ଆଧ୍ୟାତ୍ମିକ

ଚତୁର୍ମାସରେ ରାଜ୍ୟ ଭାର ସମ୍ଭାଳନ୍ତି ପର୍ଶୁରାମେଶ୍ଵର

ଓଡିଶା ପରମ୍ପରା ପୂଜାରୀ, ତେବେ ଏହି ପରମ୍ପରାର କୁ ଆଖିରେ ରଖି ଵାରମାସରେ ତେର ପରବ ପାଳନ କରାଯାଇଥାଏ। ତେବେ ଲିଙ୍ଗରାଜ ମହାପ୍ରଭୁଙ୍କ ଏମିତି ଅନେକ ଯାନୀ ଯାତ, ଉତ୍ସବ ପାଳନ କରାଯାଇଥାଏ। ତା ଭିତରୁ ପର୍ଶୁରାମ ଅଷ୍ଟମୀ ଅନ୍ୟତମ। ପର୍ଶୁରାମ ଅଷ୍ଟମୀ ହେଉଛି ପର୍ଶୁରାମ ଙ୍କ ଜନ୍ମ ତିଥି କିନ୍ତୁ ଏହାର ବିଶେଷତ୍ୱ ହେଉଛି ଅନ୍ୟ ଏକ କିମ୍ବଦନ୍ତୀ ଭିତିକ ପରମ୍ପରା ଆଧାରିତ।

ଗତ କାଲି ଥିଲା ଆଷାଢ଼ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି । ଏହି ଦିନରେ ମହାପ୍ରଭୁ ପର୍ଶୁରାମ ଙ୍କ ଅଷ୍ଟମୀ ପର୍ବ ପାଳନ ହୁଏ । ଏହି ପର୍ଶୁରାମ ଅଷ୍ଟମି ଦିନ ଏକ ପରମ୍ପରା ରହିଛି । ଏହିଦିନ ଏକ କିମ୍ବଦନ୍ତୀ ଵା ଲୋକ କଥା ର ପରମ୍ପରା ରହିଛି. ଯାହାକି ଲିଙ୍ଗରାଜ ମହାପ୍ରଭୁ ଏବଂ ପର୍ଶୁରାମ ଙ୍କ ଉପରେ ଆଧାରିତ ପରମ୍ପରା । ଏହିଦିନ ଶିବ ପର୍ଶୁରାମ ଙ୍କୁ ଏକାମ୍ର କ୍ଷେତ୍ରର ଭାର ଅର୍ପଣ କରି ଚାରି ମାସ ପାଇଁ ଶୟନ କରିବାକୁ ଯାଇଥାନ୍ତି । ତେଣୁ ଏହି ଚାରିମାସ ପର୍ଶୁରାମେଶ୍ଵର ରାଜ୍ୟ ଭାର ନେଇ ଥାନ୍ତି ।ଏହି ଦିନ ଲିଙ୍ଗରାଜ ମହାପ୍ରଭୁ ସାଙ୍ଗରେ ହରି ଓ ରୁକୁଣୀ ଙ୍କୁ ନେଇ ଲିଙ୍ଗରାଜ ମନ୍ଦିରରୁ ପର୍ଶୁରାମଶ୍ୱର ମନ୍ଦିର କୁ ପାଲିଙ୍କି ଯାତ୍ରା କରି ଆସିଥାନ୍ତି ।

ସାଙ୍ଗରେ ବିମାନରେ ଦୋଳଗୋବିନ୍ଦ ଙ୍କୁ ମଧ୍ୟ ଆଣି ଥାନ୍ତି । ବାହୁବଳୀ ସେବାୟତ ଠାକୁରଙ୍କୁ ପାଲିଙ୍କି ଯାତ୍ରା କରି କାନ୍ଧ ରେ ବୋହି ବୋହି ନିଅନ୍ତି । ଆଉ ଥରେ ପୁଣି ଲିଙ୍ଗରାଜ ମନ୍ଦିର କୁ ଫେରନ୍ତି ସେମିତି ବୋହି ବୋହି ନିଅନ୍ତି ।ରାସ୍ତାରେ ଭେରୀ ତୁରୀ ମସଲା, ରୋଷଣୀ କରି ଯାଆନ୍ତି । ପର୍ଶୁରାମ ଙ୍କ ମନ୍ଦିର ଭିତରେ ଲିଙ୍ଗରାଜଙ୍କ ସହିତ ପର୍ଶୁରାମ ଙ୍କ ଭେଟ ହୁଏ । ମୁଆଁ, ଖଇ, ଚୁଡା ଭୋଗ ହୁଏ.. ଆଳତି ହୁଏ । ସେଠାରେ ସେବାୟତ ମନେ ଏକ ପ୍ରକାର ଉତ୍ସବ ଆୟୋଜନ କରନ୍ତି । ନିୟମ ଅନୁସାରେ ଏହିଁ ଚାରି ମାସ ଲିଙ୍ଗରାଜ ମହାପ୍ରଭୁ ଶୋଇଥିବା ବେଳେ ପ୍ରଭୁ ପର୍ଶୁରାମ ରାଜ୍ୟ ଭାର ସମ୍ଭାଳନ୍ତି । ତ୍ରିଭୁଵନ ର ରାଜା ସ୍ୱୟଂ ପ୍ରଭୁ ଲିଙ୍ଗରାଜ ନିଜ ରାଜ୍ୟ ଭାର ପର୍ଶୁରାମ ଙ୍କୁ ଦେଇ ମନ୍ଦିର ଫେରି ଯୋଗ ନିଦ୍ରା ରେ ଯାଇଥାନ୍ତି ।

