ପ୍ରଭୁ ଉଗ୍ରେଶ୍ଵର ଦେବଙ୍କ ପୀଠରେ ହେଉଥିବା ଶୈବ ମହାଯଜ୍ଞର ରହିଛି ଏକ ଭିନ୍ନ ମହତ୍ତ୍ବ

ପିପିଲି: ଚାରିଆଡ଼େ ଆଧ୍ୟାତ୍ମିକ ବାତାବରଣ । କେଉଁ ଭକ୍ତ ଦ୍ଵିପ ବସାଉଛନ୍ତି ତ ଆଉ କେଉଁ ଭକ୍ତ ଯୋଡ଼ ହସ୍ତ ହୋଇ ଭଗବାନଙ୍କୁ ଅନ୍ତରର ପ୍ରାର୍ଥନା ଜଣାଉଛନ୍ତି । ଆଉ ଏପଟେ ମନ୍ତ୍ର ବୋଲି ପୂଜକ ମନ୍ଦିର ଭିତରେ ଠାକୁରଙ୍କ ନିକଟରେ କରୁଛନ୍ତି ପୂଜାର୍ଚ୍ଚନା । ଅନ୍ୟ ପଟେ ଯଜ୍ଞର ପବିତ୍ର ଅଗ୍ନୀ ସତେ ଯେମିତି ପବିତ୍ର କରିଦେଉଛି ସମଗ୍ର ପରିବେଶକୁ । ପୁରୀ ଜିଲ୍ଲା ପିପିଲି ସ୍ଥିତ କଂଟୁଣିଆ ଦେଉଳି ସାହିରେ ରହିଛି ପ୍ରଭୁ ଉଗ୍ରେଶ୍ଵର ଦେବଙ୍କ ପୀଠ । ଏମିତିରେ ତ ଏଠାରେ ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀ ମହା ସମାରୋହରେ ପାଳିତ ହୋଇଥାଏ । କିନ୍ତୁ ମାଘ ମାସରେ ମନ୍ଦିରରେ ପାଳିତ ହେଉଥିବା ଶୈବ ମହାଯଜ୍ଞରେ ରହିଛି ବିଶେଷ ମହତ୍ଵ । ପ୍ରତି ବର୍ଷ ଚାରି ଦିନ ଧରି ଉଗ୍ରେଶ୍ଵରଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ଏହି ଯଜ୍ଞ । ଆଉ ଏହାକୁ ଦେଖିବାକୁ ଆସନ୍ତି ଆଖ ପାଖ ଓ ଦୂର ଦୂରାନ୍ତରୁ ବହୁ ଭକ୍ତ ।
ବିଶ୍ଵାସ ରହିଛି ଏଠାରେ ବାବାଙ୍କ ନିକଟରେ ମାନସିକ କଲେ ଯେ କୈାଣସି ଯନ୍ତ ଘାତରେ ଶୀକାର ହୋଇଥିବା ରୋଗୀ ଆରୋଗ୍ୟ ଲାଭ କରିଥାଏ । ତେଣୁ ପ୍ରତି ଦିନ ବହୁ ଲୋକ ଏଠାକୁ ଆସନ୍ତି ରୋଗରୁ ନିଦାନ ପାଇଁ । ତେଣୁ ମାଘ ଯଜ୍ଞ ଅବସରରେ ସମାଗମ ହେଉଥିବା ଭକ୍ତଙ୍କ ସଂଖ୍ୟା ବହୁ ଗୁଣିତ ହୋଇଯାଏ । ଉତ୍ସବ ଅବସରରେ ଆୟୋଜିତ ହୋଇଥାଏ ଅଗ୍ନୀ ସ୍ଥାପନ, ରୁଦ୍ରା ଆହୁତି, ଗୀତା ଆହୁତି ଓ ସପ୍ତସତି ଚଣ୍ଡି ଆହୁତି ଭଳି ପୂଜା ଉପଚାର । ଆଉ ଶେଷରେ ପଡ଼ିଥାଏ ପୂର୍ଣ୍ଣାହୁତି । ପୁର୍ଣ୍ଣାହୁତି ଶେଷ ହେବା ପରେ ସମସ୍ତେ ଏକାଠି ହୋଇ ଠାକୁରଙ୍କ ନାମ ଉଚ୍ଚାରଣ କରିବା ସହିତ ହରିବୋଲି ହୁଳହୁଳିରେ ପ୍ରକମ୍ପିକ ହୋଇଥାଏ ଉତ୍ସବ ସ୍ଥଳ । ଘଣ୍ଟ ଘଣ୍ଟା ନାମ ସଂକୀର୍ତନ ସୃଷ୍ଠି ହୋଇଥାଏ ଏକ ଆଧ୍ୟାତ୍ମିକ ପରିବେଶ ।