କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ସପ୍ତମାତୃକା ପୀଠ

ଯାଜପୁର ଟାଉନ : ନିଶାର୍ଦ୍ଧରେ ବିରାଜିଲେ ମା’ କାଳୀ । ଏଥିପାଇଁ ସମସ୍ତ ମନ୍ଦିର ଓ ପେଣ୍ଡାଲରେ ସୁରୁଖୁରୁରେ ପୂଜା ଆଗେଇ ଚାଲିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ସପ୍ତମାତୃକା ପୀଠ । କାଳୀପୂଜା ପାଇଁ ଚଳିତ ବର୍ଷ ଉତ୍ସବ ମୁଖର ହୋଇଉଠିଛି ସପ୍ତମାତୃକା ପୀଠ ।  ଯାଜପୁରରେ ଆଦ୍ୟ କାଳୀ ଭାବେ ପରିଚିତ ସପ୍ତମାତୃକା ପୀଠରେ ଗତକାଲି ଠାରୁ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଛି ।

ବୈତରଣୀ ନଦୀ କୂଳରେ ଥିବା ଏହି ପୀଠ ର ରହିଛି ସ୍ୱତନ୍ତ୍ରତା । ନିଶାର୍ଦ୍ଧରେ ମା’ଙ୍କ ପୀଠରେ ଶୋଡଷ ଉପଚାର ପୂଜା ସହ ସ୍ଵତନ୍ତ୍ର ପୂଜା କରାଯାଇଥାଏ । ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ଅବସରରେ  ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପହଞ୍ଚି ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଆଶିର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା ।

ଚାଲିଛି ପାର୍ବଣ ଋତୁ । ସବୁଠି ପାର୍ବଣର ମହକ । ପୂର ଠୁ ପଲ୍ଲୀ ସବୁ ସ୍ଥାନରେ ଉତ୍ସବ ମୁଖର ପରିବେଶ । ବିଭିନ୍ନ ସ୍ଥାନରେ ମା’ କାଳୀଙ୍କୁ ପୂଜା ଚାଲିଥିବା ବେଳେ ଯାଜପୁରର କାଳୀପୂଜା ବେଶ୍ ଆଡମ୍ବର ସହକାରେ ଆଗେଇ ଚାଲିଛି । ସପ୍ତମାତୃକା ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ।

 

You might also like