ବୁଧ ଦୋଷରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ , ମିଳିବ ସବୁ କ୍ଷେତ୍ରରେ ସଫଳତା

ଆପଣ ନିହାତି ଭାବେ ଜାଣିଥିବେ ଯେ, ବୁଧବାର ଦିନ ଭଗବାନ ଶ୍ରୀ ଗଶେଷଙ୍କୁ ସମର୍ପିତ କରାଯାଇଛି। ଏହି ଦିନ ଶ୍ରୀ ଗଣେଷଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ରିଦ୍ଧି-ସିଦ୍ଧି କିମ୍ବର ସମ୍ପନ୍ନତା ଏବଂ ସିଦ୍ଧିର ଦେବତା ବୋଲି କୁହାଯାଏ। ଯଦି କୌଣସି ବ୍ୟକ୍ତି କୌଣସି ରୋଗ, ଦରିଦ୍ରତା କିମ୍ବା ସଂକଟରେ ପୀଡିତ ଅଛନ୍ତି ତାହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଷଙ୍କୁ ଭକ୍ତିପୂର୍ବକ ପୂଜା କରିବା ବହୁତ ଲାଭଦାୟକ ହୋଇଥାଏ।

ଆମ ଦେଶ ଭାରତ ଏକ ଧର୍ମ ପରାୟଣ ରାଷ୍ଟ୍ର । ଏଠି ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଏହି ହିସାବରେ ଦେଖିଲେ ପ୍ରତିମାସ କିଛି ନା କିଛି ପର୍ବ ପଡିଥାଏ । ଯାହାକୁ ନିୟମ ଅନୁଯାୟୀ ପାଳନ କଲେ ଘରେ ସକାରାତ୍ମକ ଉର୍ଜା ବଢିବା ସହିତ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ସପ୍ତାହର ପ୍ରତ୍ୟେକ ଦିନକୁ କୌଣସି ନା କୌଣସି ଦେବାଦେବୀଙ୍କୁ ଅର୍ପଣ କରାଯାଇଛି। ଏହାସହ ଦେବଗ୍ରହଙ୍କୁ ସମର୍ପିତ କରାଯାଇଛି।

ଆପଣ ନିହାତି ଭାବେ ଜାଣିଥିବେ ଯେ, ବୁଧବାର ଦିନ ଭଗବାନ ଶ୍ରୀ ଗଶେଷଙ୍କୁ ସମର୍ପିତ କରାଯାଇଛି। ଏହି ଦିନ ଶ୍ରୀ ଗଣେଷଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ରିଦ୍ଧି-ସିଦ୍ଧି କିମ୍ବର ସମ୍ପନ୍ନତା ଏବଂ ସିଦ୍ଧିର ଦେବତା ବୋଲି କୁହାଯାଏ। ଯଦି କୌଣସି ବ୍ୟକ୍ତି କୌଣସି ରୋଗ, ଦରିଦ୍ରତା କିମ୍ବା ସଂକଟରେ ପୀଡିତ ଅଛନ୍ତି ତାହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଷଙ୍କୁ ଭକ୍ତିପୂର୍ବକ ପୂଜା କରିବା ବହୁତ ଲାଭଦାୟକ ହୋଇଥାଏ।

ସେହିପରି ବୁଧବାର ଦିନ ବୁଧଦେବଙ୍କୁ ସମର୍ପିତ କରାଯାଇଛି। । ବୁଧଙ୍କୁ ବ୍ୟବସାୟ, ବୁଦ୍ଧି, ବିବେକ, ତର୍କ, ବାଣୀ ଆଦିର ଗ୍ରହ ବୋଲି କୁହାଯାଏ। ଯେଉଁ ବ୍ୟକ୍ତିଙ୍କର ଜାତକରେ ବୁଧ ଗ୍ରହ ସବୁଠାରୁ ତଳ ସ୍ଥିତିରେ ରହିଥାଏ କିମ୍ବା ଅନ୍ୟ ଗ୍ରହ ସହିତ ମିଶି ବୁଧ ଦୋଷ ନିର୍ମିତ ହୋଇଥାଏ, ସେମାନେ କେବେ ବି ବ୍ୟବସାୟରେ ଉନ୍ନତି କରିପାରନ୍ତି ନାହିଁ। ସବୁ ଚେଷ୍ଟା କରିବା ସତ୍ତ୍ୱେ ବ୍ୟବସାୟରେ ସଫଳ ହୋଇପାରନ୍ତି ନାହିଁ। ତାଙ୍କ କଥାବାର୍ତ୍ତା ମଧ୍ୟ ଖରାପ ହୋଇଯାଏ, ଯାହା ଯୋଗୁଁ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୁଏ।

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତିବିଧି ଦ୍ୱାରା ଭବିଷ୍ୟତ ପୂର୍ବାନୁମାନ କରାଯାଏ । ଗ୍ରହମାନଙ୍କର ଗତିବିଧି ବ୍ୟକ୍ତିର ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ବ୍ୟକ୍ତି ବିଭିନ୍ନ ପ୍ରକାରର ଆର୍ଥିକ ଏବଂ ମାନସିକ ସମସ୍ୟାରେ ଚିନ୍ତିତ ହୋଇରହିଥାଏ। ବାସ୍ତୁଦୋଷରୁ ମୁକ୍ତି ଏବଂ ଜୀବନରେ ସୁଖ-ସମୃଦ୍ଧି ପାଇବା ପାଇଁବା ସ୍ତୁଶାସ୍ତ୍ରରେ ଅନେକ ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ବାରା ଲକ୍ଷ୍ମୀଙ୍କ କୃପା ମିଳିଥାଏ।

ବୁଧ ଦୋଷ ହେବା ଯୋଗୁଁ ମଣିଷ ସଠିକ୍‌ ନିର୍ଣ୍ଣୟ ନେଇପାରେ ନାହିଁ। ବ୍ୟକ୍ତି ଅଡୁଆ ସ୍ଥିତିରେ ଫସିଯାଏ। କ’ଣ ଠିକ୍‌ ଏବଂ କ’ଣ ଭୁଲ, ତାହାର ନିଷ୍ପତ୍ତି ନେଇପାରେ ନାହିଁ। ଏହା ବୁଧ ଗ୍ରହର ଖରାପ ସ୍ଥିତି କାରଣ ଯୋଗୁଁ ହୋଇଥାଏ।

ଭୁଲ ନିଷ୍ପତ୍ତି ଯୋଗୁଁ ବ୍ୟବସାୟ, ସଂପର୍କ ସବୁକିଛି ପ୍ରଭାବିତ ହୋଇଥାଏ। ତେଣୁ ନିଜ ବୁଧ ଗ୍ରହକୁ ମଜବୁତ କରିବା ନିତାନ୍ତ ଜରୁରୀ। ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ଦୋଷ ରହିଥାଏ, ତେବେ ଆପଣ ପ୍ରତ୍ୟେକ ବୁଧବାର ଦିନ ପୂଜା କରିବା ସମୟରେ ବୁଧ ସ୍ରୋତ ପାଠ କରିବା ଜରୁରୀ।

ବୁଧ ସ୍ରୋତ ପାଠ କରିବା ଦ୍ୱାରା ବୁଧ ଗ୍ରହ ସହିତ ଜଡିତ ସମସ୍ତ ଦୋଷ ଦୂର ହୋଇଯାଏ। ବୁଧ ଦୋଷ ଦୂର ହେଲେ ନିର୍ଣ୍ଣୟ ନେବାର କ୍ଷମତା ଏବଂ ବିବେକ ସବୁକିଛି ଠିକ୍‌ ହୋଇଯାଏ। ବ୍ୟବସାୟରେ ଉନ୍ନତି ଆସେ। ଏଥିପାଇଁ ପ୍ରତି ବୁଧବାର ବୁଧ ସ୍ରୋତ ପଢିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.