କୁସୁମୀ ସଂପ୍ରଦାୟର ମହାନ କରମ ପର୍ବ, ସମ୍ଭାବନା ଓ ଅଙ୍କୁରୋଦମର ପ୍ରତୀକ ଭାବେ ପରିଚିତ

ସମ୍ଭାବନା ଓ ଅଙ୍କୁରୋଦମର ପ୍ରତୀକ ଭାବେ ପରିଚିତ କରମ ପର୍ବ । ବିଭିନ୍ନ ସମୟରେ ସୃଷ୍ଟିର ବାସ୍ତବ ତତ୍ତ୍ଵକୁ ପ୍ରତିକାତ୍ମକ ଭାବେ ଉପସ୍ଥାପନ କରୁଥିବା ଏହି ପର୍ବକୁ କୁଡୁମି ସଂପ୍ରଦାୟର ଲୋକମାନେ କେଉଁ କାଳରୁ ପାଳନ ଆସୁଛନ୍ତି । ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ଉତ୍ତର ଓଡିଶା ଓ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଲୋକମାନେ ୭ ଦିନ ଧରି ପାଳନ କରୁଥିବା ଏହି ପର୍ବର ପ୍ରଥମ ଦିବସରେ କେନ୍ଦୁଝର ଜିଲ୍ଲା ପାଟଣା ନିକଟସ୍ଥ ପୂଣ୍ୟତୋୟା ବୈତରଣୀ ନଦୀରୁ ବାଲି ଉତୋଳନ କରିଛନ୍ତି ।

ଜାଓ୍ବା ଭାବେ ପରିଚିତ ପ୍ରଥମ ଦିନର ଏହି କର୍ଯ୍ୟକ୍ରମରେ କୁମାରୀ କନ୍ୟାମାନେ ବାଲି ଉଠାଇ ସୁସଜ୍ଜିତ ରଥରେ ନାଚଗୀତ ଓ ଶୋଭାଯାତ୍ରାରେ ତଳିତ ବର୍ଷ ପାଳିତ ହେବାକୁ ଥିବା ଡୁମୁରିଆ ଗ୍ରାମକୁ ନେଇଛନ୍ତି । ଉତ୍ତର ଓଡିଶା ଓ ଝାରଖଣ୍ଡ ରାଜ୍ୟର କୁଡୁମୀ ସଂପ୍ରଦାୟର ଲୋକମାନେ ଚଳିତ ବର୍ଷ ଭୀମକୁଣ୍ଡ ନିକଟସ୍ଥ ଡୁମୁରିଆରେ ପାଳନ କରିବାକୁ ଯାଉଥିବା କରମ ପର୍ବର ପ୍ରଥମ କାର୍ଯ୍ୟକ୍ରମ ନଦୀରୁ ବାଲି ଉତ୍ତୋଳନ ସହ ଆରମ୍ଭ ହୋଇଛି ।

୭ ଦିନ ଧରି ବେଶ ଧୁମଧାମରେ ପାଳିତ ହେଉଥିବା ଏହି ପର୍ବର ପ୍ରଥମ ଦିନ ଜାୱା ଉଠା ଭାବେ ପରିତିଚ । ପବିତ୍ର ବୈତରଣୀ ନଦୀରୁ କୁମାରୀ କନ୍ୟାମାନେ ଭିଜା ବାଲି ଉତ୍ତୋଳନ କରି ଟୋକେଇରେ ଶସ୍ୟରୋପଣ କରିଛନ୍ତିି । ଶସ୍ୟ ରୋପିତ ଟୋକେଇ ଯାହାକି ଜାୱା ଡାଲା ଭାବେ ପରିଚିତ । ପାରମ୍ପାରିକ ରୀତିନୀତିରେ ପୂଜାର୍ଚନା କରିବା ପରେ ଜାୱା ଡାଲାକୁ ସୁସଜ୍ଜିତ ରଥରେ ଶୋଭାଯାତ୍ରାରେ କରମ ପୂଜା ସ୍ଥଳକୁ ଯାତ୍ରା କରିଛନ୍ତି । ଏହି ପର୍ବରେ ଶହ ଶହ ସଂଖ୍ୟାରେ କୁଡୁମୀ ସଂପ୍ରଦାୟର ମହିଳା ଓ ଯୁବତୀ ସାମିଲ ହୋଇଥିଲେ ।

କରମ ପର୍ବର ବିଶେଷତ୍ଵ ହେଉଛି ଜାୱା ଡାଲାରେ ରୋପଣ କରାଯାଇଥିବା ଶସ୍ୟରୁ ହୋଇଥିବା ଗଛର ସୃଷ୍ଟି, ଯାହାକି ସମ୍ଭାବନା ଓ ଅଙ୍କୁରୋଦମର ପ୍ରତୀକ । ତେବେ ଏହି ପର୍ବକୁ କୁମାରୀ କନ୍ୟା ଓ ସନ୍ତାନ ହୋଇ ନଥିବା ନବ ବଧୁମାନେ ପାଳନ କରିଥାନ୍ତି । ଶିଶୁ ଜନ୍ମ ପରେ ଏନ୍ତୁଡିଶାଳରୁ ନାରୀ ଦେଉଥିବା ତ୍ୟାଗ ସଂମ୍ପର୍କରେ ଶିକ୍ଷା ପାଇବା ଉଦେଶ୍ୟରେ ଏହି ପର୍ବକୁ ପାଳନ କରାଯାଏ । ଏହି କରମ ପୂଜା ଜାୱା ଡାଲାରେ ରୋପିତ ଶସ୍ୟ ୭ ଦିନ ମଧ୍ୟରେ ଚାରା ଗଛରେ ପରିଣତ ହୋଇଥାଏ ।

ଯାହାକି ସୃଷ୍ଟିର ପ୍ରକୃତ ତଥ୍ୟ ଉପସ୍ଥାପନ କରିଥାଏ । ତେବେ ସୃଷ୍ଟିର ପ୍ରକୃତ ସତ୍ୟକୁ ବୁଝିବା ଓ ବୁଝାଇବା ପାଇଁ ଏହି ପୂଜା ବ୍ୟବସ୍ଥା ପ୍ରଚଳିତ ହୋଇଆସିଛି । ମହା ଆଡମ୍ବରରେ ପାଳିତ ହେଉଥିବା ଏହି ପର୍ବ ଏବେ ଏକ ଗଣପର୍ବ ଭାବେ ପରିଣତ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ଏହା କେବଳ ଉତ୍ତର ଭାରତର କୁଡୁମୀ ସଂପ୍ରଦାୟରେ ସିମିତ ନାହିଁ । ସମାୟନୁକ୍ରମେ ଏହି ପର୍ବ ଏବେ ଭିନ୍ନ ଭିନ୍ନ ସଂପ୍ରଦାୟର ଆଦିବାସୀମାନେ ଆପଣେଇ ନେଇଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like