ଆଧ୍ୟାତ୍ମିକ

ଆସନ୍ତା କାଲି ନିଶାର୍ଦ୍ଧରେ ବିରାଜିବେ ମା’ କାଳୀ, ଦୀପାବଳିରୁ ଭକ୍ତଙ୍କୁ ଦେବେ ଦର୍ଶନ

ଆସନ୍ତା କାଲି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମା’ କାଳୀଙ୍କ ପୂଜା ବି ପାଳିତ ହୋଇଥାଏ। କାଲିଠୁ ଅନେକ ସ୍ଥାନରେ ମା କାଳୀଙ୍କ ମେଢରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିବ …ନିଶାର୍ଦ୍ଧରେ ବିରାଜିବେ ମା’ କାଳୀ । ଏଥିପାଇଁ ସମସ୍ତ ମନ୍ଦିର ଓ ପେଣ୍ଡାଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ହିନ୍ଦୁମାନଙ୍କ ବିଶ୍ବାସ ରହିଛି, ମା’ କାଳୀଙ୍କ ପୂଜା କଲେ ନିଜ ଭିତରୁ ଓ ଚାରିପାଖରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇ ସକାରାତ୍ମକ ଶକ୍ତିରେ ମନ ଓ ପରିବେଶ ଭରିଯାଏ। ସେହିପରି ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ।

କାହିଁକି କାଳୀ ପୂଜା କରାଯାଏ ଜାଣନ୍ତୁ :

ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି।

କାଳୀ ପୂଜାର ମହତ୍ତ୍ବ କ’ଣ ?
ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ ମା କାଳୀଙ୍କୁ ପୂଜା କରିବା ଜୀବନର ସମସ୍ତ ଦୁଃଖ ଦୂର କରିଥାଏ। ଶତ୍ରୁମାନେ ବିନାଶ ହୁଅନ୍ତି। କୁହାଯାଏ ଯେ ମା କାଳୀଙ୍କୁ ପୂଜା କରି ରାହୁ ଗ୍ରହ ମଧ୍ୟ ଶାନ୍ତ ହୁଅନ୍ତି। ତନ୍ତ୍ର ସାଧନା ପାଇଁ ଅଧିକାଂଶ ସ୍ଥାନରେ ମା କାଳୀଙ୍କୁ ପୂଜା ମଧ୍ୟ କରାଯାଏ।

କାଳୀ ପୂଜା କିପରି କରାଯାଏ?
ମା କାଳୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ, ଗୋଟିଏ ସାଧାରଣ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା। ଯେକେହି ସାଧାରଣ ପୂଜା କରିପାରିବେ। ବିଶେଷତ ମାତା କାଳୀଙ୍କ ସାଧାରଣ ପୂଜାରେ ୧୦୮ ନାଲି ମନ୍ଦାର ଫୁଲ, ୧୦୮ ବେଲପତ୍ର , ୧୦୮ ମାଟି ଦୀପ ଏବଂ ୧୦୮ ଦୁବ ଅର୍ପଣ କରିବାର ପରମ୍ପରା ଅଛି। ଏହା ସହିତ ମୌସୁମୀ ଫଳ, ମିଠା, ଖିଚିଡି, ଖିରି, ପିଠା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ମଧ୍ୟ ମା’ଙ୍କୁ ଭୋଗ ଦିଆଯାଏ। ଏହି ପୂଜା ପଦ୍ଧତିରେ ସକାଳରୁ ରାତି ପର୍ଯ୍ୟନ୍ତ ଉପବାସରେ ରହିବାକୁ ପଡେ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago