ଶାସ୍ତ୍ର ଅନୁସାରେ ଯେଉଁମାନେ ଏହି ଭୁଲ ସବୁ କରୁଥିବେ, ସେମାନଙ୍କ ଘର ଛାଡ଼ି ଲକ୍ଷ୍ମୀ ପଳାନ୍ତି

ଯଦି କୌଣସି ବ୍ଯକ୍ତି ଦ୍ବାରା କୌଣସି ଅନୈତିକ କାର୍ଯ୍ଯ କରାଯାଇଥାଏ ତେବେ ସେହି କାର୍ଯ୍ଯ ପାଇଁ ଲକ୍ଷ୍ମୀଙ୍କ ଆର୍ଶିବାଦ ସେମାନଙ୍କୁ ମିଳିନଥାଏ । ଯାହାଫଳରେ ନିଜ ଜୀବନରେ ସର୍ବଦା ଧନର ଅସୁବିଧା ଭୋଗ କରିବାକୁ ପଡିଥାଏ ଉକ୍ତ ବ୍ଯକ୍ତିଙ୍କୁ । ଆଜି ଆମେ ଆପଣଙ୍କୁ ଏମିତି ୬ ଟି ବଦ ଅଭ୍ଯାସ ସମ୍ପର୍କରେ ଜଣାଇବୁ ଯାହା ପାଇଁ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇନଥାଏ ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ । ଶାସ୍ତ୍ରରେ ଧନ, ବୈଭବ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କୁ କୁହାଯାଇଥାଏ । ମା’ ଲକ୍ଷ୍ମୀଙ୍କ ପୂଜା ବହୁତ ଶୁଭ ମନାଯାଇଥାଏ । ଏହି ସଂସାରରେ ସବୁ ମଣିଷଙ୍କୁ ଧନର ଆବଶ୍ଯକତା ରହିଥାଏ । ଏମିତି କେହି ବି ମଣିଷ ନାହିଁ ଯାହାକୁ ଧନର ଆବଶ୍ଯକତା ନଥାଏ । କାହିଁକି ନା ପାଖରେ ଧନ ଥିଲେ ମଣିଷ ତାର ସବୁ ଇଚ୍ଛା ଓ ଆବଶ୍ଯକତାକୁ ପୂରଣ କରିପାରେ । ମଣିଷ ନିଜ ଜୀବନରେ ଧନ ଅର୍ଜନ କରିବା ପାଇଁ ବହୁତ ପରିଶ୍ରମ କରିଥାଏ ଏବଂ ମା ଲକ୍ଷ୍ମୀଙ୍କର ପୂଜା ପାଠ ମଧ୍ଯ କରିଥାଏ । କାହିଁକି ନା ବିଶ୍ବାସ ରହିଛି, ଯଦି ବିଧିବିଧାନ ସହକାରେ ମା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ, ତେବେ ମାଙ୍କ ଆର୍ଶିବାଦ ମିଳିଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଏମିତି କାହିଁକି ହୋଇଥାଏ ।

ଶାସ୍ତ୍ରରେ ଏହି କଥା ଉଲ୍ଲେଖ୍ଯ ରହିଛି କି ପ୍ରତିଦିନ ଯଦି କୌଣସି ବ୍ଯକ୍ତି ଦ୍ବାରା କୌଣସି ଅନୈତିକ କାର୍ଯ୍ଯ କରାଯାଇଥାଏ ତେବେ ସେହି କାର୍ଯ୍ଯ ପାଇଁ ଲକ୍ଷ୍ମୀଙ୍କ ଆର୍ଶିବାଦ ସେମାନଙ୍କୁ ମିଳିନଥାଏ । ଯାହାଫଳରେ ନିଜ ଜୀବନରେ ସର୍ବଦା ଧନର ଅସୁବିଧା ଭୋଗ କରିବାକୁ ପଡିଥାଏ ଉକ୍ତ ବ୍ଯକ୍ତିଙ୍କୁ । ଆଜି ଆମେ ଆପଣଙ୍କୁ ଏମିତି ୬ ଟି ବଦ ଅଭ୍ଯାସ ସମ୍ପର୍କରେ ଜଣାଇବୁ ଯାହା ପାଇଁ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇନଥାଏ ।

