ଆଧ୍ୟାତ୍ମିକ

କାଲି ରାତି ୯ଟା ପରେ ଏହି ଦିଗରେ ମୁହଁ କରି ଭାଇଙ୍କୁ ବାନ୍ଧନ୍ତୁ ରାକ୍ଷୀ, ସ୍ୱାସ୍ଥ୍ୟବାନ ସହ ହେବ ସୌଭାଗ୍ୟ ପ୍ରାପ୍ତି

ହିନ୍ଦୁ ଧର୍ମରେ କୌଣସି ଶୁଭ ତଥା ମାଙ୍ଗଳିକ କାମ କରିବା ପାଇଁ ସଠିକ ଦିଗକୁ ବେଶି ମହତ୍ୱ ଦିଆଯାଏ। କିଛି ଲୋକ ଏହି ଦିଗକୁ ନେଇ ଏତେ କିଛି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଶାସ୍ତ୍ରରେ ପୂଜା କରିବା ଠାରୁ ଆରମ୍ଭ କରି ଖାଇବା ଏମିତିକି ସଠିକ ଦିଗରେ ମୁଣ୍ଡ କରି ଶୋଇବାର ନିୟମ ରହିଛି। କଣ ଆପଣ ଏସବୁ ସମ୍ପର୍କରେ ଅବଗତ ଅଛନ୍ତି କି? କୁହାଯାଏ ଦିଗରୁ ହିଁ ଦଶା ବା ଜୀବନରେ ଘଟୁଥିବା ପରିସ୍ଥିତି ନିର୍ଦ୍ଧାରିତ ହୋଇଥାଏ। ଏମିତି କି ରକ୍ଷା ବନ୍ଧନ ଦିନ ବି ଆପଣ ଭାଇକୁ ରାଖି ବାନ୍ଧିବା ସମୟରେ କିଛି ନିୟମକୁ ପାଳନ କରନ୍ତୁ। ଏହାକୁ ମାନିଲେ ଶୁଭ ହୋଇଥାଏ। ସେମିତିରେ ବି ଚଳିତ ରକ୍ଷା ବନ୍ଧନରେ ଭଦ୍ରା କାଳ ନ୍ୟକ୍ଷତ୍ର ପାଇଁ ତିଥି ରାତି ରେ ପଡ଼ୁଛି। ଯାହାକୁ ଶୁଭ ଯୋଗ କହିଥାଉ। କାରଣ ରାକ୍ଷୀ ଶୁଭ ତିଥିରେ ବାନ୍ଧିଲେ ଭଲ ହୋଇଥାଏ।

ଆସନ୍ତା କାଲି ପବିତ୍ର ରକ୍ଷା ବନ୍ଧନ। ଆଉ ନିୟମ ଅନୁସାରେ ଆସନ୍ତା କାଲି ୩୦ ତାରିଖରେ ୧୦.୫୪ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ୩୧ ତାରିଖ ସକାଳ ୭ ଟା ଯାଏ ରହିବ। କିନ୍ତୁ ୩୦ ତାରିଖ ଦିନ ରୁ ରାତି ୯ ଟା ଯାଏ ଭଦ୍ରା କାଳ ନ୍ୟକ୍ଷତ୍ର ରହୁଛି। ତେଣୁ ଆପଣ ଏହି ନ୍ୟକ୍ଷତ୍ର ସରିବା ପରେ ଭାଇକୁ ରାଖି ବାନ୍ଧି ପାରିବେ। ୯.୦୨ ମିନିଟରୁ ଶୁଭ ମୂହୁର୍ତ୍ତ ଆରମ୍ଭ ହୋଇ ୩୧ ତାରିଖ ସକାଳ ୭ ଟା ଯାଏ ତିଥି ରହୁଛି। ତେଣୁ ଆପଣ ରାତି ରୁ ସକାଳ ମଧ୍ୟରେ ହିଁ ରାଖି ବାନ୍ଧିବେ। ତେବେ ଏହି ସମୟରେ ଆପଣ ଧ୍ୟାନ ରଖନ୍ତୁ କାଲି ରାତିରେ ଭାଇକୁ ରାଖି ବାନ୍ଧିବା ସମୟରେ ସଠିକ ଦିଗରେ ରହି ଏହି କାମକୁ ପୂରା କରନ୍ତୁ । ଭୁଲ ଦିଗରେ ରହି ରାଖି ଆଦୈା ବାନ୍ଧନ୍ତୁ ନାହିଁ। କୁହାଯାଉଛି ଯେ ଭୁଲ ଦିଗରେ ଭାଇକୁ ରାଖି ବାନ୍ଧିଲେ ଭାଇର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଭାଗ୍ୟ ବି ଖରାପ ହୋଇପାରେ।

ଏବେ ଜାଣନ୍ତୁ ଦିଗ କାହିଁକି ଗୁରୁତ୍ୱପୂର୍ଣ୍ଣ ରହିଛି । ମାନ୍ୟତା ଅନୁସାରେ ସୂର୍ଯ୍ୟୋଦୟ ପରେ ଶୁଭ କାର୍ଯ୍ୟର ଦିଗ ଅଲଗା ହୋଇଥାଏ। ସେହିପରି ତିଳକ ଲଗାଇବା ପାଇଁ ଦିଗ ଅଲଗା ହୋଇଥାଏ। ଏମିତିରେ ଯଦି ଆପଣ ଭୁଳ ଦିଗରେ ମୁହଁ କରି ରାଖି ବାନ୍ଧୁଛନ୍ତି ତେବେ ଏହା ଖରାପ ପ୍ରଭାବ ପକାଇପାରେ। ତେଣୁ କାଲି ଏହି କଥାକୁ ଧ୍ୟାନ ଦେବେ। ସଠିକ ଦିଗରେ ଭାଇକୁ ବସାଇ ହାତରେ ଯଦି ଆପଣ ରାଖି ବାନ୍ଧୁଛନ୍ତି ତେବେ ଏହା ଶୁଭ ପ୍ରଭାବ ପକାଇଥାଏ। ଭାଇକୁ ସୈଭାଗ୍ୟ ପ୍ରାପ୍ତ ହୋଇଥାଏ।

ବାସ୍ତୁ ସୂଚନା ଅନୁଯାୟୀ ରାକ୍ଷୀ ବାନ୍ଧିବା ସମୟରେ ଭଉଣୀ ନିଜ ଚେହେରା ପଶ୍ଚିମ ଦିଗ ରଖନ୍ତୁ। ଭାଇର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗ ରହିବା ଜରୁରୀ। ସେମିତି ଯଦି ଆପଣ ରାତିରେ ରାଖି ବାନ୍ଧୁଛନ୍ତି ତେବେ ଭାଇର ମୁହଁ ପଶ୍ଚିମ ଦିଗ ଆଡକୁ ହେବା ଉଚିତ।

D Sonali

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

2 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

16 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

52 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

54 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

58 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago