ପବିତ୍ର ଶାମ୍ବଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରି ପରିବାର ପାଇଁ ମଙ୍ଗଳ ମନାସିଲେ ଶ୍ରଦ୍ଧାଳୁ

କୋଣାର୍କ: ଆଜି ହେଉଛି ପୌଷ ମାସର ଶୁଳ୍କପକ୍ଷ ଦଶମୀ ତିଥି ଯାହାକି ଶାମ୍ବ ଦଶମୀ । ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଂଚଳ l ସୂର୍ଯ୍ୟ ଉପାସକ ମାନେ ପ୍ରାତଃହରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚନା କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ l କାହିଁ କେଉଁ କାଳରୁ ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ସମ୍ବାଦଶମୀ ଦିନ ଚନ୍ଦ୍ରଭାଗା ଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟ ମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ l

ପୌରାଣିକ ମତ ଅନୁସାରେ ପ୍ରଭୁ ଶ୍ରୀ କୃଷ୍ଣ ମା ଜାମ୍ବବତୀଙ୍କ ସହ ରତିକ୍ରିଡାରେ ଥିବାବେଳେ ଶ୍ରୀ କୃଷ୍ଣଙ୍କ ପୁତ୍ର ଶାମ୍ବ ସେଠାରେ ପହଂଚିଯାଇଥିଲେ l ପ୍ରଭୁ ଶ୍ରୀ କୃଷ୍ଣ ରାଗିଯାଇ ଶାମ୍ବ କୁ କୃଷ୍ଠ ରୋଗର ଅଭିଶାପ ଦେଇଥିଲେ, ପରେ ଅଭିଶାପ ଯୋଗୁ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ lକୁଷ୍ଠ ରୋଗରୁ ମୁକ୍ତ ହେବାପାଇଁ ଶାମ୍ବ ନାରଦ ମୁନିଙ୍କ ଶରଣାପନ୍ନ ହୋଇଥଲେ l ତୁମେ ସୂର୍ଯ୍ୟନାରାୟଣଙ୍କୁ ପୂଜାକଲେ କୁଷ୍ଠ ରୋଗରୁ ମୁକ୍ତହେବ ବୋଲି ଶାମ୍ବଙ୍କୁ ନାରଦ ମୁନୀ ପରାମର୍ଶ ଦେଇଥିଲେ l ପରେ ଶାମ୍ବ ଅର୍କକ୍ଷେତ୍ର ଚନ୍ଦ୍ରଭାଗା ଠାରେ ସୂର୍ଯ୍ୟ ପୂଜାକରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ l ଆଉ ମଧ୍ୟ ସମ୍ବାଦଶମୀ ତିଥିରେ କୋଣାର୍କ ଅବଧୂତ ମଠ ଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ ସେଠାରେ ୨୭ ଦିନ ରଖାଯାଇ ଗ୍ରହ ନକ୍ଷତ୍ର ପୂଜା ଅର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ l

ସୂର୍ଯ୍ୟ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁ ଙ୍କୁ ଭିଡ଼ ଜମିଥାଏ ଏବଂ ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁକ୍ଳ ଛାଡ଼ ଥିବାରୁ ମନ୍ଦିରରେ ପର୍ଯ୍ୟଟକଙ୍କ ବେଶ ଭିଡ ଦେଖିବାକୁ ମିଳିଛି ପରେ ପରେ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ବିଶ୍ୱ କଲ୍ୟାଣ ମହା ଯଜ୍ଞ ଅନୁଷ୍ଠିତ ହେବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରକୁ ପ୍ରବେଶ କରି ଛାୟା ଦେବୀ ମନ୍ଦିର ରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ନାଟ୍ୟ ମଣ୍ଡପର ପୂର୍ଵ ଦ୍ୱାରରେ ନଡ଼ିଆ ଭାଙ୍ଗି ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ । ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଆଶିଷ ରଞ୍ଜନ ମିଶ୍ର।