ଅଧିକ ଶୋଇବା:
ବହୁତ ଲୋକଙ୍କର ଅଭ୍ଯାସ ରହିଥାଏ ସେମାନେ ସକାଳେ ଡେରି ଯାଏଁ ଶୋଇଥାନ୍ତି । ସୂର୍ଯ୍ଯ ଉଦୟ ପରେ ବହୁତ ସମୟ ଯାଏଁ ଶୋଇବା ଅଭ୍ଯାସ ପାଇଁ ଧନର ଦେବୀ ମାଁ ଲକ୍ଷ୍ମୀ ରାଗିଥାନ୍ତି । ଯାହାଫଳରେ ଘରେ ସର୍ବଦା ସମସ୍ଯା ଲାଗି ରହିଥାଏ ଆଉ ଆର୍ଥିକ ସଙ୍କଟ ଦେଖାଦେଇଥାଏ ।

ପୂଜା ନ କରିବା :
ଯେଉଁ ଲୋକେ ନିଜ ଘରେ ସକାଳ ଏବଂ ସନ୍ଧ୍ଯା ସମୟରେ ପୂଜା କରନ୍ତି ନାହିଁ ସେମାନଙ୍କ ଘରେ ମାଁ ଲକ୍ଷ୍ମୀ ରହିନଥାନ୍ତି ।

କ୍ରୋଧ କରିବା ଓ ଅଶ୍ଳିଳ ଭାଷା କହିବା:
ଯେଉଁ ବ୍ଯକ୍ତି ସବୁ କଥାରେ ରାଗିବା ସହ ଅନ୍ଯକୁ ଖରାପ ଶବ୍ଦ ରେ ଗାଳିକରିଥାନ୍ତି, ସେମାନଙ୍କ ପାଖରେ ମାଁ ଲକ୍ଷ୍ମୀ ରହିନଥାନ୍ତି । ଏହି ବ୍ଯକ୍ତିମାନଙ୍କ ଘରେ ସବୁଦିନ ଧନର ଅଭାବ ଦେଖାଯାଇଥାଏ ।

ଶାସ୍ତ୍ରକୁ ଅନାଦାର କରିବା:
ଯେଉଁ ଘରେ ଶାସ୍ତ୍ରକୁ ଅନାଦାର କରୁଥିବା ବ୍ୟକ୍ତି ବାସ କରନ୍ତି ସେହି ଘରେ କେବେ ଲକ୍ଷ୍ମୀ ବାସ କରିନଥାନ୍ତି । ଏହି ଘର ଠାରୁ ବହୁ ଦୂରକୁ ଚାଲିଯାଇଥାନ୍ତି ମାଁ ଲକ୍ଷ୍ମୀ ।

ସଫା ସୁତୁରା ନରହିବା:
ଯେଉଁ ଘର ସଫା ସୁତୁରା ରହୁଥିବ ସେହି ଘରେ ମା ଲକ୍ଷ୍ମୀ ନିଜକୁ ଅବସ୍ଥାନ କରାଇଥାନ୍ତି । ଯେଉଁ ବ୍ଯକ୍ତି ସବୁଦିନ ନିଜ ଘର ଏବଂ ନିଜକୁ ସଫାସୁତୁରା ରଖିନଥାନ୍ତି, ସେମାନଙ୍କ ଘରେ କେବେ ମାଁ ଲକ୍ଷ୍ମୀ ରହିନଥାନ୍ତି ।

ବ୍ରହ୍ମ ମୁହୂର୍ତ୍ତ ଏବଂ ସନ୍ଧ୍ଯା ସମୟରେ ଭୋଗ ବିଳାସ କରିବା:
ବହୁତ ବ୍ଯକ୍ତିଙ୍କର ଅଭ୍ଯାସ ରହିଥାଏ ସେମାନେ ସକାଳ ଏବଂ ସନ୍ଧ୍ଯା ସମୟରେ ଭୋଗ ବିଳାସରେ ଲିପ୍ତ ରହିଥାନ୍ତି । ଏହି ବ୍ଯକ୍ତିମାନେ ନର୍କଗାମୀ ହୋଇଥାନ୍ତି ଏବଂ ଧନ ଦେବୀ ମାଁ ଲକ୍ଷ୍ମୀ ଏହି ଲୋକ ମାନଙ୍କୁ ଛାଡି ଚାଲିଯାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.