ବଲାଙ୍ଗୀରରେ ଜମୁଛି କଳସ ଯାତ୍ରା, କଳସୀ ଧରି ଗ୍ରାମ ପରିକ୍ରମା କଲେ ଶ୍ରଦ୍ଧାଳୁ

ବଲାଙ୍ଗୀର : ଏ ଦଶ୍ୟ ହେଉଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳର । ଏଠାରେ ଥିବା ଅଗ୍ରସେନ ଭବନ ଠାରେ ଶ୍ରୀମଦ ଭଗବତ ସପ୍ତାହ ପାଳନ ହେଉଛି । କଥାମୃତ ନେଇ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାହାର ଦୃଶ୍ୟ ଆପଣମାନେ ଦେଖି ପାରୁଛନ୍ତି । ଏହି କଳସ ଯାତ୍ରାରେ ସାମିଲ ହୋଇଛନ୍ତି ପୁରୁଷ ଓ ନାରୀ । ଛୋଟ କୁମାରୀଙ୍କ ଠାରୁ ବୟସ୍କ ମା ମାଉସୀ ମଉସା ସମସ୍ତେ ସାମିଲ ହୋଇଛନ୍ତି ଏହି ଶୋଭାଯାତ୍ରା । ମୁଣ୍ଡରେ କଳସୀ ବୋହି ଅତି ଆନନ୍ଦ ଉଲ୍ଲାସରେ ଗ୍ରାମ ପରିକ୍ରମା କରିଛନ୍ତି ଏହି କଳସଧାରୀ ଶ୍ରଦ୍ଧାଳୁମାନେ । କଥା କେବଳ ଏତିକିରେ ସରିଯାଇନି ଢୋଲ ବଜାଇ ଏହି ଭକ୍ତି ଭାବାବେଗରେ ମିଶି ଯାଇଛନ୍ତି ଢୋଲ ବାଦକ ।
ବଙ୍ଗମୁଣ୍ଡା ଅଗ୍ରସେନ ଭବନ ଠାରେ ଥିବା ଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରଦ୍ମପୁର ଓ ସାର୍ବଜନୀନ ଶ୍ରୀମଦ ଭଗବତ କଥାମୃତ କମିଟି ଆନୁକୁଲରେ ଆୟୋଜିତ ହୋଇଛି । ପ୍ରଥମେ ଅଗ୍ରସେନ ଭବନ ଠାରୁ ଷୋଭାଯାତ୍ରା ବାହାରିଥିଲା ଏହାପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୁଜାର୍ଚ୍ଚନା କରାଯାଇଥିଲା । ଏହାପରେ କିଆବନ୍ଧରୁ କଳସ ଆଣି ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରାଯିବାପରେ ନିମନ୍ତ୍ରଣ କରି ବଙ୍ଗମନଣ୍ଡା ଗ୍ରାମକୁ ପରିକ୍ରମା କରାଯାଇଥିଲା । ଏହାପରେ ପୂଜାସ୍ଥଳରେ ପହଞ୍ଚି ସ୍ଥାପନା କରାଯାଇଥିଲା । ଏହି ସ୍ଥାନରେ ପୂଜ ସଦଗୁରୁ ଦେବ ଶ୍ରୀ କ୍ରିଷ୍ଣା ସ୍ବାମୀ ବିଶୁଦ୍ଧାନନ୍ଦ ମହାରାଜ ଶାସ୍ତ୍ରୀଜୀ ଯୋଗ ଦେଇଛନ୍ତି । ଯାହାଙ୍କର ଦର୍ଶନ କରି କିଛି ଶ୍ରଦ୍ଧାଳୁ ଖୁସି ହୋଇଛନ୍ତି ।
ଆଜିଠାରୁ ୩୧ ତାରିଖ ଯାଏଁ ଅପରାଦ୍ନ ରେ ଭାଗବତ କଥାମୃତ ଅନୁଷ୍ଠିତ ହେବ। ୧ ତାରିଖରେ ପୁର୍ଣାହୁତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଶିଛି । ବଲାଙ୍ଗୀରରେ ଜମୁଛି କଳସ ଯାତ୍ରା, କଳସୀ ଧରି ଗ୍ରାମ ପରିକ୍ରମା କଲେ ଶ୍ରଦ୍ଧାଳୁ ।