ଏହି ସମୟରେ ଲିଙ୍ଗରାଜ ପ୍ରଭୁଙ୍କର ସକାଳ ଛ ଟାରୁ ଦିନ ବାର ଟା ଯାଏ ସାହାଣ ମେଳା ଦର୍ଶନ ହୋଇଥାଏ । ନିୟମ ଅନୁଯାୟୀ ପ୍ରତିଦିନ ନୀତିକାନ୍ତି ହୋଇଥାଏ । ସ୍ନାନ ପରେ , ସୂର୍ଯ୍ୟ ପୂଜା , ଦ୍ୱାରପାଳ ପୂଜା ପରେ ବଲ୍ଲଭ ବେଶ ହୁଏ । ସକାଳ ଧୂପ ପରେ ଭୋଗ ମଣ୍ଡପ ହୋଇଥାଏ । ଏଭଳି ଭାବେ ସମସ୍ତ ନୀତିକାନ୍ତି ଶେଷ ହୋଇଥାଏ । ତେବେ ପର୍ଶୁରାମଙ୍କ ସମସ୍ତ ପୂଜା କିନ୍ତୁ ଆଲଗା ଥାଏ । ଲିଙ୍ଗରାଜ ଙ୍କ ସହ ପର୍ଶୁରାମଙ୍କ ପାଖରେ ନିଜ ଇଚ୍ଛା ବିଷୟରେ କହିଲେ ମନସ୍କାମନା ଶୀଘ୍ର ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।

ଭଗବାନ ପର୍ଶୁରାମଙ୍କ ଜନ୍ମ ବୈଶାଖ ମାସ ଶୁକ୍ଳ ପକ୍ଷ ୩ୟା ତିଥିରେ ହୋଇଥିଲା । ତାଙ୍କୁ ଭଗବାନ ବିଷ୍ଣୁଙ୍କ ୬ଷ୍ଠ ଅବତାର କୁହାଯାଏ । ମାନ୍ୟତା ରହିଛି ଯେ, ପୃଥିବୀ ପୃଷ୍ଠରେ ଭଗବାନ ପର୍ଶୁରାମଙ୍କ ଜନ୍ମ ଅତ୍ୟାଚ।ରୀ ରାଜବଂଶର ଲୋପ ପାଇଁ ହୋଇଥିଲା । ଏଥିପାଇଁ ମାନ୍ୟତା ରହିଛି ଯେ ସାତ ଚିରଞ୍ଜିବୀ ଦେବ ମଧ୍ୟରୁ ପର୍ଶୁରାମ ଆଜି ବି ପୃଥିବୀ ପୃଷ୍ଠରେ ରହିଛନ୍ତି । ତେଣୁ ତାଙ୍କୁ ଭଗବାନଙ୍କ ଭଳି ପୂଜା କରାଯାଏ ନାହିଁ ।

ସେହିପରି ଲିଙ୍ଗରାଜ ହେଉଛନ୍ତି ‘ଲିଙ୍ଗମାନଙ୍କର ରାଜା’,ତେଣୁ ଏହି ସ୍ଥାନ ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା । ଶିବ ଏଠାରେ ତ୍ରିଭୁବନେଶ୍ୱର ଭାବରେ ପୂଜା ପାଇଥାନ୍ତି । ଏଠାରେ ଦେବୀ ଭୁବନେଶ୍ୱରୀ ମଧ୍ୟ ମା ରୂପରେ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି ।

D Sonali

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

29 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

36 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago