ଯୋଗ ଦେଇଥିବା ସାଧୁ କହିଥିଲେ ଯଜ୍ଞ କରିବା ଦ୍ୱାରା ବର୍ଷାହୁଏ । ବର୍ଷା ହେବା ଫଳରେ ପୃଥିବୀ ଶସ୍ୟ ଶ୍ୟାମଳା ହୁଏ । ଶସ୍ୟା ଶ୍ୟାମଳା ହେଲେ ପ୍ରାଣୀମାନେ ଆରାମରେ ଜୀବନ ଯାପନ କରିଥାନ୍ତି । ଖାଦ୍ୟାଭାବ ହୁଏ ନାହିଁ । ଅନାହାର ଦେଶରେ ରହେନାହିଁ । ବିଶେଷ କରି ମରୁଡ଼ି ଭଳି ସମସ୍ୟା ଦେଖାଯାଏ ନାହିଁ ।  ଏହାସହ ପରିବେଶ ସନ୍ତୁଳନରେ ଯଜ୍ଞର ଭୂମିକା ରହିଛି । ଯଜ୍ଞରୁ ବାହାରୁ ଥିବା ଧୂଆଁରେ ଜୀବାଣୁ ମରିଯିବା ସହ ପରିବେଷ ସୁଦ୍ଧ ହୋଇଥାଏ ।  ପୃଥୀବିର ଉନ୍ନତି ଓ ପରିବେଶକୁ ସୁରକ୍ଷିତ ରଖିବା ସକାଶେ ଏହି ଯଜ୍ଞ ଆୟୋଜନ କରାଯାଇଛି । ଏହାସହ ଆଧ୍ୟାତ୍ମିକତାର ବାର୍ତ୍ତା ଦିଆଯାଉଛି ।

ଏଭଳି ଆଧ୍ୟାତ୍ମିକ ଆସର ଓ ହରିହାଟ ଅନୁଷ୍ଠିତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପଣସୁଆପଡ଼ା ଗାଁରେ । ଆବାହମାନ କାଳରୁ ମା’  ବଜ୍ରକାଳୀଙ୍କ ପୀଠରେ ଏହି ବାର୍ଷିକ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ଗ୍ରାମବାସୀ ୬୪ ମହନ୍ତ ହରିହାଟର ଆୟୋଜନ କରିଥାନ୍ତି । ଫଳରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଥାଏ । ଚଳିତ ଥର ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହ ସାଧୁସନ୍ଥ ଓ ବୁଦ୍ଧିଜୀବୀ ଏଥିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପିଲାଠୁ ବୁଢା ସାମିଲ ହୋଇ ପ୍ରସାଦ ସେବନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.