ଶୋଡଷ ଉପଚାରରେ ଚାଲିଛି ମା’ମହାଲକ୍ଷ୍ମୀଙ୍କ ଶୋଡଷ ଉପଚାରରେ ପୂଜା ଅର୍ଚ୍ଚନା
![maa](https://knewsodisha.com/wp-content/uploads/2024/12/maa-3.jpg)
ନୂଆପଡା : ଚଳିତବର୍ଷ ମାର୍ଗଶୀର ମାଣବସା ଗୁରୁବାର ଉପଲକ୍ଷେ ଧନଧାତ୍ରୀ ମହାଲକ୍ଷ୍ମୀଙ୍କ ପୂଜାକୁ ନେଇ ଖଡିଆଳ ଲକ୍ଷ୍ମୀଛକପଡା ବେଶ୍ ଚଳଚଞ୍ଚଳ ହୋଇପଡିଛି । ପବିତ୍ର ମାର୍ଗଶୀର ଅଷ୍ଟମୀ ତିଥିଠାରୁ ତ୍ରୟୋଦଶୀ ଯାଏଁ ପାଞ୍ଚ ଦିନ ଧରି ଧନଧାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜାକୁ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି । ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତୀକୁ ଶୋଡଷ ଉପଚାରରେ ପୂଜା ଅର୍ଚ୍ଚନା କରାଯାଉଛି ।
ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଚିକ୍ମିକ୍ ଆଲୋକ ସାଜସଜ୍ଜାରେ ମା’ଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଝଲସି ପଡୁଛି । ଲକ୍ଷ୍ମୀ ପୁରାଣ ମତ ଅନୁସାରେ ପବିତ୍ର ମାର୍ଗଶୀର ମାଣବସା ଗୁରୁବାର ଉପଲକ୍ଷେ ଯେଉଁ ସଧବା ମହିଳାମାନେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କୁ ନିଷ୍ଠାର ସହ ପୂଜା କରନ୍ତି ସେମାନଙ୍କ ଲାଖ ଓ ସିନ୍ଦୁର ଅହ୍ୟ ସୁଲକ୍ଷଣୀ ରହିବା ସହିତ ଧନଧାନ୍ୟରେ ପରିପୂର୍ଣ ହୋଇଥାଏ ବୋଲି ଅତୁଟ ବିଶ୍ଵାସ ରହିଛି । ତେଣୁ କରି ଧନଧାତ୍ରୀ ମହାଲକ୍ଷ୍ମୀଙ୍କ ପୂଜାକୁ ବେଶ ଉତ୍ସାହ ସହକାରେ ପାଳନ କରିଆସୁଥିବା ସ୍ଥାନୀୟ ପୂଜକ ଓ ପୂଜା କମିଟିର କର୍ମକର୍ତ୍ତା ମାନେ କହିଛନ୍ତି ।
ଚଳିତବର୍ଷ ଖଡିଆଳ ଲକ୍ଷ୍ମୀଛକଠାରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମାଣବସା ମହାଲକ୍ଷ୍ମୀଙ୍କ ପୂଜାକୁ ବହୁ ଜାକ ଜମକରେ ପାଳନ କରାଯାଉଛି । ଏବର୍ଷ ମାଣବସା ଲକ୍ଷ୍ମୀପୂଜା ୨ୟ ବର୍ଷରେ ପଦାପର୍ଣ କରିଥିବା ବେଳେ ଏହା ପବିତ୍ର ମାର୍ଗଶୀର ଅଷ୍ଟମୀତିଥିଠାରୁ ତ୍ରୟୋଦଶୀ ଯାଏଁ ୫ଦିନ ଧରି ପାଳନ କରାଯାଉଛି । ପୂଜା ମଣ୍ଡପରେ ମା’ ଶୋଡଷ ଉପଚାରରେ ହୋମଯଜ୍ଞ ସହ ମନ୍ତ୍ରପାଠ କରି ପୂଜା ଅର୍ଚ୍ଚନା କରାଯାଉଛି । ଏଥିସହ ପ୍ରତିଦିନ ସକାଳେ ଓ ସଂନ୍ଧ୍ୟାରେ ମା’ ଲକ୍ଷ୍ମୀଙ୍କ ନିକଟରେ ଆଳତୀ କରାଯାଉଛି ।
ସେହିଭଳି ସଂନ୍ଧ୍ୟା ସମୟରେ ବଲାଙ୍ଗିରରୁ ଆସିଥିବା ବିଶିଷ୍ଟ ପ୍ରବଚକ ପଣ୍ଡିତ ଗିରିଧାରୀ ମିଶ୍ରଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତମାନେ ସାମିଲ ହେଉଛନ୍ତି । ଏପରିକି ମାଣବସା ଲକ୍ଷ୍ମୀପୂଜା କମିଟି ପକ୍ଷରୁ ସମସ୍ତଭକ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି ।
ନୂଆପଡା ଜିଲ୍ଲା ଖଡିଆଳ ସହରର ଲକ୍ଷ୍ମୀଛକରେ ଧୁମ୍ଧାମ୍ରେ ଚାଳିଛି ମାଣବସା ଧନଧାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା । ଆଧ୍ୟାତ୍ମିକ ପ୍ରବଚନ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ସାରା ଖଡିଆଳ ସହରରେ ସୃଷ୍ଟି ହୋଇଛି ଉତ୍ସାହର ମାହୋଲ ।