ଜଗା ପାଇଁ ଯାଉଛି ସତ୍ୟ ଯୁଗର ବୃକ୍ଷରୁ ଲକ୍ଷେ ତୁଳସୀ ପତ୍ରର ଭାର

ସାଲେପୁର: ପବିତ୍ର ସୁନାବେଶ ସହିତ ଜଗନ୍ନାଥଙ୍କ ତୁଳସୀ ବେଶ ନିମନ୍ତେ କଟକ ଜିଲ୍ଲା ସାଲେପୁରରୁ ଯାଉଛି ସତ୍ୟ ଯୁଗର ତୁଳସୀ । ସତ୍ୟ ଯୁଗର ବୃକ୍ଷରୁ ଯାଉଛି ଏହି ତୁଳସୀ ଭାର । ସେଥିପାଇଁ ଅତି ଶ୍ରଦ୍ଧାରେ ଭକ୍ତ ତୁଳସୀ ଭାରକୁ ମୁଣ୍ଡରେ ମୁଣ୍ଡେଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଦେଖନ୍ତୁ ଏହି ବୃକ୍ଷକୁ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ବାଲିସାହି ନିକଟ ଗୁପ୍ତଗଙ୍ଗା ଚିତ୍ରୋତ୍ପଳା ନଦୀର ତଟ ଦେଶ । ଯାହାର ଗୋଟେ ପଟେ ବିଶେଶ୍ୱର ମହାଦେବ ଓ ଅନ୍ୟପଟେ ମାଆ ଭଗବତୀ ରହିଛନ୍ତି । ଲୋକ ମତ ଅନୁସାରେ ମାଳିକା ବର୍ଣ୍ଣିତ ଏ ହେଉଛି ସତ୍ୟ ଯୁଗର ତୁଳସୀ ବୃକ୍ଷ ।

ଯାହାର ପାଦ ଦେଶରେ ସକାଳୁ ଚାଲିଥିଲା ହୋମ ଯଜ୍ଞ ସହିତ ବନ୍ଦାପନା । ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ଏହି ସ୍ଥାନ । ସ୍ଵପ୍ନ ଦେଶ ଅନୁଯାୟୀ ଏହି ତୁଳସୀ ପତ୍ରରେ ସୁନାବେଶ ସହିତ ଜଗନ୍ନାଥ ତୁଳସୀ ବେଶ ହେବେ । ସେଥିଲାଗି ଲକ୍ଷେ ତୁଳସୀ ପତ୍ରର ଭାର ନେଇ ପୁରୀ ଅଭିମୁଖେ ଯାତ୍ରା କରୁଛନ୍ତି ସାଧୁ ଏବଂ ଭକ୍ତ ।

ସାଲେପୁର ନିକଟ ମଧ୍ୟକଚ୍ଛର ଆରାଧ୍ୟା ଦେବତା ପ୍ରଭୁ ଲକ୍ଷ୍ମୀ ନୃସିଂହ ମମତା ସାମଲ ନାମ୍ନୀ ଜଣେ ମହିଳା ଭକ୍ତକୁ ସ୍ୱପ୍ନାଦେଶ ଅନୁଯାୟୀ, ଏହି ବୃକ୍ଷ ମୂଳେ ପୂଜା ଅର୍ଚ୍ଚନା କରାଯାଇ ବିଭିନ୍ନ ସ୍ଥାନରୁ ସାଧୁ ଏବଂ ଭକ୍ତ ମାନେ ତୁଳସୀ ପତ୍ର ତୋଳି ପୁରୀ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି । ପ୍ରଭୁଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ହେଉଛି । ସତ୍ୟ ଯୁଗର ଏହି ତୁଳସୀ ପତ୍ର ଜଗାର ସେବାରେ ଲାଗିବ, ସେଥିପାଇ ନିଜକୁ ଭାଗ୍ୟବାନ ମନେ କରୁଥିବା କଥା କହିଛନ୍ତି ଏହି ଭକ୍ତ ମାନେ ।

ଜଗନ୍ନାଥଙ୍କ ତୁଳସୀ ବେଶ ପାଇଁ ସାଲେପୁରରୁ ଯାଉଛି ଲକ୍ଷେ ତୁଳସୀ ପତ୍ର । ସେ ପୁଣି ସତ୍ୟ ଯୁଗର ତୁଳସୀ ବୃକ୍ଷରୁ । ସେଥିପାଇଁ ଏହି ତୁଳସୀ ଭାର ଯାତ୍ରାରେ ବିଭିନ୍ନ ସ୍ଥାନରୁ ସାଧୁ ଓ ଭକ୍ତ ମାନେ ସାମିଲ ହୋଇ ଜଗାର ସେବାରେ ନିଜକୁ ସମର୍ପି ଦେଇଛନ୍ତି ।

 

You might also like