ଗଞ୍ଜାମ ଜିଲ୍ଲା କେରାଣ୍ଡିମାଳ ପାହାଡ଼ ଶିଖରରେ ପୂଜା ପାଉଛନ୍ତି ‘ମାଆ ବାଳ କୁମାରୀ’

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ନିକଟରେ ଅବସ୍ଥିତ ମାଆ ବାଳ କୁମାରୀଙ୍କ ଶକ୍ତି ପୀଠ । ଯାହା ପର୍ଯ୍ୟଟକଙ୍କୁ ଯେତିକି କରେ ଆକୃଷ୍ଟ  ସେତିକି କରେ ଆଶ୍ଚର୍ଯ୍ୟ । କେରାଣ୍ଡିମାଳ ପାହାଡ଼ ଉପରେ ମାଆ ବିରାଜିତା । ମାଆ ହେଉଛନ୍ତି ଚିକିଟି ରାଜାଙ୍କ ଇଷ୍ଟଦେବୀ । ଶହ ଶହ ବର୍ଷ ପୂର୍ବରୁ ମାଆଙ୍କ ସନ୍ଧାନ ପାଇଥିଲେ ରାଜା । ପାହାଡ଼ ଉପରେ ମାଆ ଥିବା ଯୋଗୁଁ ଶିଖରକୁ ଭକ୍ତ ଚଢି ଯିବା ପାଇଁ ବହୁତ ଅସୁବିଧା ହେଉଥିଲା । ଧିରେ ଧିରେ ଲୋକଙ୍କ ସହଯୋଗରେ ପାହାଚ ନିର୍ମାଣ ହୋଇଥିଲା ।

ତେବେ ପ୍ରଥମେ ମନ୍ଦିରକୁ ଯିବା ପାଇଁ ୧୨୭୨ପାହାଚ ନିର୍ମାଣ ହୋଇଥିବା ବେଳେ, ଏତେ ପାହାତ ଚଢିବା ଭକ୍ତଙ୍କ ପକ୍ଷେ  କଷ୍ଟକର ହେଉଥିଲା । ତେବେ ବିଗତ ବର୍ଷ ମାନଙ୍କରେ ପୂର୍ବତନ ବିଧାୟିକା ତଥା ଚିକିଟି ରାଣୀ ଉଷା ଦେବୀଙ୍କ ଉଦ୍ୟମରେ ସରକାରଙ୍କ ଅନୁଦାନରେ ମାଆ ରହୁଥିବା ପାହାଡ ଶିଖର ଯାଏଁ ରାସ୍ତା ନିର୍ମାଣ ହୋଇପାରିଛି ।  ପାହାଡ଼ର ବୁକୁ ଚିରି ଅଙ୍କା ବଙ୍କା ରାସ୍ତା ତିଆରି ହୋଇଛି । ତଳ ଠାରୁ ମାଆ ରହୁଥିବା ସ୍ଥାନ ଯାଏଁ ରାସ୍ତା ଏହାପରେ ପାଖାପାଖି ୨୭୦ ପାହାଚ ଚଢିକି  ଗଲେ ମାଆଙ୍କ ଦର୍ଶନ କରିବା ଶହ ଅପୂର୍ବ ଶୋଭାରାଜିକୁ ଉପଭୋଗ କରି ପାରୁଛନ୍ତି ପର୍ଯ୍ୟଟକ । ପାହାଡ଼ରୁ ତଳକୁ ଚାହିଁଲେ ଅନେକ କିଛି ଦୃଶ୍ୟମାନ ହେଉଥିବା ବେଳେ, ଚାରି ପଟେ ମେଘ ମାଳାର ସମ୍ଭାର ଦେଖିବାକୁ ମିଳିଥାଏ ।

ରାଜ୍ୟ ପର୍ଯ୍ୟଟନ ମାନ ଚିତ୍ରରେ ମାଆ ବାଳ କୁମାରୀଙ୍କ ପୀଠ ସ୍ୱତନ୍ତ୍ର ଆକର୍ଷଣ ବହନ କରିଛି । ଭୁବନେଶ୍ୱରରୁ ୨୦୨ କିଲୋମିଟର, ବ୍ରହ୍ମପୁର ଠାରୁ ଚିକିଟିରେ ପହଁଚିବା ପରେ ଚିକିଟିରୁ ୯କିଲୋମିଟର ଦୂରରେ ମାଆଙ୍କ ଆସ୍ଥାନ । ସେଠାକୁ ଗଲା ପରେ ଉଚ୍ଚ ତମ ଶିବ ଲିଙ୍ଗ, ମହାଦେବ ମନ୍ଦିର, ଗଣେଶ ମନ୍ଦିର, ଦକ୍ଷିଣ କାଳୀ ମନ୍ଦିରକୁ ଦର୍ଶନ କରିହେବ । ଓଡିଶା, ଆନ୍ଧ୍ର, ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟୁଛି ବାଳ କୁମାରୀଙ୍କ ପୀଠ ।

 

You might also like