ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଛି କି ଝଗଡ଼ା, ୫ଟି ଜ୍ୟୋତିଷ ଉପାୟ ଦୂର କରିବ ସବୁ ଚିନ୍ତା

ସମାଜରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ପବିତ୍ର । ଏହି ସଂପର୍କରେ ଗୋଟିଏ ମୁହୂର୍ତ୍ତରେ ପ୍ରେମ ଥାଏ ପରବର୍ତ୍ତୀ ମୁହୂର୍ତ୍ତରେ ବିବାଦ ଥାଏ । ଖଟା ମିଠା ସର୍ମ୍ପକର ଅନୁଭୂତି ହେଉଛନ୍ତି ସ୍ବାମୀ-ସ୍ତ୍ରୀ । ଛୋଟ ଝଗଡ଼ା ସ୍ୱାଭାବିକ କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ରହିବା ସମ୍ପର୍କ ପାଇଁ ଭଲ ନୁହେଁ । କାରଣ ଏପରି ପରିସ୍ଥିତିରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିବ । କିଛି ସମୟ ପରେ ଦୁହେଁ ପରସ୍ପରକୁ ନାପସନ୍ଦ କରିବା ଆରମ୍ଭ କରିବେ । ଯଦି ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରାନଯାଏ, ତେବେ ସ୍ବାମୀ-ସ୍ତ୍ରୀ ଅଲଗା ହେବାର ଆଶଙ୍କା ବଢ଼ିପାରେ । ଏହାକୁ ଏଡାଇବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନିଅନ୍ତି । କିନ୍ତୁ କିଛି ବାସ୍ତୁ ଉପାୟକୁ ଆପଣାଇ ଆପଣମାନେ ନିଜ ସମ୍ପର୍କକୁ ଠିକ୍ ରଖି ପାରିବେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏକ ଆନ୍ତରିକ ସମ୍ପର୍କ ସୃଷ୍ଟି କରିବା ପାଇଁ କଣ କରିବା ଆବଶ୍ୟକ ଜାଣି ରଖନ୍ତୁ ।

ଜ୍ୟୋତିଷମାନେ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦୂର କରିବା ପାଇଁ ମହାଦେବ ଏବଂ ମା’ ପାର୍ବତୀଙ୍କୁ ନିୟମିତ ପୂଜା କରନ୍ତୁ । ପୂଜା ସମୟରେ ଘରେ ଘିଅ ଦୀପ ଜାଳନ୍ତୁ ଏବଂ ମିଠା ସମ୍ପର୍କ ପାଇଁ ପ୍ରାର୍ଥନା କରନ୍ତୁ । ଏହି ପ୍ରତିକାର ଅନୁସରଣ କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ବିବାଦ ରହିବ ନାହିଁ  । ଶିବ ଚାଳିଶା କରିବା ଦ୍ବାରା ସମ୍ପର୍କ ମଧୁର ହେବ ।

ଶୁକ୍ରବାର ଦିନ ଦେବୀ ଦୁର୍ଗା ଏବଂ ମା’ ଲକ୍ଷ୍ମୀଙ୍କୁ ସମର୍ପିତ । ଏହି ଦିନ ମନ୍ଦିରକୁ ଯାଇ ଦେବୀ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ । ମା’ଙ୍କୁ ଧଳା ରଙ୍ଗର ମିଠା ଅର୍ପଣ କରନ୍ତୁ । ଏହି ପ୍ରତିକାରକୁ ଅନୁସରଣ କଲେ ସମ୍ପର୍କ ମଧୁର ହେବ ।

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ମଧୁର କରିବା ପାଇଁ ଗୁରୁବାର ଦିନ ହଳଦିଆ କପଡ଼ାରେ ହଳଦୀ ଗୁଣ୍ଡ ବାନ୍ଧନ୍ତୁ । ପରେ ଏହାକୁ ନିଜ ହାତରେ ରଖନ୍ତୁ ଏବଂ ‘ଓମ୍ ନମୋ ଭଗବତେ ବାସୁଦେବାୟ ନମଃ’ ମନ୍ତ୍ର ଜପ କରନ୍ତୁ । ପରେ ହଳଦୀକୁ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ।

ଯଦି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଦୀର୍ଘ ସମୟ ଧରି ଝଗଡ଼ା ଲାଗି ରହୁଛି, ତେବେ ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ ତକିଆ ଉପରେ କର୍ପୁର ରଖନ୍ତୁ । ଯଦି ଆପଣ ଚାହିଁବେ ଆପଣ ତକିଆ ତଳେ ମଧ୍ୟ କର୍ପୁର ରଖିପାରିବେ । ପରଦିନ ସକାଳେ ଏହି କର୍ପୁରକୁ ଜଳାଇ ଦିଅନ୍ତୁ । ଏହି ପ୍ରତିକାରକୁ ଅନୁସରଣ କଲେ ସମ୍ପର୍କ ମଧୁର ହେବ ।

ବିବାହିତ ମହିଳାମାନେ ବାୟୁ କୋଣରେ ଶୋଇବା ଉଚିତ୍ ନୁହେଁ । ଏହି ଦିଗରେ ଶୋଇଲେ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେବ । ଏହା ସହିତ ଧନର ଦେବତା କୁବେର ମଧ୍ୟ ଅସନ୍ତୁଷ୍ଟ ହୁଅନ୍ତି । ଆହୁରି ମଧ୍ୟ ସ୍ୱାମୀ ବିଛଣାର ଡାହାଣ ପାର୍ଶ୍ୱରେ ଶୋଇବା ଉଚିତ୍ ଏବଂ ସ୍ତ୍ରୀ ବାମ ପାର୍ଶ୍ୱରେ ଶୋଇବା ଉଚିତ୍ । ଏହା ମଧ୍ୟ ସମ୍ପର୍କକୁ ମଧୁର ରଖେ ।

You might also like